ETV Bharat / state

ଏମାନେ ଦେବେ ସବୁଠୁ ବଡ ପରୀକ୍ଷା...

ବିଧାନସଭା ଦେଖିନାହାଁନ୍ତି, ହେଲେ ସାମ୍ନା କରିବେ ବିଧାୟକ ଦଳ ନେତାଙ୍କୁ । ରାଜନୀତିକୁ ନୂଆନୂଆ ଏଣ୍ଟ୍ରି ମାରିଛନ୍ତି। ହେଲେ ନିଜ ନିଜ ଦଳ ପକ୍ଷରୁ ମିଳିଛି ସବୁଠୁ ବଡ ଚ୍ୟାଲେଞ୍ଜ। ନବୀନ, ନରସିଂହ ଏବଂ କନକବର୍ଦ୍ଧନଙ୍କ ସହ ନିର୍ବାଚନୀ ମଇଦାନରେ ଆସନ୍ତାକାଲି ଏମାନଙ୍କ ହେବ ଭାଗ୍ୟ ପରୀକ୍ଷା।

author img

By

Published : Apr 17, 2019, 12:24 PM IST

Updated : Apr 17, 2019, 12:29 PM IST

ଡିଜାଇନ ଫଟୋ

ଭୁବନେଶ୍ୱର: ବରିଷ୍ଠ ବନାମ ବରିଷ୍ଠ । ଆଇଏଏସ ବନାମ ଆଇପିଏସ । ମୁଖପାତ୍ର ବନାମ ମୁଖପାତ୍ର । ଡାକ୍ତର ବନାମ ଡାକ୍ତର । ପ୍ରତିଦ୍ୱନ୍ଦୀଙ୍କୁ କଡା ଚ୍ୟାଲେଞ୍ଜ ପାଇଁ ରାଜନୈତିକ ଦଳଗୁଡିକ ଏପରି ଫଣ୍ଡା ଆପଣାଇବା ସ୍ୱାଭାବିକ କଥା । ପୁରୀ, ଭୁବନେଶ୍ୱର, ସମ୍ବଲପୁରରେ ଏଭଳି ଚିତ୍ର ଆମେ ଦେଖିଛୁ । ନବରଙ୍ଗପୁରରେ 3 ମାଝୀ ଭିତରେ ଲଢେଇ ଏହାର ଅନ୍ୟ ଏକ ଦିଗ ହୋଇପାରେ । ସେହିପରି ରାହୁଲଙ୍କ ବିପକ୍ଷରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଟକ୍କର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏପଟେ କିନ୍ତୁ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟ ରାଜନୀତି ଏହାର ଏକ ବ୍ୟତିକ୍ରମ ଚିତ୍ର ମଧ୍ୟ ସାମ୍ନାକୁ ଆସୁଛି । ହେଭିୱେଟ ବନାମ ନବଗତା। ବିଧାୟକ ଦଳ ନେତା ବନାମ କେବେ ବିଧାୟକ ଭାବରେ ଛିଡା ହୋଇନଥିବା ନେତା। ରାଜ୍ୟରେ 3 ପ୍ରମୁଖ ଦଳର ବିଧାୟକ ଦଳ ନେତାମାନେ ହେଲେ ନବୀନ, ନରସିଂହ ଏବଂ କନକବର୍ଦ୍ଧନ । ହେଲେ ଏମାନଙ୍କ ସହ ଯେଉଁମାନଙ୍କ କଡା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି, ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନେ ଏପର୍ଯ୍ୟନ୍ତ ବିଧାନସଭା ଦେଖିନାହାଁନ୍ତି ।

ବଲାଙ୍ଗୀର ବିଧାନସଭା ଆସନରୁ ଏଥର ବିଜେଡି ପ୍ରାର୍ଥୀ ହେଉଛନ୍ତି ଅନଙ୍ଗ ଉଦୟ ସିଂହଦେଓଙ୍କ ପୁଅ ଅର୍କେଶ ସିଂହଦେଓ । ସେ ହେଉଛନ୍ତି ବଲାଙ୍ଗୀର ସାଂସଦ କଲିକେଶ ନାରାୟଣ ସିଂହଦେଓଙ୍କ ସାନ ଭାଇ । ଅର୍ଥାତ ରାଜନୀତି ବ୍ୟାକଗ୍ରାଉଣ୍ଡରୁ ଆସିଛନ୍ତି ଅର୍କେଶ। ମାତ୍ର ସାଧାରଣ ନିର୍ବାଚନ ପାଇଁ ସମ୍ପୁର୍ଣ୍ଣ ନୂଆ। ଆଉ ସେ ସାମ୍ନା କରିବେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ । ଗତ 2014 ନିର୍ବାଚନରେ ବଲାଙ୍ଗୀରରୁ ଟାଣୁଆ ନେତା ତଥା ଅର୍କେଶଙ୍କ ବାପା ଅନଙ୍ଗ ଉଦୟ ସିଂହଦେଓଙ୍କୁ ମାତ ଦେଇଥିଲେ ନରସିଂହ । ଆଉ ଏଥର ନରସିଂହଙ୍କୁ ସାମ୍ନା କରିବା ପାଇଁ ଅର୍କେଶଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

ଏପଟେ ପାଟଣାଗଡ କଥା ବିଚାର କରାଯାଉ । ପାଟଣାଗଡ ହେଉଛି ବିଜେପିର ଗଡ । ଲଗାତାର 5ଥର ହେଲେ ଏହି ଆସନରୁ ବିଜୟୀ ହୋଇ ଆସୁଛନ୍ତି କନକବର୍ଦ୍ଧନ ସିଂହଦେଓ । ବିଜେପି ବିଧାୟକ ଦଳ ନେତା। ରାଜନୀତିରେ ବେଶ ପୋଖତ । ହେଲେ ତାଙ୍କୁ ସାମ୍ନା କରିବା ପାଇଁ ବିଜେଡି ଜଣେ ନବାଗତଙ୍କୁ ଟିକେଟ ଦେଇଛି । ଏଥର ବିଜେଡି ଟିକେଟରୁ ବାଦ ପଡିଛନ୍ତି ପ୍ରକୃତି ଦେବୀ ସିଂହଦେଓ । ନୂଆନୂଆ ରାଜନୀତିକୁ ଆସିଥିବା ଯୁବନେତା ସରୋଜ ମେହେରକୁ ପ୍ରାର୍ଥୀ କରିଛି ଦଳ । କନକଙ୍କୁ ମାତ ଦେବାକୁ ବିଜେଡିର ଏହି ଫଣ୍ଡା କେତେ ସଫଳ ହେବ, ଆସନ୍ତାକାଲି ଭୋଟର କହିବେ।

ସେହିପରି ମୁଖ୍ୟମନ୍ତ୍ରୀ ନୂଆକରି ଏଣ୍ଟ୍ରି ମାରିଥିବା ବିଜେପୁରରେ ମଧ୍ୟ ସମାନ ଅବସ୍ଥା । ଚର୍ଚ୍ଚା ହେଉଛି ବିଜେପୁରରେ ନବୀନଙ୍କୁ କଡାଟକ୍କର ଦେବେ ବିଜେପି ପ୍ରାର୍ଥୀ ସନତ ଗର୍ତ୍ତିଆ । ହେଲେ ସେ ବି ରାଜନୀତିରେ ନୂଆ । ରାଜନୀତିରେ ପୋଖତ ଖେଳାଳୀ କୁହାଯାଉଥିବା ନବୀନ ପଟ୍ଟନାୟକଙ୍କ ସହ ଟକ୍କର ଦେବାକୁ ସନତଙ୍କୁ ବାଛିଚି ବିଜେପି । ଯେଉଁ ଆସନରୁ ନବୀନଙ୍କ ବିପକ୍ଷରେ ବରଗଡର ଟାଣୁଆ ନେତା ସୁବାସ ଚୌହାନ ମଧ୍ୟ ଲଢିବା ପାଇଁ ସାହାସ ଜୁଟାଇ ପରିଲେନି, ସେଠି ସନତଙ୍କୁ ପ୍ରାର୍ଥୀ କରିଛି ବିଜେପି।

ଆସନ୍ତାକାଲି 3 ହେଭିୱେଟଙ୍କ ସହ ଟକ୍କର ଦେବେ ଏହି 3 ନ୍ୟୁକମର। କିଏ ହେବ ନେତା, ନିଷ୍ପତ୍ତି ନେବେ ଜନତା ଜନାର୍ଦ୍ଦନ । ହେଭିୱେଟ ବନାମ ନ୍ୟକମର ଲଢେଇର କ’ଣ ହେବ ରୂପରେଖ । କେତେ ସଫଳ ହେବ ରାଜନୈତିକ ଦଳର ଏହି ଫଣ୍ଡା। ଦିଲ୍ଲୀରେ ଶୀଲା ଦୀକ୍ଷିତ ଏବଂ ଅରବିନ୍ଦ କେଜିରିୱାଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତାର ଫଳାଫଳ ନା ବାରଣାସୀରେ ମୋଦି ଏବଂ କେଜିରିୱାଲ ଲଢେଇ ପରି ପରିସ୍ଥିତି । ହେଲେ ଏହା ସତ ଯେ 2019 ନିର୍ବାଚନରେ ଆସନ୍ତାକାଲି ରାଜ୍ୟରେ ଅର୍କେଶ, ସରୋଜ ଏବଂ ସନତ ସବୁଠୁ ବଡ ପରୀକ୍ଷା ଦେଉଛନ୍ତି । ଆସନ୍ତା ମେ 23 କହିବ, ଏଥର ଜନତାଙ୍କ ନେତା କିଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 17, 2019, 12:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.