ETV Bharat / state

ପଟିଆରେ ଧଳା ଜହର ଚେର: 22ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

author img

By

Published : Aug 3, 2019, 2:38 PM IST

Updated : Aug 3, 2019, 2:49 PM IST

ରାଜଧାନୀରେ ଧଳା ଜହର ଚେର । ପଟିଆରୁ 22 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି କଟକ ଅବକାରୀ ଗୁଇନ୍ଦା ବିଭାଗ ।

ଡିଜାଇନ ଫଟୋ

କଟକ: ପୁଣି ଜବତ ହେଲା ଧଳା ଜହର । ରାଜଧାନୀର ପଟିଆ ଅଞ୍ଚଳରୁ 22 ଗ୍ରାମ ବ୍ରାଉନସୁଗାର ଜବତ ସହ ଜଣଙ୍କୁ ଗିରଫ କରିଛି କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଯାହାର ଆନୁମାନିକ ମୂଲ୍ୟ 2 ଲକ୍ଷ 50 ହଜାର ଟଙ୍କାରୁ ଊର୍ଦ୍ଧ୍ବ ହେବ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଗିରଫ ଅଭିଯୁକ୍ତ ହେଲା ପଟିଆର ସାମନ୍ତ ଦାସ । ଗିରଫ ପରେ ତାକୁ କୋର୍ଟ ଚାଲାଣ କରାଯାଇଛି । ଦୀର୍ଘ ଦିନ ଧରି ପଟିଆ ଅଞ୍ଚଳରେ ସାମନ୍ତ ବ୍ରାଉନସୁଗାର ବ୍ୟବସାୟ କରି ଆସୁଥିଲା । ଖବର ପାଇ ଅବକାରୀ ଗୁଇନ୍ଦା ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ କରି ତାକୁ ଗିରଫ କରିବାରେ ସଫଳ ହୋଇଛି । ଏଥିସହ ତା ନିକଟରୁ ଏକ ସ୍କୁଟି ମଧ୍ୟ ଜବତ ହୋଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Aug 3, 2019, 2:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.