ETV Bharat / state

ସୁର ବାବା କେଳେଙ୍କାରୀ: ରିଷ୍ଟ ଖଣ୍ଡନ ନାଁରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ପୁଣି ବିବାଦରେ ସୁର ବାବା ଓ ତ୍ରାହି ଅଚ୍ୟୁତ ଆଶ୍ରମ। କିଛି ବର୍ଷର ନିରବତା ପରେ ବାବାଙ୍କ ନାଁରେ ପୁଣି ଆସିଛି ଅସଦାଚରଣ ଅଭିଯୋଗ। ବାବାଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ସେ ତାଙ୍କ ଏନଗେଜମେଣ୍ଟ ପାଇଁ ଆଶ୍ରମକୁ ଆସିଥିଲେ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Feb 17, 2019, 8:16 PM IST

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
ଭୁବନେଶ୍ବର: ପୁଣି ବିବାଦରେ ସୁର ବାବା ଓ ତ୍ରାହି ଅଚ୍ୟୁତ ଆଶ୍ରମ। କିଛି ବର୍ଷର ନିରବତା ପରେ ବାବାଙ୍କ ନାଁରେ ପୁଣି ଆସିଛି ଅସଦାଚରଣ ଅଭିଯୋଗ। ବାବାଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ସେ ତାଙ୍କ ଏନଗେଜମେଣ୍ଟ ପାଇଁ ଆଶ୍ରମକୁ ଆସିଥିଲେ । ସେତେବେଳେ ଯୁବତୀଙ୍କ ଭାବିସ୍ବାମୀ ଓ ତାଙ୍କ ପରିବାର ମଧ୍ୟ ସେଠାରେ ଉପସ୍ଥିତ ଥିଲେ।
undefined

ହେଲେ ବାବା ଏକ ବନ୍ଦ କୋଠରୀ ଭିତରେ ପୂଜାର୍ଚ୍ଚନା କରିଥିଲେ। ବନ୍ଦ କୋଠରୀରେ ବାବା ସେହି ଯୁବତୀଙ୍କୁ ଅନ୍ଧାର ଭିତରେ ଅସଦାଚରଣ କରିଥିବା ନେଇ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯୁବତୀ। ଯାହାକୁ ନେଇ ପୋଲିସ ଯୁବତୀଙ୍କ ଏତଲାକୁ ଭିତ୍ତି କରି ସୁର ବାବାଙ୍କ ସହ ଯୁବକ ଦ୍ବିପସୁନ୍ଦର ସ୍ବାଇଁ ତାଙ୍କ ମାଆ ଜ୍ୟୋସ୍ନା ମଞ୍ଜରୀ ସ୍ବାଇଁ ଓ ବାପା ଭିକାରୀ ଚରଣ ସ୍ବାଇଁଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆଇପିସିର ଧାରା ୩୫୪,୩୪୧,୩୨୩,୫୦୬,୩୪ରେ ମାମଲା ରୁଜୁ ହୋଇଥିବା ଜଣାପଡିଛି। ତେବେ ଯୁବତୀଙ୍କ ଏତଲା ଆଧାରରେ ବିବାହ ହେବାକୁ ଥିବା ଯୁବକଙ୍କ ପରିବାର ହିଁ ତାଙ୍କୁ ସେହି ଆଶ୍ରମକୁ ଆଣିଥିଲେ।

ଆଗାମୀ ଭବିଷ୍ୟତ ଭଲରେ କଟିବା ସହ ରିଷ୍ଟ ଖଣ୍ଡନ ହେବା ନାଁରେ ଯୁବତୀଙ୍କୁ ଆଶ୍ରମକୁ ଆଣିଥିଲେ ଯୁବକଙ୍କ ପରିବାର।
ଅନ୍ୟପଟେ ତଦନ୍ତ ଚାଲିଥିବା ବେଳେ ବାବାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ସେପଟେ ଅଭିଯୋଗକାରିଣୀ ଯୁବତୀଙ୍କ ପତ୍ତା ମିଳୁନଥିବା ଜଣାପଡିଛି। ତେବେ ସୁର ବାବାଙ୍କ ନାଁରେ ଆସିଥିବା ଅଭିଯୋଗ କେତେ ସତ କେତେ ମିଛ ତାହା କମିଶନରେଟ ପୋଲିସର ତଦନ୍ତ ପରେ ଜଣାପଡିବ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.