ETV Bharat / state

ସିଏମସିରୁ ଆଜି ସର୍ବାଧିକ ୩୩୫ ପଜିଟିଭ ଚିହ୍ନଟ, ୧୨୯ ଲୋକାଲ କେସ୍‌

କଟକ ମହାନଗର ନିଗମରେ ଆଜି ସର୍ବାଧିକ ୩୩୫ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି। ସେଥିରୁ ୧୧୩ ଜଣ ହୋମକ୍ବାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୯୩ ଜଣ ଶିକ୍ଷାନୁଷ୍ଠାନ କ୍ବାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି ।

author img

By

Published : Sep 20, 2020, 10:25 PM IST

ସିଏମସି ରୁ ଆଜି ସର୍ବାଧିକ ୩୩୫ ପଜିଟିଭ ଚିହ୍ନଟ, ୧୨୯ ଲୋକାଲ କେସ୍‌

କଟକ: କଟକ ମହାନଗର ନିଗମରେ ଆଜି ସର୍ବାଧିକ ୩୩୫ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ସେଥିରୁ ୧୧୩ ଜଣ ହୋମ କ୍ବାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୯୩ ଜଣ ଶିକ୍ଷାନୁଷ୍ଠାନ କ୍ବାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି ।

୧୨୯ ଜଣ ସ୍ଥାନୀୟ ଆକ୍ରାନ୍ତ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୯୬୫୫ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲାବେଳେ ୭୨୦୯ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଏବେ ପର୍ଯ୍ୟନ୍ତ ୪୦ ଜଣଙ୍କର ମୃତ୍ୟୁ ଘଟିଛି ।

ସେହିପରି ୨୪୦୬ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ତେବେ କଟକ ମହାନଗର ନିଗମ ଅଞ୍ଚଳରେ ଆଜି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.