ETV Bharat / state

ନାବାଳିକା ଗର୍ଭବତୀ ଘଟଣା: ବିଧାନସଭାରେ ପ୍ରତିକ୍ରିୟା ରଖିଲେ ବିଭାଗୀୟ ମନ୍ତ୍ରୀ - minor girl

ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଏବଂ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆବାସିକା ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ନାବାଳିକା ଗର୍ଭବତୀ ହେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଆଦିବାସୀ ଉନ୍ନୟନ କଲ୍ୟାଣ ମନ୍ତ୍ରୀ

ପ୍ରତୀକାତ୍ମକ ଫଟୋ
author img

By

Published : Jul 12, 2019, 2:42 PM IST

ଭୁବେନଶ୍ବର: ରାଜଧାନୀରେ ଥିବା ଏକ ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରୀନିବାସରେ ତିନି ଜଣ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ଶୁକ୍ରବାର ବିଧାନସଭାରେ ପ୍ରତିକ୍ରିୟା ରଖିଛନ୍ତି ଆଦିବାସୀ ଉନ୍ନୟନ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରିକା । ଏହି ଘଟଣା ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ।

ଶୂନ୍ୟକାଳରେ ଏ ସମ୍ପର୍କରେ ଗୃହକୁ ଅବଗତ କରି ମନ୍ତ୍ରୀ କହିଛନ୍ତି ଯେ, ପ୍ରତି ବର୍ଷ ଗ୍ରୀଷ୍ମ ଛୁଟିରୁ ଫେରିବା ପରେ ସବୁ ଛାତ୍ରାବାସରେ ସ୍ବାସ୍ଥ୍ୟ ପରୀକ୍ଷା ହୋଇଥାଏ । ଚଳିତ ବର୍ଷ ମଧ୍ୟ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଇଥିଲା । ଖୋର୍ଦ୍ଧା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ 4 ଜଣ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡିଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କ୍ୟାପିଟାଲ ହସ୍ପିଟାଲରେ କରାଯାଇଥିଲା ।

image
ଫଟୋ ସୌଜନ୍ୟ: ବ୍ୟୁରୋଚିଫ୍, ଭୁବନେଶ୍ବର

ସେମାନଙ୍କ ମଧ୍ୟରୁ ଜଣେ ଗର୍ଭବତୀ ଥିବା ଜଣାପଡିଥିଲା । ଏନେଇ କରାଯାଇଥିବା ତଦନ୍ତରୁ ଜଣାପଡିଛି ଯେ, ଗ୍ରୀଷ୍ମଛୁଟିରେ ଘରକୁ ଯାଇଥିବା ବେଳେ ପଡୋଶୀ ଘରର ଜଣେ ଯୁବକଙ୍କ ସହ ସମ୍ପର୍କ ରଖିଥିଲେ ଗର୍ଭବତୀ ହୋଇଥିବା ନାବାଳିକା । ଏ ଘଟଣା ସମ୍ପର୍କରେ ଜଣାପଡିବା ପରେ ପୀଡିତାଙ୍କ ପରିବାରକୁ ଅବଗତ କରାଯିବା ସହ ଏଥିରେ ଜଡିତ ଥିବା ଯୁବକକୁ ଗିରଫ କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ଜଣାଇଛନ୍ତି ।

image
ଫଟୋ ସୌଜନ୍ୟ: ବ୍ୟୁରୋଚିଫ୍, ଭୁବନେଶ୍ବର

ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ 1670ଟି ବିଦ୍ୟାଳୟ ପରିଚାଳିତ ହେଉଥିବା ବେଳେ 6500ଟି ଛାତ୍ରାବାସ ପ୍ରତିଷ୍ଠା ହୋଇଛି । ପ୍ରାୟ 5.93 ଲକ୍ଷ ଛାତ୍ରଛାତ୍ରୀ ଏଠାରେ ପାଠ ପଢୁଛନ୍ତି । ଗତ ଜାନୁଆରୀ ଓ ଫେବୃଆରୀରେ ମଧ୍ୟ ମୟୁରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାରୁ ଏଭଳି ଦୁଇଟି ଅଭିଯୋଗ ଆସିଥିଲା । ପରେ ଏନେଇ କରାଯାଇଥିବା ତଦନ୍ତରୁ ଜଣା ପଡିଥିଲା ଯେ, ଏଠାକାର ଦୁଇ ଛାତ୍ରୀ ଛୁଟିରେ ଘରକୁ ଯାଇଥିବା ବେଳେ ଗର୍ଭବତୀ ହୋଇଥିଲେ ।

ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

ଭୁବନେଶ୍ୱର () ଭୁବନେଶ୍ୱରର ଏକ ଅନୁସୂଚିତ ଜନଜାତି ଓ ଜାତି ଛାତ୍ରିନିବସରେ 3 ଜଣ ଛାତ୍ରୀ ଗର୍ଭବତୀ ଘଟଣାରେ ଆଜି ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସରକା ବିଧାନସଭାର ଶୂନ୍ୟକାଳରେ ବିବୃତି ଦେଇଛନ୍ତି । ଛୁଟିରୁ ଫେରିବା ପରେ ସବୁ ଛାତ୍ରାବାସରେ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥାଏ।  ଚଳିତ ବର୍ଷ ଗ୍ରୀଷ୍ମ ଛୁଟି ପରେ ସବୁଠି ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା । ଖୋର୍ଦ୍ଧା ମଙ୍ଗଳ ଅଧିକାରୀଙ୍କ ରିପୋର୍ଟ ଅନୁଯାୟୀ 4 ଜଣ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡିଥିଲା । ସେହି ଛାତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପରବର୍ତ୍ତୀ ସ୍ଵାସ୍ଥ୍ୟ ପରୀକ୍ଷା ହୋଇଥିଲା।  

ସେ ମଧ୍ୟରୁ ଜଣେ ଛାତ୍ରୀଙ୍କ ଗର୍ଭଧାରଣ ନିଶ୍ଚିତ ହୋଇଥିଲା । ତଦନ୍ତରୁ ଜଣାପଡିଛି ଯେ, ଗ୍ରୀଷ୍ମ ଛୁଟିରେ ଯାଇଥିବା ବେଳେ ତାଙ୍କ ପଡୋଶୀ ଘରର ଜଣେ ଯୁବକଙ୍କ ସହ ସମ୍ପର୍କ ରଖିଥିଲେ । ଏ ସମ୍ପର୍କରେ ଛାତ୍ରୀଙ୍କ ପରିବାରକୁ ଅବଗତ କରାଯିବା ସହ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । 

ରାଜ୍ୟରେ ଅନୁସୂଚିତ ଜନଜାତି ଓ ଜାତି ବିଭାଗ ପକ୍ଷରୁ 1670ଟି ବିଦ୍ୟାଳୟ ପରିଚାଳିତ ହେଉଥିବା ବେଳେ 6500ଟି ଛାତ୍ରାବାସ ପ୍ରତିଷ୍ଠା ହୋଇଛି । ଏଠାରେ ପ୍ରାୟ 5.93 ଲକ୍ଷ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ସେ ମଧ୍ୟରୁ 3.30 ଜଣ ଛାତ୍ରୀ । ଜାନୁଆରୀ ଓ ଫେବୃଆରୀ ମାସରେ ମୟୁରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାରେ ଏହିଭଳି ଦୁଇଟି ଅଭିଯୋଗ ଆସିଥିଲା । ତଦନ୍ତ ପରେ ଜଣା ପଡିଥିଲା ଯେ, ସେହି ଦୁଇ ଛାତ୍ରୀ ଛୁଟିରେ ଘରକୁ ଯାଇଥିବା ବେଳେ ଗର୍ଭବତୀ ହୋଇଥିଲେ । 

ବାଇଟ - ଜଗନ୍ନାଥ ସରକା, ଅନୁସୂଚିତ ଜନଜାତୀ ଓ ଜାତୀ ମନ୍ତ୍ରୀ 
(Byte will be sent soon)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.