ETV Bharat / state

କାମକଲା ନବୀନ ଯାଦୁ, ନାମାଙ୍କନ ପ୍ରତ୍ୟାହାର କରିବେ ସିପ୍ରା

କାମ କଲା ନବୀନଙ୍କ ଯାଦୁ । ମାନିଗଲେ ସିପ୍ରା ମଲ୍ଲିକ । ଟିକେଟ ନମିଳିବାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ସିପ୍ରା ଶେଷରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

author img

By

Published : Apr 10, 2019, 2:10 PM IST

Updated : Apr 10, 2019, 3:02 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: କୋହଭରା ମନରେ ଏଣ୍ଟ୍ରି ମାରିଥିଲେ ନବୀନ ନିବାସ । ଫେରିଲା ବେଳକୁ କାନ୍ଦି ପକାଇଲେ । ନବୀନ ପଟ୍ଟନାୟକଙ୍କ ସହ କିଛି ସମୟର ଭେଟଘାଟ ପରେ ସତେ ଯେମିତି ପୁରା ବଦଳିଗଲେ ସିପ୍ରା । ଆଉ ଅଭିମାନ ନାହିଁ । ସ୍ବାଧୀନ ଭାବେ ନିର୍ବାଚନ ଲଢିବାର ଆକାଂକ୍ଷା ବି ନାହିଁ । ବିଜେଡି ସୁପ୍ରିମୋ ଯାହାକୁ ଟିକେଟ ଦେଇଛନ୍ତି, ତାଙ୍କୁ ଜିତାଇବେ ବୋଲି କହିଛନ୍ତି କେନ୍ଦ୍ରାପଡାର ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ଭାବବିହ୍ବଳ ହୋଇପଡିଥିଲେ ସିପ୍ରା । କାନ୍ଦି ବି ପକାଇଥିଲେ । ହେଲେ ସ୍ବାଧୀନ ପ୍ରାର୍ଥୀ ଭାବେ ଦାଖଲ କରିଥିଲା ନାମାଙ୍କନ୍ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଥିବା ସିପ୍ରା କହିଛନ୍ତି ।

ସୂଚନାଯୋଗ୍ୟ, ସିପ୍ରା କେନ୍ଦ୍ରାପଡା ଆସନ ପାଇଁ ଆଶାୟୀ ଥିଲେ । କିନ୍ତୁ ତାଙ୍କ ସ୍ଥାନରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ ଦଳ ପ୍ରାର୍ଥୀ କରିଛି । ଏହା ପରେ ଗତକାଲି ସିପ୍ରା ମଲ୍ଲିକ ସ୍ଵାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।କିନ୍ତୁ ଆଜି ନବୀନଙ୍କ ସହ ସାକ୍ଷାତ ପରେ ଏହାକୁ ଓହରିଯିବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ।ଏହା ସହ ଆଗାମି ନିର୍ବାଚନରେ କେନ୍ଦ୍ରାପଡାରେ ବିଜେଡିର ବିଜୟ ହେବ ବୋଲି କହିଛନ୍ତି ସିପ୍ରା ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:Body:

CVB

Conclusion:
Last Updated : Apr 10, 2019, 3:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.