ETV Bharat / state

ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ, ବୁଥରେ ଭୋଟରଙ୍କ ଲମ୍ବା ଲାଇନ

ରାଜଧାନୀରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଭୋଟିଂ। ମତଦାନ ସାବ୍ୟସ୍ତ କରିବା ପାଇଁ ଭୋଟରଙ୍କ ଠାରେ ଉତ୍ସାହ ଦେଖିବାକୁ ମିଳିଛି।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ
author img

By

Published : Apr 23, 2019, 8:14 AM IST

Updated : Apr 23, 2019, 8:32 AM IST

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ସକାଳ 7ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ପୋଲିଂବୁଥରେ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି। ମତଦାନ ଅଧିକାର ସାବ୍ୟସ୍ତ କରିବା ପାଇଁ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଭୋଟରଙ୍କ ସହାୟତା ପାଇଁ ସ୍ୱେଚ୍ଛାସେବୀ ମଧ୍ୟ ଉପସ୍ଥିତ ଅଛନ୍ତି।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ

ରାଜଧାନୀର ଏରୋଡ୍ରମସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 112 ଓ 114 ନମ୍ବର ବୁଥରେ ଇଭିଏମରେ ତ୍ରୁଟି ଦେଖିବାକୁ ମିଳିଛି। ଏଠାରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଲାଇନ, ପାଣି କି ବସିବାର ସୁବିଧା ନଥିବାରୁ ଅସନ୍ତୋଷ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଲୋକେ ଲମ୍ବା ଲାଇନରେ ଛିଡା ହୋଇଥିବା ବେଳେ ଇଭିଏମରେ ତ୍ରୁଟି ଯୋଗୁ ଅସନ୍ତୋଷ ଦେଖାଦେଇଛି। ଆଉ କିଛି ସମୟ ପରେ ଏହି ବୁଥରେ ମୁଖ୍ୟମନ୍ତ୍ରୀ ଭୋଟ ଦେବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 23, 2019, 8:32 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.