କଟକ: ରାସ୍ତା ଉପରେ ଘୂରି ବୁଲୁଛନ୍ତି ଅଭ୍ୟାସଗତ ଅମାନିଆ । ଖୁଲମଖୁଲା ଭାବେ ସାମାଜିକ ଦୂରତ୍ବକୁ ବେଖାତିର କରୁଛନ୍ତି । ସେପଟେ କିନ୍ତୁ ଚାଲାଣ କାଟି କାଟି ନୟାନ୍ତ ପୋଲିସ । ହେଲେ ଏହି ଅଭ୍ୟାସଗତ ଅମାନିଆ ଗୋଟିଏ ଜିଦରେ ଅଟଳ, ଫାଇନ ଦେବୁ ପଛେ ରାସ୍ତାରେ ଚକ୍କର କାଟିବୁ ଆଉ ଭିଡ ସୃଷ୍ଟି କରିବୁ ।
![167 people fined for rule breaks in 24 hours in cuttack](https://etvbharatimages.akamaized.net/etvbharat/prod-images/od-ctc-03-fineandsocialdistancementfine-dry-7204966_14052020222120_1405f_03668_140.jpg)
![167 people fined for rule breaks in 24 hours in cuttack](https://etvbharatimages.akamaized.net/etvbharat/prod-images/od-ctc-03-fineandsocialdistancementfine-dry-7204966_14052020222125_1405f_03668_62.jpg)
ଏହି କ୍ରମରେ ଗତ 24 ଘଣ୍ଟା ମଧ୍ୟରେ କଟକର ବିଭିନ୍ନ ସ୍ଥାନରେ ସାମାଜିକ ଦୂରତ୍ବ ଉଲ୍ଲଂଘନ ଅଭିଯୋଗରେ 88 ଜଣଙ୍କ ଠାରୁ ଫାଇନ ଆଦାୟ କରିଛି ପୋଲିସ । ସେହିପରି ମାସ୍କ ନ ପିନ୍ଧିବା ଅଭିଯୋଗରେ 79 ଜଣ ଗଣିଛନ୍ତି ତଣ୍ଡ । ତେବେ ସହରରେ ଲକଡାଉନ କୋହଳ ପରେ ବି ସମାନ ଦୃଶ୍ୟ ନଜର ଆସୁଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ