ETV Bharat / state

ତ୍ରିପୁରା ଇଙ୍ଗିତ କୁଆଡେ: ବିଜେଡି ନା କଂଗ୍ରେସ - Odisha

ଓଡିଶାରେ ବି ହେବ ତ୍ରିପୁରା ସ୍ଥିତି । ପଲଟିଯିବ ଲୋକଙ୍କ ପସନ୍ଦ । କୁଆଡେ ମୋଦିଙ୍କ ଇଙ୍ଗିତ । ଆଞ୍ଚଳିକ ଦଳ ବିଜେଡି ନା ଜାତୀୟ ଦଳ କଂଗ୍ରେସ । ଚର୍ଚ୍ଚା ସରଗରମ ।

ଫାଇଲ ଫଟୋ
author img

By

Published : Apr 3, 2019, 1:07 PM IST

ଭୁବନେଶ୍ବର: 2019 ନିର୍ବାଚନ ପାଇଁ ଓଡିଶାରେ ଦୁଇଥର ପ୍ରଚାର କଲେଣି ମୋଦି । ଆସନ୍ତା 6ରେ ଆଉ ଥରେ ଆସୁଛନ୍ତି । ଓଡିଶା ନିର୍ବାଚନୀ ପ୍ରଚାରରେ ପ୍ରଧାନମନ୍ତ୍ରୀ ଏକ ଉଦହରଣକୁ ବେଶି ଗୁରୁତ୍ବ ଦେଉଥିବା ମନେ ହେଉଛି । ଯାହା ହେଉଛି 2018ର ତ୍ରିପୁରା ବିଧାନସଭା ନିର୍ବାଚନ । ମୋଦିଙ୍କ କହିବା କଥା ହେଲା ତ୍ରିପୁରା ପରି ଓଡିଶାରେ ବି ହେବାର ଅଛି । ସୁବର୍ଣ୍ଣପୁର ସମାବେଶରେ ବି ଏକଥା ଦୋହରାଇପାରନ୍ତି ମୋଦି । ଯାହାକୁ ନେଇ ଚର୍ଚ୍ଚା ସରଗରମ । ପ୍ରଶ୍ନ ତ୍ରିପୁରା ଉଦାହରଣ କାହିଁକି ।

ଏମିତି କ’ଣ ହୋଇଥିଲା ତ୍ରିପୁରା ନିର୍ବାଚନରେ । 2018 ବିଧାନସଭା ନିର୍ବାଚନ । ବିଜେପିକୁ ମିଳିଥିଲା ଆଶାତୀତ ସଫଳତା । 60 ଆସନରୁ 36 ଆସନ ହାତେଇଥିଲା ପୂର୍ବ ନିର୍ବାଚନରେ ଖାତା ଖୋଲିନଥିବା ଭାରତୀୟ ଜନତା ପାର୍ଟି । ମେଣ୍ଟ ସହଯୋଗୀ ଆଇପିଏଫଟି ମଧ୍ୟ 8 ଆସନ ପାଇଥିଲା । ଅର୍ଥାତ ଏହି ମେଣ୍ଟକୁ ମିଳିଥିଲା 73 ପ୍ରତିଶତ ଆସନ । ଏକାକୀ ବିଜେପି ହାତେଇଥିଲା 60 ପ୍ରତିଶତ ଆସନ । 25 ବର୍ଷ ଧରି ରାଜ କରିଥିବା ବାମଦଳକୁ ଗାଦିଚ୍ୟୁତ କରିବାରେ ସଫଳ ହୋଇଥିଲା ବିଜେପି । 2013ରେ 49 ଆସନ ପାଇଥିବା ସିପିଏମକୁ ମାତ୍ର 16 ଆସନ ମିଳିଥିଲା । ହଟିଥିଲା ମାଣିକ ସରକାର। ଯାହାକୁ ନେଇ ଓଡିଶାକୁ ଏବେ ତୁଳନା କରୁଛନ୍ତି ମୋଦି ।

ମୋଦିଙ୍କ କହିବା କଥାହେଲା, ତ୍ରିପୁରାରେ ଯାହାହେଲା ଓଡିଶାରେ ବି ତାହାହେବ । ଅର୍ଥାତ ମୋଦି ନିଜେ ସ୍ବୀକାର କରୁଛନ୍ତି ତ୍ରିପୁରାରେ ତାଙ୍କୁ ସବୁଠୁ ବଡ ସଫଳତା ମିଳିଛି । ନିଜର ଅସ୍ଥିତ୍ବ ନଥିବା ରାଜ୍ୟରେ 73 ପ୍ରତିଶତ ଆସନ । କିନ୍ତୁ କଥା ହେଲା ଓଡିଶାରେ ବିଜେପିର ସ୍ଥିତି ସେତେ ଖରାପ ନୁହେଁ । ତଥାପି ମଧ୍ୟ ତ୍ରିପୁରା ସହ ତୁଳନା କାହିଁକି । ନିର୍ବାଚନ ପୂର୍ବରୁ ନେତା ବାହାସ୍ପୋଟ ମାରିବା ସ୍ୱାଭାବିକ କଥା । ଏଥିରେ ସର୍ବନିମ୍ନ ନୁହେଁ ସର୍ବାଧିକ ହିଁ ସ୍ଥାନ ପାଇଥାଏ । ଠିକ ଯେମିତି ଓଡିଶାକୁ ନେଇ ଶାହାଙ୍କ ମିଶନ 120 ପ୍ଲସ (81 ପ୍ରତିଶତ ଆସନ) । ମୋଦି କିନ୍ତୁ ନିଜର ସର୍ବାଧିକ ଆକଳନ ତ୍ରିପୁରାକୁ ନେଇ କରୁଛନ୍ତି । ଅର୍ଥାତ ତ୍ରିପୁରା ପରି ଓଡିଶାରେ ବି ଦଳ 73 ପ୍ରତିଶତ ଆସନ ପାଇପାରେ । ଅର୍ଥାତ ଶାହାଙ୍କ ଆକଳନଠୁ ଢେର କମ ।

ସେମିତି ଦେଖିବାକୁ ଗଲେ ତ୍ରିପୁରାରେ ବିଜେପି-ଆଇପିଏଫଟି ମେଣ୍ଟକୁ ମିଳିଥିଲା ଏହି ସଫଳତା । ଆଇପିଏଫଟିର ସାହାରା ବିଜେପି ପାଇଁ ବେଶ ଲାଭଦାୟକ ହୋଇଥିଲା । ଆରଏସଏସ କ୍ୟାଡରଙ୍କ ଭୂମିକା ଥିଲା ବେଶ ଗୁରୁତ୍ବପୂର୍ଣ୍ଣ । କିନ୍ତୁ ଓଡିଶାରେ ବିଜେପି ଏକଘରିଆ । ଉଭୟ ବିଜେଡି ଓ କଂଗ୍ରେସର ଶତ୍ରୁ । ରାଜ୍ୟରେ ଆରଏସଏସ କ୍ୟାଡରଙ୍କ ଭୂମିକା ବି ଏତେ ସକ୍ରିୟ ଥିଲା ପରି ମନେ ହେଉନାହିଁ ।

ଏହାର ଅନ୍ୟ ଏକ ଦିଗକୁ ବିଚାର କରାଯାଉ । 2013ରେ ତ୍ରିପୁରାରେ ଜାତୀୟ ଦଳ କଂଗ୍ରେସକୁ ମିଳିଥିଲା 10 ଆସନ । ହେଲେ 2018ରେ ଖାତା ବି ଖୋଲିନଥିଲା କଂଗ୍ରେସ । ଅର୍ଥାତ ମୋଦି ଯେତେବେଳେ ତ୍ରିପୁରା ଉଦାହରଣ ଦେଉଛନ୍ତି, ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ମୋଦିଙ୍କ ଟାର୍ଗେଟ କେଉଁଠି । ବିଜେଡି ନା କଂଗ୍ରେସ । ଓଡିଶାରେ ତ୍ରିପୁରା ପରେ କଂଗ୍ରେସ ଖାତାଶୂନ୍ୟ ହୋଇଯିବାକୁ ପରୋକ୍ଷରେ ଇଙ୍ଗିତ କରୁନାହାଁନ୍ତି ତ ମୋଦି । ସେ ଯାହା ବି ହେଉ 120 ପ୍ଲସ ଯେ ପ୍ରଧାନମନ୍ତ୍ରୀଙ୍କ ସର୍ବାଧିକ ଆକଳନରେ ସ୍ଥାନ ପାଉନି, ମୋଦିଙ୍କ ଓଡିଶାକୁ ତ୍ରିପୁରା ତୁଳନାରୁ ମନେହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସ୍ଲଗ- ସ୍କୁଲ ଗାଡି ଧକାରେ ବୃଧ ଗୁରୁତର
ଆଙ୍କର-ଆଜି ତହସିଲ ଛକ ନିଅଟରେ ଏକ ସଡକ ଦୁର୍ଘଟଣା ଘଟିଛି । ଶୁଆକାଠି ସ୍ଥିତ ଓଏମସି ଖଣିର ସ୍କୁଲ ବସଟି ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ନେଇ ଫେରୁ ଥିଲା । ଏହି ସମୟରେ   ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଛକ ଠାରେ ଏକ ବୃଦ୍ଧ ରାସ୍ତା ପାର ହେଉଥିବା ସମୟରେ ତାଙ୍କୁ ଉକ୍ତ ବସ ଟି କୁଟିଥିଲା । ଫଳରେ ବୃଦ୍ଧ ଜଣକୁ  ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରା ଯାଇଛି । ବୃଧ ଙ୍କ ପରିଚୟ ପ୍ରଫୁଲ୍ଲ ବେହେରା ବୋଲି ଜଣା ପଡିଥିବା ବେଳେ ସଦର ଥାନା ଅନ୍ତର୍ଗତ ବଉଳମାଳ ଅଞ୍ଚଳ ର ବୋଲି ଜଣା ପଡୁଛି । 
ବାଇଟ - ସୁଜିତ କୁମାର ମହାନ୍ତି ( ପ୍ରତ୍ୟକ୍ଷ ଦର୍ଶୀ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.