ETV Bharat / state

ଡି ବ୍ରଦର୍ସ ନାଁରେ ମାଗୁଥିଲେ ଦାଦାବଟି, ହ୍ୟାଣ୍ଡକପ ପକାଇଲା ପୋଲିସ

author img

By ETV Bharat Odisha Team

Published : Nov 5, 2023, 3:57 PM IST

ଡି ବ୍ରଦର୍ସ ନାଁରେ ଦାଦାବଟି । ବନ୍ଧା ହେଲେ ଦୁଇ ଅଭିଯୁକ୍ତ । ନଗଦ ୯୨ ହଜାର ଟଙ୍କା, ୫ଟି ମୋବାଇଲ ଫୋନ ସହ ଦୁଇଟି ବାଇକ ଜବତ । ଅଧିକ ପଢ଼ନ୍ତୁ

ଦାଦାବଟି ମାଗି ବନ୍ଧା ହେଲେ ଦୁଇ ଅଭିଯୁକ୍ତ
ଦାଦାବଟି ମାଗି ବନ୍ଧା ହେଲେ ଦୁଇ ଅଭିଯୁକ୍ତ
ଦାଦାବଟି ମାଗି ବନ୍ଧା ହେଲେ ଦୁଇ ଅଭିଯୁକ୍ତ

କଟକ: ଦାଦାବଟି ମାଗିବା ପଡିଲା ଭାରୀ । ଡି ବ୍ରଦର୍ସ ନାଁରେ ଦାଦାବଟି । ବନ୍ଧା ହେଲେ ଦୁଇ ଅଭିଯୁକ୍ତ । ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କାର ଦାଦାବଟି ମାଗିବାରୁ ଏହି ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକର ଅତିରିକ୍ତ ଡିସିପି ଅନିଲ ମିଶ୍ର ।

ତେବେ ବିଭିନ୍ନ ସମୟରେ ଭୟ ଦେଖାଇ ଡି ବ୍ରଦର୍ସ ନାଁରେ ଦାଦାବଟି ମାଗୁଥିଲେ 2 ଯୁବକ । ଛତ୍ର ବଜାରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ୫ ଲକ୍ଷ ଟଙ୍କାର ଦାଦାବଟି ମାଗି ବେଳେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଜଣ ହେଲେ ମଣ୍ଟୁ ଓରଫ କମଳାକାନ୍ତ ବାରିକ ଓ ବାବୁ ଓରଫ ଦିଲ୍ଲୀପ କୁମାର ଦାସ । ତେବେ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକ ଘର ଜଗତସିଂହପୁରରେ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ଢେଙ୍କାନାଳ ବୋଲି ଜଣାପଡିଛି । ପୂର୍ବରୁ ସେମାନେ ଢେଙ୍କାନାଳର ଜଣେ ବ୍ୟକ୍ତିଙ୍କୁ ଧମକ ଦେବା ସହ ତାଙ୍କ ଠାରୁ 1 ଲକ୍ଷ ଟଙ୍କା ମଧ୍ୟ ନେଇଥିଲେ । ସେମାନଙ୍କ ନିକଟରୁ ନଗଦ ୯୨ ହଜାର ଟଙ୍କା, ୫ଟି ମୋବାଇଲ ଫୋନ ସହ ଦୁଇଟି ବାଇକ ଜବତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ... ରାଜଧାନୀରେ ଦାଦାବଟି ପାଇଁ ବାର ମ୍ୟାନେଜରଙ୍କୁ ଅପହରଣ, 2 ବାଉନସର ଗିରଫ

ଉଭୟଙ୍କ ନାଁରେ ପୂର୍ବରୁ କଟକ, ଭୁବନେଶ୍ୱର ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି । ଉଭୟ ବିଭିନ୍ନ ସମୟରେ ବଡ଼ ବଡ଼ ଗ୍ୟାଙ୍ଗଷ୍ଟରଙ୍କ ନାଁରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଫୋନ୍ ଯୋଗେ ଧମକ ଦେବା ସହ ଦାଦାବଟି ମାଗିଥାନ୍ତି । ଦାଦାବଟି ନଦେଲେ ଜୀବନରୁ ମାରିଦେବାକୁ ହତ୍ୟା ଧମକ ଦେବା ପାଇଁ ମଧ୍ୟ ଏମାନେ ଧମକ ଚମକ୍ ଦିଅନ୍ତି ।

ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଉଭୟ ଡି ବ୍ରଦର୍ସଙ୍କ କୌଣସି ଲିଙ୍କ କିମ୍ବା ସହଯୋଗୀ ନୁହଁନ୍ତି । କେବଳ ଲୋକଙ୍କୁ ଭୁଆଁ ବନେଇବା ପାଇଁ ଉଭୟ ଏହି ଉଦ୍ୟମ ଆରମ୍ଭ କରିଥଲେ । ତେବେ ଉଭୟଙ୍କ ମଧ୍ୟରୁ ଦିଲୀପ କୁମାର, ଯିଏ ପେସାରେ ଜଣେ ଟ୍ୟୁସନ ସାର । ଦିଲୀପ ଟିୟୁସନ କରିବା ସହ ଏହି ଧଳ ବ୍ରଦର୍ସଙ୍କ ନାଁ କହି ଟଙ୍କା ଲୁଟୁଥିଲେ । ସେପଟେ 2 ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏହି ଘଟଣାରେ ଆହୁରି ତଦନ୍ତ ବାକି ରହିଥିବା କହିଛନ୍ତି କଟକ ଅତରିକ୍ତ ଡିସିପି ଅନିଲ ମିଶ୍ର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.