ETV Bharat / state

ଚୌଦ୍ୱାର ଜେଲରେ କଏଦୀ ସମେତ ୱାର୍ଡ କର୍ମଚାରୀ କୋରୋନା ଆକ୍ରାନ୍ତ - ଚୌଦ୍ବାର ଜେଲ

ଚୌଦ୍ବାର ଜେଲରେ ଜଣେ କଏଦୀ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲାବେଳେ ତାଙ୍କୁ ଜଗି ଥିବା ଜେଲ ୱାର୍ଡ କର୍ମଚାରୀ ମଧ୍ୟ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...

କଏଦୀ ସମେତ ଜଣେ ୱାର୍ଡ କର୍ମଚାରୀ କୋରୋନା ଆକ୍ରାନ୍ତ

author img

By

Published : Jul 6, 2020, 7:57 PM IST

କଟକ: ଚୌଦ୍ବାର ଜେଲରେ ଜଣେ କଏଦୀ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲାବେଳେ ତାଙ୍କୁ ଜଗି ଥିବା ଜେଲ ୱାର୍ଡ କର୍ମଚାରୀ ମଧ୍ୟ କୋରୋନା ଆକ୍ରାନ୍ତ ହୋଇଛନ୍ତି ।

ସୂଚନା ଅନୁଯାୟୀ, କଏଦୀ ଜଣକ କର୍କଟ ରୋଗରେ ପୀଡିତ ହୋଇ ଆଚାର୍ଯ୍ୟ ହରିହର କ୍ୟାନସର ବିଭାଗରେ ଚିକିତ୍ସିତ ହେଉଥିଲେ । ଏହି ବିଭାଗରେ କୋରୋନା ବ୍ୟାପିବାରୁ ସମ୍ପୃକ୍ତ କଏଦୀ ଜଣକ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଚିହ୍ନଟ ପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ବର୍ତ୍ତମାନ ତାଙ୍କୁ ଜଗୁଥିବା ଜେଲ ୱାର୍ଡ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

କଏଦୀ ସମେତ ଜଣେ ୱାର୍ଡ କର୍ମଚାରୀ କୋରୋନା ଆକ୍ରାନ୍ତ

ତେବେ ସମ୍ପୃକ୍ତ ୱାର୍ଡ କର୍ମଚାରୀ ଜଣକ ବାରାକରେ ରହୁଥିବାବେଳେ ଅନ୍ୟ କାହାକାହା ସହ ସଂସ୍ପର୍ଶରେ ଆସିଛନ୍ତି ସେନେଇ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ଜେଲରେ ଏବେ 834 ଜଣ କଏଦୀ ରହୁଥିବାବେଳେ ଏବେ ଏହା ମୁଣ୍ଡ ବିନ୍ଧାର କାରଣ ସାଜିଛି । ଖୁବଶୀଘ୍ର ଅନ୍ୟ କଏଦୀଙ୍କ କୋରୋନା ପରୀକ୍ଷା କରାଯିବ ବୋଲି କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ସୂଚନା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.