ETV Bharat / state

ଆରମ୍ଭ ହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୧୮-୧୯

author img

By

Published : Feb 24, 2019, 11:05 PM IST

ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା 2018-19 । ତେବେ ପାଖାପାଖି 1000 ଜଣ ଯାତ୍ରୀଙ୍କୁ ନେଇ ରାଜଧାନୀ ରେଳ ଷ୍ଟେସନ୍‌ରୁ ଆରମ୍ଭ ହୋଇଛି 6 ଦିନିଆ ତୀର୍ଥ ଯାତ୍ରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା 2018-19 । ରବିବାର ଆରମ୍ଭ ହୋଇଥିବା ଏହି ଯୋଜନାରେ ସାମିଲ ହୋଇଛନ୍ତି ବିଭିନ୍ନ ଜିଲ୍ଲାର ବରିଷ୍ଠ ନାଗରିକ । ତେବେ ପାଖାପାଖି 1000 ଜଣ ଯାତ୍ରୀଙ୍କୁ ନେଇ ରାଜଧାନୀ ରେଳ ଷ୍ଟେସନ୍‌ରୁ ଆରମ୍ଭ ହୋଇଛି 6 ଦିନିଆ ତୀର୍ଥଯାତ୍ରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଚଳିତବର୍ଷର କାର୍ଯ୍ୟକ୍ରମରେ ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, କଟକ ଓ ଜଗତସିଂହପୁର ଆଦି ଜିଲ୍ଲାର ବରିଷ୍ଠ ନାଗରିକମାନେ ସାମିଲ ହୋଇଛନ୍ତି । ତେବେ ଏହି ଯାତ୍ରାରେ ସାମିଲ ବରିଷ୍ଠ ନାଗରିକମାନେ ଭୁବନେଶ୍ବରଠାରୁ କୋଲକାତା ଓ ପରେ କୋଲକାତାରୁ ଗୌହାଟୀ ଯିବାର ବ୍ୟବସ୍ଥା ରହିଛି ।

ସୂଚନା ଅନୁଯାୟୀ ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ସ୍ଥାନକୁ ତୀର୍ଥ ସ୍ଥାନ ଭ୍ରମଣ କରିବାର ସୁବିଧା ଯୋଗାଇବାକୁ ଯାଇ ରାଜ୍ୟ ସରକାର 2016ରୁ ଆରମ୍ଭ କରିଛନ୍ତି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା । ଏଥିରେ ସରକାରଙ୍କୁ ସହାୟତାର ହାତ ବଢାଇଛି ଆଇଆର୍‌ସିଟିସି ।

ପର୍ଯ୍ୟଟନ ବିଭାଗ ତରଫରୁ ଆର୍ଥିକ ବର୍ଷ 2016-17, 2017-18, 2018-19ରେ ଏହି ତୀର୍ଥଯାତ୍ରା ମାଧ୍ୟମରେ 10ଟି ପର୍ଯ୍ୟାୟରେ ପ୍ରାୟ 10,000 ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରାର ସୁଯୋଗ ଯୋଗାଇଥିଲେ । ସେହିଭଳି ଚଳିତବର୍ଷ ତୀର୍ଥଯାତ୍ରାର ସୁଯୋଗ ଦେବାକୁ ଯାଇ 11ତମ ତୀର୍ଥଯାତ୍ରୀ ଟ୍ରେନ ଭୁବନେଶ୍ବରଠାରୁ କୋଲକାତା ଓ କୋଲକାତାରୁ ଗୌହାଟୀ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ତୀର୍ଥଯାତ୍ରୀ ଟ୍ରେନର ଶୁଭାରମ୍ଭ ଉତ୍ସବର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ଟ୍ରେନଟି ଅପରାହ୍ନ 12ଟା 45ରେ ଭୁବନେଶ୍ବର ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥିଲା । ଅନ୍ୟପଟେ ଏହି ଉତ୍ସବରେ ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନମନ୍ତ୍ରୀଙ୍କ ସମେତ ପର୍ଯ୍ୟଟନ ବିଭାଗ ଶାସନ ସଚିବ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

undefined

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.