ETV Bharat / state

ରାଜଧାନୀ ବାସୀଙ୍କୁ ତାତିରୁ ସାମାନ୍ୟ ତ୍ରାହି

ରାଜଧାନୀ ବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ବସ୍ତି । ସନ୍ଧ୍ୟା ସମୟରେ ବାଦଲର ଘନଘଟା ପରେ ରାତି 8ରେ ବର୍ଷିଛି ବର୍ଷା । ବାତ୍ୟା ଫନି ପରେ ତାତିରେ ଆଉଟୁ ପାଉଟୁ ଦେଉଥିବା ରାଜଧାନୀବାସୀଙ୍କୁ ବର୍ଷା ସାମାନ୍ୟ ନିସ୍ତାର ଆଣିଦେବ ବର୍ଷା ।

author img

By

Published : Jun 6, 2019, 9:25 AM IST

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ବସ୍ତି । ବିଭିନ୍ନ ସ୍ଥାନରେ ଘଡଘଡି ସାଙ୍ଗକୁ ବର୍ଷା ହୋଇଛି । ସନ୍ଧ୍ୟା ସମୟରେ ବାଦଲର ଘନଘଟା ପରେ ରାତି 8ରେ ବର୍ଷିଛି ବର୍ଷା । ଘରବାହୁଡା ରାଜଧାନୀବାସୀଙ୍କୁ ଅଡୁଆରେ ପକାଇବା ସହିତ ଗରମରୁ ସାମୟିକ ଆଶ୍ବସ୍ତି ଦେଇଛି ବର୍ଷା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ବାତ୍ୟା ଫନି ପରେ ତାତିରେ ଆଉଟୁ ପାଉଟୁ ଦେଉଥିବା ରାଜଧାନୀବାସୀଙ୍କୁ ବର୍ଷା ସାମାନ୍ୟ ଆଶ୍ବସ୍ତି ଆଣିଦେଇଛି । ଅସହ୍ୟ ତାତିରେ ସାରା ରାଜ୍ୟ ଜଳୁଥିବା ବେଳେ କେତେକ ସ୍ଥାନରେ କାଳବୈଶାଖୀ ହେଉଛି । ଫଳରେ ତାପମାତ୍ରାରେ କିଛି ପରିବର୍ତ୍ତନ ହେବା ନେଇ ଆଶା କରାଯାଉଛି ।

ସେପଟେ, ଅସମୟରେ ହୋଇଥିବା ବର୍ଷା ସାଙ୍ଗକୁ ଘଡଘଡି କିଛି ସମୟ ଲାଗି ରହିଥିବାରୁ ଅନେକ ଘର ବାହୁଡା ଲୋକମାନେ ବର୍ଷାରେ ଭିଜି ମଜା ନେଇଥିଲେ ତ ଆଉ କିଛି ଲୋକ ବିଭିନ୍ନ ସ୍ଥାନରେ ମୁଣ୍ଡ ଗୁଞ୍ଜି ବର୍ଷା ଛାଡିବାକୁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା ।

ଭୁବନେଶ୍ବରରୁ ଲକ୍ଷ୍ମିକାନ୍ତ ଦାସ , ଇଟିଭି ଭାରତ

Intro:Body:

CD

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.