ETV Bharat / state

ସର୍ଟସର୍କିଟରୁ ଅଗ୍ନିକାଣ୍ଡ, 3 ବଖରା ଘର ଜଳିପୋଡି ପାଉଁଶ

ବାଲିଅନ୍ତା ଥାନା ଅନ୍ତର୍ଗତ ଫୁଲନଖରା ସ୍ଥିତ ନଖରା ଗ୍ରାମର ପଞ୍ଚୁସାହିରେ ନିଆଁ ଲାଗିଥିବା ସୂଚନା । ଏହି ଅଗ୍ନିକାଣ୍ଡରେ ଦୁଇଜଣ ଙ୍କର ଘରର ଆସବାପତ୍ର, ବାସନ କୁସନ ସମେତ ନଗଦ ୫୦ ହଜାର ଟଙ୍କା ଏବଂ ସୁନା ଗହଣା , ଧାନ, ଚାଉଳ ଆଦି ଜଳି ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Apr 12, 2019, 5:32 AM IST

କଟକ: ସର୍ଟସର୍କିଟରୁ ଜଳିଗଲା ଘର । ବାଲିଅନ୍ତା ଥାନା ଅନ୍ତର୍ଗତ ଫୁଲନଖରା ସ୍ଥିତ ନଖରା ଗ୍ରାମର ପଞ୍ଚୁସାହିରେ ନିଆଁ ଲାଗିଥିବା ସୂଚନା । ଏହି ଅଗ୍ନିକାଣ୍ଡରେ ଦୁଇଜଣ ଙ୍କର ଘରର ଆସବାପତ୍ର, ବାସନ କୁସନ ସମେତ ନଗଦ ୫୦ ହଜାର ଟଙ୍କା ଏବଂ ସୁନା ଗହଣା , ଧାନ, ଚାଉଳ ଆଦି ଜଳି ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ତେବେ ବସନ୍ତ କୁମାର ସାହୁ ଏବଂ ଭିକାରୀ ସାହୁଙ୍କ ଘରେ ଅଗ୍ନିକାଣ୍ଡ ଲାଗିଥିବା ବେଳେ ୩ ବଖରା ଚାଳ ଘର ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିବା ସୂଚନା ରହିଛି । ଖବର ପାଇ ବାରଙ୍ଗ ଦମକଳ କେନ୍ଦ୍ରରୁ ଦୁଇଟି ଦମକଳ ପହଞ୍ଚିଥିଲେ । କିନ୍ତୁ ଦମକଳ ପହଞ୍ଚିବା ପୂର୍ବରୁ ଘର ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିବା ବେଳେ ପରିବାରର ସମସ୍ତ ସଦସ୍ଯ ନିରାପଦ ଅଛନ୍ତି ।
ତେବେ ଫୁଲନଖରା ଅଞ୍ଚଳରେ ଦମକଳ କେନ୍ଦ୍ରଟିଏ ନଥିବାରୁ ଏଭଳି ବଡ଼ ଧରଣର ଅଗ୍ନିକାଣ୍ଡ ଘଟୁଛି । ଠିକ୍ ସମୟରେ ଦମକଳ ପହଞ୍ଚିବାରେ ବିଳମ୍ବ ହେଉଥିବାରୁ ସ୍ଥାନୀୟ ଜନସାଧାରଣ ଫୁଲନଖରା ଠାରେ ଏକ ଦମକଳ କେନ୍ଦ୍ର ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

xdfg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.