ETV Bharat / state

ଲୁଟେରାଙ୍କ ଟାର୍ଗେଟରେ ସ୍ମାର୍ଟସିଟି, ହାତ ବାନ୍ଧି ବସିଛି କମିଶନରେଟ ପୋଲିସ - ଲୁଟେରା

ଧଉଳି ଓ ଖଣ୍ଡଗିରି ଅଞ୍ଚଳରେ ସକାଳ ସମୟରେ ଲୁଟେରା ରାଜ ଚଳାଇଥିବା ବେଳେ କଟକ ପୁରୀ ବାଇପାସ୍ ରୋଡ଼ ମଧ୍ୟ ଏଥିରୁ ବର୍ତ୍ତି ପାରିନାହିଁ । ସିସିଟିଭିରୁ ରବିବାର ସକାଳେ ହୋଇଥିବା ଲୁଟ ଦୃଶ୍ୟ କଏଦ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର
author img

By

Published : May 19, 2019, 4:54 PM IST

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ଧଉଳି ଓ ଖଣ୍ଡଗିରି ଅଞ୍ଚଳରେ ସକାଳ ସମୟରେ ଲୁଟେରାଙ୍କ ରାଜ ଦେଖିବାକୁ ମିଳିଛି । ପୋଲିସର ପ୍ରାଥମିକ ତଦନ୍ତରୁ ଏହି ସବୁ ଘଟଣାରେ ଗୋଟିଏ ଗ୍ୟାଙ୍ଗ କାମ କରୁଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ଖଣ୍ଡଗିରିରେ ଲାଗିଥିବା ସିସିଟିଭିରୁ ରବିବାର ସକାଳେ ହେଉଥିବା ଲୁଟ ଦୃଶ୍ୟ କଏଦ ହୋଇଛି । ସିସିଟିଭି ଆଧାରରେ ତଦନ୍ତ କରାଯିବ । ହାଇୱରେ ନିର୍ଜନ ଘର ଓ ପୋଲିସର ଅନୁପସ୍ଥିତିକୁ ନେଇ ଲୁଟେରା ମାନେ ସୁଯୋଗକୁ ଅପେକ୍ଷା କରି ଲୁଟ୍ କରିଛନ୍ତି । ସକାଳ ସମୟରେ ପୋଲିସ ପାଟ୍ରୋଲିଂ କରାଯିବା ସହ ହାଇୱେର ଏଣ୍ଡ ପଏଣ୍ଟରେ ଚେକିଂ କରାଯିବ ବୋଲି ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି ।

ଗତକାଲି ନୟାପଲ୍ଲୀ ଅଞ୍ଚଳରେ ଥିବା କ୍ରାଉନ ହୋଟେଲ୍ ନିକଟରେ ଜନୈକ ମହିଳାଙ୍କଠୁ ସୁନା ଚେନ ଲୁଟ ହୋଇଥିଲା । ଲୁଟ୍ ବେଳେ ମହିଳା ଜଣଙ୍କ ବାଇକରୁ ଖସିପଡି ଗୁରୁତର ଆହତ ହୋଇଥିଲେ । ସେହିପରି ଗତକାଲି ସନ୍ଧ୍ୟାରେ ରସୁଲଗଡ଼ ଛକ ନିକଟରୁ ଜଣେ ମହିଳାଙ୍କ ଠାରୁ ଭ୍ୟାନିଟ୍ ବ୍ୟାଗ୍ ଝାମ୍ଫି ନେବା ଫଳରେ ବାଇକରୁ ଖସି ଦମ୍ପତି ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ପୋଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା ।

ବାରମ୍ବାର ରାଜଧାନୀରେ ଲୁଟେରା ଆତଙ୍କ ଚଳାଉଥିବା ବେଳେ ପୋଲିସ ଲୁଟେରାଙ୍କ ଟେର ପାଉନାହିଁ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.