କଟକ: ନେମାଳ ଅଚ୍ୟୁତାନନ୍ଦଙ୍କ ପୀଠରେ ଲାଗିଛି ୧୪୪ ଧାରା। ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଆଜି(ଗୁରୁବାର) ମହାପୁରୁଷଙ୍କ ଗାଦିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ରହିଛି 144 ଧାରା । ଯେଉଁଥିପାଇଁ ଭକ୍ତ ହୋଇଛନ୍ତି ନିରାଶ । ଶ୍ରଦ୍ଧାଳୁଙ୍କ ପାଇଁ ପୀଠକୁ ପ୍ରବେଶ ନିଷେଧ ଥିବାବେଳେ କୋଭିଡ କଟକଣା ମଧ୍ୟରେ କେବଳ ସେବାୟତଙ୍କୁ ନେଇ ଚାଲିଛି ନୀତିକାନ୍ତି ।
ଆଜି ହେଉଛି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା । ଏହି ଦିନରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ପୀଠରେ ଧୂମଧାମରେ ପାଳନ ହୁଏ ଏହି ପବିତ୍ର ଉତ୍ସବ । ପ୍ରତିବର୍ଷ ୪ ଦିନ ଧରି ଉତ୍ସବ ଅବସରରେ ଏଠାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ସହ ରାଜ୍ୟ ଏବଂ ରାଜ୍ୟ ବାହାରୁ ସାଧୁସନ୍ଥଙ୍କ ଭିଡ଼ ଦେଖିବାକୁ ମିଳିଥାଏ ।
କିନ୍ତୁ ଗତବର୍ଷ କୋଭିଡ କଟକଣା ହେତୁ ଚଳିତ ବର୍ଷ ଏହି ଉତ୍ସବ ପାଇଁ ତହସିଲ ପ୍ରଶାସନ ପକ୍ଷରୁ ୪ ଦିନ ପାଇଁ ପୀଠ ପରିସରରେ ୧୪୪ ଧାରା ଜାରି କରାଯିବା ସହ ଭକ୍ତଙ୍କ ପ୍ରବେଶ ନିଷେଧ ନିମନ୍ତେ ବାରିକେଡ କରାଯାଇଛି । ଏହାସହ ମନ୍ଦିର ପରିସରରେ ପୋଲିସ ମୁତୟନ କରାଯାଇଛି । ଅନ୍ୟପଟରେ କେବଳ ସେବାୟତଙ୍କୁ ନେଇ ଯଥା ରୀତିନୀତିରେ ପୂଜାକାର୍ଯ୍ୟ ଚାଲିଛି। ଶ୍ରଦ୍ଧାଳୁମାନେ ଦୂରରେ ରହି ଦର୍ଶନ କରିନପାରି ନିରାଶରେ ଫେରିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ