ETV Bharat / state

ଗୋଟିଏ ବ୍ୟାନରରେ ନବୀନ ଓ ପ୍ରକାଶ, ପୁଣି ସାଲେପୁରକୁ ନେଇ ଚର୍ଚ୍ଚା - Congress

ସାଲେପୁର ବିଧାୟକ ପ୍ରକାଶ ବେହେରା ବିଜେଡ଼ିରେ ଯୋଗଦେବା ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ଗୋଟିଏ ହୋର୍ଡିଂରେ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ବିଧାୟକଙ୍କ ଫଟୋ ସ୍ଥାନ ପାଇବାକୁ ନେଇ ରାଜନୀତି ସରଗରମ ହୋଇଉଠିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Feb 14, 2019, 11:30 AM IST

Updated : Feb 14, 2019, 1:21 PM IST

ଭୁବନେଶ୍ବର: କିଛି ଖୋଲିକି ନ କହିଲେ ବି ସସପେନ୍ସ ବଢ଼ାଉଛନ୍ତି ସାଲେପୁରର କଂଗ୍ରେସ ବିଧାୟକ ପ୍ରକାଶ ବେହେରା । ବିଜେଡ଼ିକୁ ଯିବାଲାଗି ସେ ଏକ ପ୍ରକାର ଗୋଡ଼ କାଢ଼ି ବସିଛନ୍ତି ବୋଲି ଦୀର୍ଘ ଦିନରୁ ଚର୍ଚ୍ଚା ଲାଗି ରହିଛି । ହେଲେ ଏଯାଏଁ ବିଜେଡ଼ି କ୍ୟାମ୍ପରେ ସାମିଲ ହୋଇନାହାନ୍ତି ପ୍ରକାଶ । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ଫଟୋ ଗୋଟିଏ ଫ୍ରେମ୍‌ରେ ସ୍ଥାନ ପାଇବା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି ।

ସାଲେପୁର ସହରରେ ରାଜ୍ୟ ସରକାରଙ୍କ 'ଆମ ଗାଁ ଆମ ବିକାଶ' ଏବଂ 'ପୀଠା' କାର୍ଯ୍ୟକ୍ରମର ଏକ ହୋର୍ଡିଂ ଦେଖିବାକୁ ମିଳିଛି । ଯେଉଁଥିରେ ଗୋଟିଏ ପାର୍ଶ୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅନ୍ୟ ପାର୍ଶ୍ବରେ କଂଗ୍ରେସ ବିଧାୟକ ପ୍ରକାଶ ବେହେରାଙ୍କ ଫଟୋ ସ୍ଥାନିତ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳ ଏବଂ ଜିଲ୍ଲା ରାଜନୀତିରେ ଜୋରଦାର ଚର୍ଚ୍ଚା ।

ଆଜିକାଲି ରାଜ୍ୟ ସରକାରଙ୍କ ପ୍ରାୟ ସମସ୍ତ କାର୍ଯ୍ୟକ୍ରମରେ ସବୁଜ ରଙ୍ଗର ପୋଷ୍ଟର ଏବଂ ବ୍ୟାନର ସବୁ ଦେଖିବାକୁ ମିଳୁଛି । ଶଙ୍ଖ ଚିହ୍ନ ନ ଥିଲେହେଁ ଏସବୁ ଗୋଟିଏ ଦୃଷ୍ଟିରୁ ବିଜେଡ଼ିର ଦଳୀୟ କାର୍ଯ୍ୟକ୍ରମ ବୋଲି ବିଚାର କରାଯାଉଛି । ତେଣୁ ସମାନ ଭାବେ ସାଲେପୁରଠାରେ ଲାଗିଥିବା ଏହି ହୋର୍ଡ଼ିଂ ଅନେକ କିଛି ଦର୍ଶାଉଛି । ସ୍ଥାନୀୟ ବିଜେଡ଼ିରେ ପ୍ରକାଶ ଗ୍ରହଣୀୟ ହୋଇ ସାରିଥିବା ଏହା ଏକଦମ ସ୍ପଷ୍ଟ କରୁଛି । ଖାଲି ଅପେକ୍ଷା କେବେ ପ୍ରକାଶ ବିଧିବଦ୍ଧ ଭାବେ ଶଙ୍ଖ ଫୁଙ୍କିବେ ।

undefined

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ସ୍ଲଗ  :ବ୍ରହ୍ମପୁର ନ୍ୟୁ ଡିପଲ୍ ସ୍କୁଲ୍ ଅଭିଭାବକ ସଂଘର ଧାରଣା ଷଷ୍ଠ ଦିନରେ-ଆସନ୍ତାକାଲି ମୁଖ୍ୟ ଫାଟକ ତାଲା ପକାଇ କରିବେ ଆନ୍ଦୋଳନ...
ଫମାର୍ଟ  : ଏଭିଓ+ବାଇଟ୍ ,
ରିପୋର୍ଟର: ସମୀର  ଆଚାର୍ଯ୍ୟ,
ସ୍ଥାନ-ବ୍ରହ୍ମପୁର,
ତାରିଖ-୧୩.୦୨.୨୦୧୯(ଭିଜୁଆଲ Majo ରେ ଯାଇଛି ।)
ଆଙ୍କର- ବିଭିନ୍ନ ଦାବୀ ନେଇ ବ୍ରହ୍ମପୁର ସହରର ନ୍ୟୁ ଡିପଲ୍ ସ୍କୁଲ୍  ସମୁଖରେ ଚାଲିଥିବା ଅଭିଭାବକ ସଂଘର ଶାନ୍ତିପୂର୍ଣ୍ଣ ଧାରଣା ଷଷ୍ଠ ଦିନରେ ପହଞ୍ଚିଛି । ଅଭିଭାବକ ଙ୍କ ଆନ୍ଦୋଳନ ପ୍ରତି ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଦ୍ୟାଳୟ କର୍ତ୍ତୁପକ୍ଷ କୋୖଣସି ଦୃଷ୍ଟି ନଦେଇଥିବାରୁ ଆସନ୍ତାକାଲି ବିଦ୍ୟାଳୟର  ମୁଖ୍ୟ ଫାଟକ ତାଲା ପକାଇ  ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି ।ସହରର ଆମ୍ବପୁଆ ସ୍ଥିତ ନ୍ୟୁ ଡିପଲ୍ ସ୍କୁଲ୍ ସାମନାରେ ସ୍କୁଲର ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଅସନ୍ତୁଷ୍ଠ ଅଭିଭାବକ ମାନେ ଗତ ଛଅ ଦିନ  ଶାନ୍ତିପୂର୍ଣ୍ଣ ଭାବରେ ଧାରଣା ଦେଇ ଆସୁଥିବା ସତ୍ତ୍ବେ ପ୍ରଶାସନ ଏବଂ କର୍ତ୍ତୃପକ୍ଷଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ ଏବଂ ଏଥିପାଇଁ ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।
ସୂଚନାଯୋଗ୍ୟ  ଏହି ବେସରକାରୀ ସ୍କୁଲରେ ବିଗତ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଅଭିଭାବକ ଏବଂ ସ୍କୁଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ କଥାବାର୍ତ୍ତା ଚାଲୁଥିବା ସତ୍ତ୍ବେ ସ୍କୁଲ୍ କର୍ତ୍ତୃପକ୍ଷ ଅଭିଭାବକ ମାନଙ୍କ ଦାବୀକୁ ଅଣଦେଖା କରି ଆସୁଛନ୍ତି ।ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ମନମୁଖୀ ପରିଚାଳନା କରୁଥିବା  ତଥା ଗୁଣବତ୍ତା ଶିକ୍ଷା ପ୍ରଦାନ ଦାବୀରେ ଅଭିଭାବକମାନଙ୍କ ତରଫରୁ ଏଭଳି ଆନ୍ଦୋଳନ  କରାଯାଇଥିବା ବେଳେ ନୂତନ ଅଭିଭାବକ ସଂଘ ସ୍ଥାପନ କରିବା ,ମନମୁଖି ଭାବରେ ପ୍ରସ୍ତୁତ ହେଉଥିବା ପାଠ୍ୟପୁସ୍ତକ, ପାଠ୍ୟ ଖସଡ଼ା ପ୍ରସ୍ତୁତି, ସ୍କୁଲ୍ ଫିସ୍ ବୃଦ୍ଧି ଓ ଜୋରିମାନା ଆଦାୟ ବନ୍ଦ କରିବା,ତାଲିମପ୍ରାପ୍ତ ଯୋଗ୍ୟ ଓ ଦକ୍ଷତାପୂର୍ଣ୍ଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରିବା ଭଳି ଦାବୀ କୁ ଗୁରୁତ୍ବ ଦେବାକୁ ଦାବୀ କରାଯାଇଛି।
ଏପରିକି ଶିକ୍ଷାଧିକାରୀଙ୍କୁ ଲିଖିତ ଭାବରେ ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନଥିବା କୁହାଯାଇଛି।
ବାଇଟ୍-ଭୋକାଲି ସେଠୀ(ଆନ୍ଦୋଳନରତ ଅଭିଭାବକ)
ବାଇଟ୍-ଆନ୍ଦୋଳନରତ ଅଭିଭାବକ
ବାଇଟ୍-ବି.ହେମା(ଆନ୍ଦୋଳନରତ ଅଭିଭାବକ)
Last Updated : Feb 14, 2019, 1:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.