ETV Bharat / state

ଅଧାରେ ରହିଲା ଖୁଦୁରୁକୁଣୀ, 2 ଭଉଣୀଙ୍କ ଜଳ ସମାଧି - sukapaika river

କଟକ ନିଶ୍ଚିତକୋଇଲି ବାବୁଜଙ୍ଗ ପଞ୍ଚାୟତ ସଫିପୁର ଗାଁରେ ଥିବା ଶୁକପାଇକା ନଦୀରେ ବୁଡି 2 ଭଉଣୀଙ୍କ ଜଳସମାଧି ଘଟିଛି । ଫୁଲ ତୋଳିବାକୁ ଯାଇଥିବାବେଳେ ଗୋଡ ଖସିବାରୁ ଉଭୟ ନଦୀରେ ବୁଡି ଯାଇଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Aug 18, 2019, 9:54 AM IST

Updated : Aug 18, 2019, 12:24 PM IST

କଟକ: ଖୁଦୁରୁକୁଣୀ ଓଷାର ପ୍ରଥମ ପାଳିରେ ଅଘଟଣ । ଫୁଲ ତୋଳିବାକୁ ଯାଇ ନଦୀରେ ବୁଡିଗଲେ 2 ଭଉଣୀ । ଏଭଳି ଅଘଟଣ ଘଟିଛି କଟକ ନିଶ୍ଚିତକୋଇଲି ବାବୁଜଙ୍ଗ ପଞ୍ଚାୟତ ସଫିପୁର ଗାଁରେ ଥିବା ଶୁକପାଇକା ନଦୀରେ । ମୃତ ଦୁଇ ଭଉଣୀ ହେଲେ ସଫିପୁର ଗାଁର ଧୀରେନ୍ଦ୍ର ଦାସଙ୍କ ଝିଅ ସୁଜାତା ଦାସ ଓ ସୁମନ ଦାସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଆଜି ଖୁଦୁରୁକୁଣୀ ଓଷାର ପ୍ରଥମ ପାଳି ଥିବାରୁ ଭୋରରୁ ପ୍ରାୟ 3 ଜଣ ଯୁବତୀ ଫୁଲ ତୋଳିବାକୁ ଶୁକପାଇକା ନଦୀ ପଠାକୁ ଯାଇଥିଲେ । ନଦୀରେ ଆରପଟେ ଥିବା କିଛି ଫୁଲ ତୋଳିବାକୁ ଦୁଇ ଜଣ ଯୁବତୀ ନଦୀ ମଧ୍ୟରେ ପ୍ରବେଶ କରିଥିଲେ । ମାତ୍ର ନଦୀ ଭିତରେ ଥିବା ଏକ ବଡ ଗାତ ମଧ୍ୟରେ 2 ଯୁବତୀ ଗଳି ପଡିଥିଲେ । ଦୁଇ ଯୁବତୀ ପାଣିରେ ବୁଡି ଯାଉଥିବା ଦେଖି ତୃତୀୟ ଯୁବତୀ ଜଣକ ଗାଁକୁ ଦୌଡି ଯାଇ ଲୋକଙ୍କୁ ଡାକିଥିଲେ । ଲୋକମାନେ ମୁର୍ମୂଷ ହୋଇ 2 ଭଉଣୀଙ୍କୁ ଉଦ୍ଧାର କରି ରଘୁନାଥପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ମେଡିକାଲ ପରିସରରେ ଶୋକର ଛାୟା ଖେଳିଯାଇଛି ।

ଆଜି ଭଳି ପବିତ୍ର ଦିନରେ ଭାଇର ଦୀର୍ଘାୟୁ କାମନା କରି ଭଉଣୀମାନେ ଖୁଦୁରୁକୁଣୀ ଓଷା ପାଳିଥାନ୍ତି । ମାତ୍ର ଏହି 2 ଭଉଣୀଙ୍କ ଓଷା ଅଧାରେ ରହିଗଲା । ସୂଚନାନୁସାରେ, ଏହି ନଦୀ ପଠାରେ ଜେସିବି ଦ୍ବାରା ବଡ ବଡ ଗାତ ଖୋଳାଯାଇଥିଲା । ଏହି ଗାତ କିଏ ଓ କାହିଁକି ଖୋଳିଥିଲା ତାହା ଜଣାପଡିନଥିବାବେଳେ ସ୍ଥାନୀୟବାସୀ ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ କାହିଁକି ଗାତ ଗୁଡିକୁ ପୋତାଯାଇନାହିଁ ବୋଲି ପ୍ରଶ୍ନ ଉଠୁଛି । ଯେଉଁ କାରଣରୁ ଆଜି ଦୁଇ ଯୁବତୀଙ୍କ ପ୍ରାଣ ଚାଲି ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେପଟେ ଘଟଣାସ୍ଥଳରେ ମାହାଳହାଟ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଫୁଲ ତୋଳୁ ତୋଳୁ ଗଲା ପ୍ରାଣ । ନିଶ୍ଚିନ୍ତକୋଇଲି ବାବୁଜଙ୍ଗ ପଂଚାୟତ ର ସଫିପୁଠାରେ ଅଘଟଣ।ଭାଲୁକୁଣି ଓଷା ପାଇଁ ଫୁଲ ତୋଳିବା କୁ ଯାଇ ଶୁକପାଇକା ନଈ ରେ ଗୋଡ଼ ଖସି ଦୁଇ ଜଣ ବାଳିକାଙ୍କ ମୃତ୍ୟୁ। ମୃତକ ଦୁଇ ବାଳିକା ହେଲେ ସୁଜାତା ଦାସ ଏବଂ ସୁମନ ଦାସ୍। ତେବେ ଏପରି ହୃଦୟ ବିଦାରକ ଘଟଣା ଘଟିବା ପରେ ମେଡିକାଲ ପରିସର ରେ ଶୋକ ର ଛାୟା ଖେଳିଯାଇଛି । Body:No needConclusion:
Last Updated : Aug 18, 2019, 12:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.