ETV Bharat / state

ମହାନଦୀ ବିହାର ଡକାୟତି ଘଟଣା, ଶୀଘ୍ର ଗିରଫ ହେବ ଅଭିଯୁକ୍ତ କହିଲେ ଡିସିପି

କଟକ ମହାନଦୀ ବିହାର ଅଞ୍ଚଳରେ ବଡ଼ ଧରଣର ଡକାୟତି ଘଟଣା । ଖୁବ ଶିଘ୍ର ଡକାୟତ ଧରା ପଡିଲେ ବୋଲି କହିଛନ୍ତି କଟକ ଡିସିପି ।

author img

By

Published : Oct 23, 2022, 11:01 AM IST

କଟକରେ ବଡ଼ଧରଣ ଡକାୟତି ଘଟଣା, ଶୀଘ୍ର ଗିରଫ ହେବ ଅଭିଯୁକ୍ତ : ଡିସିପି

କଟକ: ମହାନଦୀ ବିହାର ଡକାୟତି ମାମଲାରେ ପୋଲିସ ତତ୍ପର ହୋଇ ଉଠିଛି । କଟକ ଡିସିପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶ ଅନୁସାରେ ଗଠନ ହୋଇଛି ଏକ ସ୍ପେଶାଲ ଟିମ୍ । ଏ ସମ୍ପର୍କରେ କଟକ ଡିସିପି କହିଛନ୍ତି, ''କିଛିଦିନର ବ୍ୟବଧାନ ପରେ ପୁଣି କଟକରେ ଏଭଳି ଲୁଟପାଟ ଘଟଣା ସାମ୍ନାକୁ ଆସିଛି । ତେବେ ଆମ ଟିମ୍ ଏଥିପାଇଁ ସଜାଗ ରହିଛି । ସ୍ଥାନୀୟ ବାସିନ୍ଦା ଆଦୌ ଭୟଭୀତ ନହେବା ପାଇଁ କହିଛନ୍ତି । ଏହାସହ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି''।

ସୂଚନାନୁସାରେ, ଶୁକ୍ରବାର ଭୋର ସମୟରେ କଟକ ମହାନଦୀ ବିହାର ଅଞ୍ଚଳରେ ବଡ଼ ଧରଣର ଡକାୟତି ହୋଇଥିଲା । ଏହି ଘଟଣାରେ ଦୁର୍ବୃତ୍ତମାନେ ଗୃହକର୍ତ୍ତା ବିଲଡର ଦୀପ୍ତି ପଟ୍ଟନାୟକଙ୍କୁ ମରଣାନ୍ତକ ଆକ୍ରମଣ ବି କରିଥିଲେ । ପରେ ଦୀପ୍ତି ପଟ୍ଟନାୟକଙ୍କ ଗୋଡ଼, ହାତକୁ ଏକ ରଶି ମାଧ୍ୟମରେ ବାନ୍ଧି ଦେଇଥିଲେ । ଏହାପରେ ବି ନିର୍ଘାତ ପିଟିଥିଲେ ଦୁର୍ବୃତ୍ତମାନେ । ପରେ ଘର ଭିତରେ ଥିବା ଟଙ୍କା, ଦାମୀ ସାମଗ୍ରୀ ଓ ସୁନା ରୂପା ଚୋରି କରିନେଇଥିଲେ ।

ଏହାମଧ୍ୟ ପଢ଼ନ୍ତୁ. କଟକରେ ବଡ଼ଧରଣ ଡକାୟତି ଘଟଣା, ଘରେ ପଶି ୧୮ ଲକ୍ଷ ଲୁଟିନେଲେ

ଦୀପ୍ତି ପଟ୍ଟନାୟକଙ୍କ ଆଖି ସାମ୍ନାରେ କଳାକନା ବୁଲାଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ଦୁର୍ବୃତ୍ତମାନେ ଘର ଭିତରୁ ନଗଦ ୧୮.୫ ଲକ୍ଷ ଟଙ୍କା ସହ ସୁନାରୂପା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଛନ୍ତି । ଏ ସମ୍ପର୍କରେ ଦୀପ୍ତି ପଟ୍ଟନାୟକ ଚାଉଳିଆଗଞ୍ଜ ଥାନାକୁ ଜଣାଇଥିଲେ । ଖବରପାଇ ଚାଉଳିଆଗଞ୍ଜ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ଦୀପ୍ତିଙ୍କୁ ହାତ ଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର କରିଥିଲେ । ସେଠାରେ ଘଟଣା ସମ୍ପର୍କରେ ସମସ୍ତ କଥା ଶୁଣି ପାରିପାର୍ଶ୍ବିକ ସ୍ଥିତି ଛାନଭିନ୍ ଆରମ୍ଭ କରିଥିଲେ । ତେବେ ଏଥିରେ ୫ଜଣ ଲୁଟେରା ଘରେ ପଶି ଏହି ଲୁଟ କରିଥିବା ଡିସିପି ଗଣମାଧ୍ୟମ ସମ୍ମୁଖରେ ସୂଚନା ଦେଇଛନ୍ତି ।

କଟକରେ ପୁଣି ଲୁଟେରା ଗ୍ୟାଙ୍ଗ ସକ୍ରିୟ ହେବା ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । କହିବାକୁ ଗଲେ ପୋଲିସକୁ ପୁଣି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ । କିଛିଦିନର ବ୍ୟବଧାନ ପରେ ପୁଣି କଟକରେ ଏଭଳି ଲୁଟପାଟ ଘଟଣା ସାମ୍ନାକୁ ଆସିଛି। ସେପଟେ ଏହି ଘଟଣାକୁ ନେଇ ଏବେ ପୋଲିସର ମୁଣ୍ଡ ବିନ୍ଧା ହୋଇଛି । କିପରି ଲୁଟେରାଙ୍କୁ ସାବାଡ କରାଯିବ ସେନେଇ ଚଳାଇଛି ପ୍ରସ୍ତୁତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.