ETV Bharat / state

ଗାନ୍ଧିଜୀଙ୍କ ଓଡିଶା ଗସ୍ତକୁ ଶହେ ବର୍ଷ, କଟକ ପାଳୁଛି ସୁବର୍ଣ୍ଣ ଦିନ - Mhatma Gandhi in odisha

ଆଜିକୁ ଠିକ 100 ବର୍ଷ ତଳେ ଓଡିଶା ମାଟିରେ ପାଦ ଦେଇଥିଲେ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ । ପ୍ରଥମ କରି ଜାତିର ପିତାଙ୍କ ପଦସ୍ପର୍ଶ ପାଇଥିବା ଐତିହ୍ୟ ସହର କଟକ ଆଜିବି ଭୁଲିନି ସେହି ଚିରସ୍ମରଣୀୟ ଦିନ । ବାପୁଙ୍କ ଆଗମନର ଶତବାର୍ଷିକି ଉତ୍ସବ ପାଳିବାକୁ ସଜବାଜ ସିଲଭର ସିଟି ..

ଗାନ୍ଧିଜୀଙ୍କ ଓଡିଶା ଗସ୍ତକୁ ଶହେ ବର୍ଷ , କଟକ ପାଳୁଛୁ ସେହି ସୁବର୍ଣ୍ଣ ଦିନ

author img

By

Published : Mar 23, 2021, 8:04 AM IST

କଟକ: ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ କଟକ ସହରକୁ ଆଗମନର ଶତବାର୍ଷିକି ଉତ୍ସବ । ଏଥିପାଇଁ ସହରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କଟକ ରେଳଷ୍ଟେସନରୁ ଟ୍ରେନରୁ ଓହ୍ଲାଇ ବାପୁ ଯେଉଁ ବାଟ ଦେଇ କାଠଯୋଡ଼ି ନଦୀକୂଳରେ ପହଁଚି ସଭା କରିଥିଲେ ସେହି ବାଟ ଦେଇ ଏକ ବିଶାଳ ଶୋଭାଯାତ୍ରା ଯିବାର କାର୍ଯ୍ୟକ୍ରମ ରହିଛି । ଏହା ସହ ସେହି ସମୟରେ ଗାନ୍ଧୀଜୀ ବ୍ୟବହାର କରିଥିବା ବିଭିନ୍ନ ସାମଗ୍ରୀଗୁଡ଼ିକର ଏକ ପ୍ରଦର୍ଶନୀ ମଧ୍ୟ ଲଗାଯାଇଛି ।

ଗାନ୍ଧିଜୀଙ୍କ ଓଡିଶା ଗସ୍ତକୁ ଶହେ ବର୍ଷ, କଟକ ପାଳୁଛି ସୁବର୍ଣ୍ଣ ଦିନ

1921 ମସିହା ମାର୍ଚ୍ଚ ମାସ 23 ତାରିଖ । ଏହି ଦିନ ଓଡ଼ିଶା ଗ୍ରସ୍ତରେ ଆସି ଥିବା ଅହିସାଂର ପୂଜାରୀ ମହାତ୍ମା ଗାନ୍ଧୀ କାଠଯୋଡ଼ି ନଦୀ ପଠାରେ ଏକ ସଭାର ଆୟୋଜନ କରିଥିଲେ । ସେହି ଐତିହାସିକ ଦିନର ସ୍ମୃତିଚାରଣ କରିବା ପାଇଁ ଏକାଠି ହୋଇଛି ଐତିହାସିକ ସହର କଟକ । ଏନେଇ ଆଜି କଟକ ସହରରେ ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିବା ବେଳେ ସ୍ବାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ଦରଘାବଜାର ସ୍ଥିତ ପୁରୁଣା ଜେଲରେ ଏକ ପଟଚିତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏହା ସହ ଏହି ପ୍ରଦର୍ଶନୀରେ ଆସନ୍ତାକାଲି ପ୍ରଦର୍ଶିତ ହେବ ଶହେ ବର୍ଷ ତଳେ ବାପୁ ବ୍ୟବହାର କରିଥିବା ବିଭିନ୍ନ ସାମଗ୍ରୀ ।

ଓଡିଶା ଆଗମନ ସମୟରେ କଟକ ରେଳଷ୍ଟେସନରୁ ବାହାରି ଗାନ୍ଧୀ ସହରର ଯେଉଁ ବାଟ ଦେଇ କାଠଯୋଡ଼ି ନଦୀ ପଠା ପର୍ଯ୍ୟନ୍ତ ଯାଇଥିଲେ ସେହି ରାସ୍ତା ଦେଇ ଆସନ୍ତାକାଲି ଏକ ବିରାଟ ପଟୁଆର ଯାତ୍ରା କରିବ । ଏଥିରେ ଗାନ୍ଧୀଜୀଙ୍କ ସ୍ମୃତି ଚାରଣ କରୁଥିବା ବିଭିନ୍ନ ପ୍ରକାର ପ୍ରତିକୃତି ବା ପ୍ରଜ୍ଞାପନ ମେଢ ମଧ୍ୟ ବାହାରିବ । ଏହି ଶୋଭା ଯାତ୍ରାରେ ସ୍ବାଧୀନତା ସଂଗ୍ରୀମୀଙ୍କ ସହ କଟକ ସହରର ସାଧାରଣ ଲୋକେ ଓ ପୂଜା କମିଟି ଗୁଡ଼ିକ ମଧ୍ୟ ଭାଗ ନେଉଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶସାନ ମଧ୍ୟ ନିଜ ପ୍ରସ୍ତୁତି ଶେଷ କରିଛି ।

ଏହା ବ୍ୟତିତ ବିଭିନ୍ନ ସଂଙ୍ଗଠନ ଗୁଡ଼ିକ ଗୋଟିଏ ସପ୍ତାହ ବ୍ୟାପି ଉତ୍ସବ ପାଳନ କରୁଥିବା ବେଳେ ଆସନ୍ତା ଏପ୍ରିଲ ଏକ ତାରିଖ ଦିନ ବେଲ ଭୟୁ ଠାରେ ଶହେ ବର୍ଷ ତଳେ କାଠଯୋଡ଼ି ସଭାରେ ଉପସ୍ଥିତ ଥିବା ସ୍ବାଧୀନତା ସଂଗ୍ରାମୀମାନଙ୍କ ଏକ ବ୍ରୋଞ୍ଚ ନିର୍ମିତ ପ୍ରତିମୂର୍ତ୍ତି ମଧ୍ୟ ଉଦଘାଟିନ କରାଯିବ ।

ସ୍ବାଧିନତା ସଂଗ୍ରାମରେ ସାମିଲ ହୋଇ ଓଡିଶାର ବହୁ ସଂଗ୍ରାମୀ ଓ ସେନାନୀ ସାରଥୀ ସାଜିଥିଲେ ଗାନ୍ଧୀ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି କଳାକୁ ଗୁରୁତ୍ବସହ ଇଂରେଜ ଜୁଲମରୁ ବଞ୍ଚିବାକୁ ସେ ସତ୍ୟ ଓ ଅହିଂସାର ଦେଖାଇଥିଲେ ରାସ୍ତା। ଓଡିଶା ପାଇଁ ରହିଥିବା ତାଙ୍କର ଅମାପ ଯୋଗଦାନ ଓ ନିସ୍ବାର୍ଥପର ବଳିଦାନକୁ ଆଜି ଆମେ ମିଳିମିଶି ପାଳିବା ..

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.