ଭୁବନେଶ୍ବର: ସୁବ୍ରତ ବାଗଚୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟ ପାହ୍ୟା ପ୍ରାଦାନ କରିଛନ୍ତି । ନବୀନ ସୁବ୍ରତଙ୍କୁ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ସୁବ୍ରତ ପୂର୍ବରୁ ମଧ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ଥିବା ବେଳେ ଏହି ପଦରୁ ଇସ୍ତଫା ଦେଇଥିଲେ ।
ସେହିପରି ବିଦ୍ୟୁତ ଓ ପ୍ରଯୁକ୍ତି ବିଦ୍ୟାର ଯୁଗ୍ମ ସଚିବ ଆଦିତ୍ୟ ମହାପତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ଦାୟିତ୍ବ ମିଳିଛି । ଆଦିତ୍ୟ ଅତିରିକ୍ତ ଭାବେ ଏହି ଦାୟିତ୍ବ ତୁଲାଇବେ ।
ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ