ETV Bharat / state

ତାଲାବନ୍ଦ ନିୟମ ଉଲ୍ଲଙ୍ଘନ: 24 ଘଣ୍ଟାରେ 12 ମାମଲା

ତାଲାବନ୍ଦ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ରାଜ୍ୟରେ ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୬୭୨୮ଟି ମାମଲା ରୁଜୁ ହୋଇଛି । ଶୁକ୍ରବାର ସକାଳୁ ଶନିବାର ସକାଳ ପର୍ଯ୍ୟନ୍ତ 12ଟି ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ...

author img

By

Published : Jul 4, 2020, 10:15 PM IST

ତାଲାବନ୍ଦ ନିୟମ ଉଲ୍ଲଙ୍ଘନ: 24 ଘଣ୍ଟାରେ 12 ମାମଲା ରୁଜୁ

କଟକ: ସରକାରଙ୍କ ତାଗିଦ ସତ୍ତ୍ବେ ରାଜ୍ୟରେ ଲକଡାଉନ ନିୟମ ଉଲ୍ଲଙ୍ଘନ ଜାରି ରହିଛି । ଗତ 24 ଘଣ୍ଟାରେ ରାଜ୍ୟରେ ଏ ସଂକ୍ରାନ୍ତରେ 12ଟି ମାମଲା ରୁଜୁ ହୋଇଛି । ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଏହା ସମ୍ପର୍କରେ ସୂଚନା ଦିଆଯାଇଛି ।

ତାଲାବନ୍ଦ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୬୭୨୮ଟି ମାମଲା ରୁଜୁ ହୋଇଛି । ଗତ ମାର୍ଚ୍ଚ ୨୪ରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ ହୋଇଛି । ଶୁକ୍ରବାର ସକାଳୁ ଶନିବାର ସକାଳ ପର୍ଯ୍ୟନ୍ତ 12ଟି ମାମଲା ରୁଜୁ ହୋଇଛି ।

ରାଜ୍ୟର ବିଭିନ୍ନ ଥାନାରେ ଏହି ମାମଲା ଦାୟର ହୋଇଛି । ଏହି ୧୨ଟି ମାମଲା ମଧ୍ୟରୁ ୧୧ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ରୁଜୁ କରାଯାଇଛି । ଗୋଟିଏ ମାମଲା ଅନ୍ୟାନ୍ୟ ମାମଲା ପାଇଁ ରୁଜୁ କରାଯାଇଥିବା ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.