କଟକ: ଆଜି ୧୨ ଘଣ୍ଟିଆ ଆଠଗଡ ବନ୍ଦ(Athagarh Bandh) । ଆଠଗଡ ସୁରକ୍ଷା ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଆଠଗଡ଼ ବ୍ଲକର ୭୧ଟି ପଞ୍ଚାୟତ କଟକ ଉନ୍ନୟନ ସଂସ୍ଥା ଅଧିନକୁ ଯିବା ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅଞ୍ଚଳର ବିଭିନ୍ନ ସଂଗଠନ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଆଠଗଡ଼ ସୁରକ୍ଷା ମଞ୍ଚ ସକାଳ ୬ଟାରୁ ସଂଧ୍ୟ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ।
ସକାଳୁ ଆଠଗଡରେ ବନ୍ଦ ପ୍ରଭାବ ଦେଖିବାକୁ ମିଳୁଛି । ଏଠାରେ ଗାଡି ଚଳାଚଳ, ଦୋକାନ ବଜାର ସମ୍ପୂର୍ଣ ବନ୍ଦ ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଛକରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଏହି 12 ଘଣ୍ଟିଆ ବନ୍ଦ ମଧ୍ୟରେ କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜିବା ପାଇଁ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । କଟକ ସିଡିଏରେ ମିଶ୍ରଣ ପ୍ରସ୍ତାବକୁ ଆଠଗଡରେ ତୀବ୍ର ବିରୋଧ କରାଯାଉଛି ।
କଟକ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ