କଟକ: ଗିରଫ ହେଲେ 14 ଜୁଆଡି। କଟକ କଲେଜ ଛକ ନିକଟସ୍ଥ ସିଡିଏ ମାର୍କେଟ କମ୍ପଲେକ୍ସରୁ ସମସ୍ତଙ୍କୁ ଗିରଫ କରାଯାଇଛି । ଏହି ମାର୍କେଟରେ ଦୀର୍ଘଦିନ ହେବ ଜାରି ରହିଥିଲା ତାଙ୍କର ଆଡ୍ଡାସ୍ଥଳୀ । ଜୁଆ ଖେଳି ମାଲାମାଲ ହେଉଥିଲେ ଏମାନେ।

ତେବେ ଖବର ପାଇ ମାଲଗୋଦାମ ଥାନା ଆଡା ସ୍ଥଳରେ ପହଁଞ୍ଚି 14 ଜଣଙ୍କୁ ଗିରଫ କରିଛି । ଏହାସହ 37 ହଜାରରୁ ଉର୍ଦ୍ଧ୍ବ ନଗଦ ଟଙ୍କା ,10 ଟି ଦାମୀ ମୋବାଇଲ ଓ ସଟା ମଧ୍ୟ ଜବତ କରିଛି ପୋଲିସ । ତେବେ ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ