କଟକ: ଦିନକୁ ଦିନ ବଢୁଛି ଡେଙ୍ଗୁ ଆତଙ୍କ । କଟକ ଏସସିବିରେ ବୁଧବାର ୬୭ ଜଣ ଡେଙ୍ଗୁରୋଗୀ ଚିକିତ୍ସିତ ହେଉଥିଲା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ଡେଙ୍ଗୁରୋଗୀ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଆଜି ୯୩ ଟି ରକ୍ତନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ ୨୪ ଟି ରକ୍ତନମୁନା ପଜିଟିଭ ଥିବା ଜଣାପଡିଛି ।
ଯାଜପୁରରୁ ସର୍ବାଧିକ ୮ ଜଣ, ଭଦ୍ରକରୁ ୪, କଟକରୁ ୩, ଜଗତସିଂହପୁରରୁ ୩, ଅନୁଗୋଳରୁ ୨, କେନ୍ଦ୍ରାପଡାରୁ ୨,ବାଲେଶ୍ଵର ଓ ପୁରୀରୁ ଜଣେ ଲେଖାଏଁ ଡେଙ୍ଗୁରୋଗୀ ଚିହ୍ନଟ କରାଯାଇଛି । କଟକରୁ ଯେଉଁ ୩ ଜଣ ଡେଙ୍ଗୁରୋଗୀ ଚିହ୍ନଟ କରାଯାଇଛି ସେଥିରୁ ନୂଆପଟଣା, କୁମ୍ଭାରସାହି ଓ କାଠଗଡା ସାହିରେ ଡେଙ୍ଗୁରୋଗୀ ଚିହ୍ନଟ କରାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ