ETV Bharat / state

ତାଲାବନ୍ଦ ନିୟମ ଉଲ୍ଲଂଘନ ମାମଲା, ରାଜ୍ୟର ବିଭିନ୍ନ ଥାନାରେ ୩୪୮୨ଟି ମାମଲା ରୁଜୁ

ତାଲାବନ୍ଦ ନିୟମକୁ ଉଲ୍ଲଂଘନ କରିବା ଅଭିଯୋଗରେ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୨୪୪ ଟି ମାମଲା ରୁଜୁ କରାଯାଇଛି । ଅଧିକ ପଢନ୍ତୁ...

ock down violation
ରାଜ୍ୟର ବିଭିନ୍ନ ଥାନାରେ ୩୪୮୨ଟି ମାମଲା ରୁଜୁ
author img

By

Published : Apr 7, 2020, 6:27 PM IST

କଟକ: ତାଲାବନ୍ଦ ନିୟମକୁ ଉଲ୍ଲଂଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩୪୮୨ ଟି ମାମଲା ରୁଜୁ କରାଯାଇଛି । ଗତ ୨୪ ତାରିଖ ଠାରୁ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି(ସୋମବାର) ସକାଳୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୨୪୪ ଟି ମାମଲା ରୁଜୁ କରାଯାଇଛି । ଏହି ୨୪୪ ଟି ମାମଲା ମଧ୍ୟରୁ ୨୨୭ ଟି ମାମଲା ତାଲାବନ୍ଦ ନିୟମ ଉଲଂଘନ କରିବା ଅଭିଯୋଗରେ ରୁଜୁ ହୋଇଥିବା ବେଳେ, ହୋମ କ୍ବାରେଣ୍ଟାଇନ ଉଲ୍ଲଂଘନ କରିବା ଅଭିଯୋଗରେ ୩ ମାମଲା ରୁଜୁ ହୋଇଛି ।

ସେହପରି ୫ଟି ମାମଲା ଗୁଜବ ସୃଷ୍ଟି କରିବା ଅଭିଯୋଗରେ ରୁଜୁ ହୋଇଥିବାବେଳେ ଆଉ ୯ଟି ମାମଲା ଅନ୍ୟ ସମ୍ପର୍କିତ ନିୟମ ଉଲ୍ଲଂଘନ ନେଇ ରୁଜୁ କରାଯାଇଥିବା ଏକ ପ୍ରେସ ରିଲିଜ ମାଧ୍ୟମରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୁଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.