ବାଲେଶ୍ଵର: ଜିଲ୍ଲା ଖଇରା ଥାନା ଅଧିନ ଡଗରପଡା ଗ୍ରାମରେ ଶନିଦେବଙ୍କ ଆସ୍ଥାନ ଭାଙ୍ଗିବାକୁ ନେଇ ଉତ୍ତେଜନା ଲାଗି ରହିଛି । ସୁରକ୍ଷା ଦୃଷ୍ଟିରୁ ଗ୍ରାମରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ 144 ଧାରା ଜାରି କରାଯାଇଛି ।
ଶୁକ୍ରବାର ବିଳମ୍ବିତ ରାତିରେ କିଛି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ଗ୍ରାମ ପଡିଆ ନିକଟରେ ଥିବା ଶନିଦେଵଙ୍କ ଆସ୍ଥାନ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ଜଣାପଡିବା ପରେ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିଲା। ଗ୍ରାମର ଲୋକମାନେ ଖଇରା ଥାନାରେ ପହଞ୍ଚି ଏନେଇ ଅଭିଯୋଗ କରିଥିଲେ । ଖଇରା ପୋଲିସ, ତହସିଲଦାର, ନୀଳଗିରି ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଉକ୍ତ ଅଞ୍ଚଳରେ 144 ଧାରା ଲାଗୁ କରିଥିବା ଜଣାପଡ଼ିଛି ।
ଅନ୍ୟପଟେ ଘଟଣାକୁ ନେଇ ଏକ ଶାନ୍ତି କମିଟି ବୈଠକ ହେବ ବୋଲି ସୂଚନା ମିଳିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ