ETV Bharat / state

ଆସନ୍ତାକାଲି ପ୍ରଥମ ଶ୍ରାବଣ ସୋମବାର

author img

By

Published : Jul 21, 2019, 11:40 AM IST

ବାର ମଧ୍ୟରେ ଶ୍ରେଷ୍ଠ ବାର ସୋମବାର ଓ ମାସ ମଧ୍ୟରେ ଶିବଙ୍କ ମାସ ଶ୍ରାବଣ ମାସ । ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର । ସେ ନେଇ ଓଡ଼ିଶାର ବିଭିନ୍ନ ଶୈବ ପୀଠରେ ଜଳାଭିଷେକ କରିବେ କାଉଡିଆମାନେ ।

ଡିଜାଇନ ଫଟୋ

ଭୁବନେଶ୍ବର: ଆସନ୍ତାକାଲି ପ୍ରଥମ ଶ୍ରାବଣ ସୋମବାର । ବାର ମଧ୍ୟରେ ଶ୍ରେଷ୍ଠ ବାର ସୋମବାର । ପ୍ରଭୁ ଶିବଙ୍କ ବାର । ବୈଦ୍ୟନାଥଙ୍କୁ ଏହି ମାସରେ ଆରାଧନା କରି ଜଳ ଲାଗି କରାଯାଇଥାଏ । ଏହି ମାସରେ 4ଟି ସୋମବାର ପଡୁଥିବାବେଳେ କାଉଡିଆମାନେ ଜଳାଭିଷେକ କରିଥାନ୍ତି । ଆଷାଢ ପୂର୍ଣ୍ଣିମା ଠାରୁ ଶ୍ରାବଣ ପୂର୍ଣ୍ଣିମା ଯାଏଁ ଅର୍ଥାତ 17 ଜୁଲାଇରୁ ଅଗଷ୍ଟ 15 ହେଉଛି ଶ୍ରାବଣ ମାସ ।

ଏନେଇ ଓଡ଼ିଶାର ବିଭିନ୍ନ ଶୈବ ପୀଠମାନଙ୍କରେ କାଉଡିଆଙ୍କ ଭିଡ ଲାଗିବ । କପିଳାସ, ଲିଙ୍ଗରାଜ, ଲୋକନାଥ, ଲଡୁବାବା ପୀଠରେ ଜଳାଭିଷେକ କରିବେ । ତେବେ କେବଳ ପୁରୁଷମାନେ ନୁହଁନ୍ତି, ଏହି ଶ୍ରାବଣ ଯାତ୍ରାରେ ସକଳ ମନୋସ୍କାମନା ପୂରଣ ନେଇ ମହିଳାମାନେ କାଉଡିଆ ସାଜି ପାଣିଭାର ଧରି ଧାର୍ମିକ ପଦଯାତ୍ରାରେ ନିଜକୁ ସାମିଲ କରୁଛନ୍ତି ।

ଚଳିତ ଶ୍ରାବଣ ମାସରେ 22 ଜୁଲାଇରୁ ଆରମ୍ଭ ହେଉଥିବାବେଳେ 29ରେ ଦ୍ବିତୀୟ ସୋମବାର, 5 ଅଗଷ୍ଟରେ ତୃତୀୟ ଓ 12 ଅଗଷ୍ଟରେ ଚତୁର୍ଥ ଅର୍ଥାତ ଶେଷ ସୋମବାର । ତେବେ ଏହି ମାସରେ 30 ଜୁଲାଇରେ ଶିବ ଚତୁର୍ଦ୍ଦଶୀ ପଡୁଛି । ବାବା ଭୋଳାନାଥଙ୍କୁ ସନ୍ତୁଷ୍ଟ ଅର୍ଥାତ ମନୋସ୍କାମନା ପୂରଣ କରିବା ପାଇଁ ଅତି କଷ୍ଟଦାୟକ ଯାତ୍ରା କରିଥାନ୍ତି କାଉଡିଆମାନେ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.