ETV Bharat / state

ବାହୁଡା ଯାତ୍ରା: 15 ପ୍ଲାଟୁନ ପୋଲିସ ଛାଉଣୀରେ ରାଜଧାନୀ - ପୋଲିସ

ରାଜଧାନୀ ଦେଇ ଅନେକ ଶ୍ରଦ୍ଧାଳୁ ପୁରୀ ଯାଉଥିବାରୁ ରାଜଧାନୀରେ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥାମାନ ଗ୍ରହଣ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 12, 2019, 6:50 AM IST

ଭୁବନେଶ୍ବର: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ନବଦିନାତ୍ମକ ଯାତ୍ରାରେ ମାଉସୀ ଘରେ ନିଜ ଲୀଳା ଖେଳା ସାରି ପୁଣି ଶ୍ରୀମନ୍ଦିର ବାହୁଡିବେ ଚତୁର୍ଦ୍ଧା ମୂର୍ତ୍ତୀ । ଏନେଇ ନିର୍ଦ୍ଧାରିତ ସମୟଠାରୁ ଢେର ଆଗରୁ ପୁରୀ ସହ ଚଳଚଞ୍ଚଳ ହୋଇ ଉଠିଛି ରାଜଧାନୀ । ତେବେ ରାଜଧାନୀ ଦେଇ ଅନେକ ଶ୍ରଦ୍ଧାଳୁ ପୁରୀ ଯାଉଥିବାରୁ ରାଜଧାନୀରେ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥାମାନ ଗ୍ରହଣ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମୁଖ୍ୟତଃ ରଥଯାତ୍ରାଠାରୁ ସୁନାବେଶ ପର୍ଯ୍ୟନ୍ତ ରାଜଧାନୀରେ ଭିଡ ପରିଲକ୍ଷିତ ହେଉଥିବାରୁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସହରରେ 15 ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯାଇଛି । ଏଥିସହ ଲିଙ୍ଗିପୁର ଛକଠାରୁ କଳ୍ପନା ଛକ ପର୍ଯ୍ୟନ୍ତ ପ୍ରତି ଛକରେ ଟ୍ରାଫିକ ପୋଲିସ ସହ ଓଡିଶା ପୋଲିସଙ୍କୁ ମୁତୟନ କରାଯାଇଛି । ସେହିପରି ହାଇଟେକ ଛକ ଏନଏଚ-16 ନିକଟରେ ଅତ୍ୟଧିକ ଟ୍ରାଫିକ ପୋଲିସ ମୁତୟନ କରାଯାଇଛି ।

ରଥଯାତ୍ରା ପାଇଁ ରାଜଧାନୀର ବିଭିନ୍ନ ହୋଟେଲ ଓ ଗେଷ୍ଟ ହାଉସରେ ଯାତ୍ରୀମାନେ ରହୁଥିବାରୁ ଏହି ସମୟରେ ବିଭିନ୍ନ ହୋଟେଲର ତନଖି ଅଭିଯାନ ଜାରି ରହିଛି । ଏଥିସହ ସହରର ବିଭିନ୍ନ ସ୍ଥାନରେ ବାହୁଡା ଯାତ୍ରା ହେବାକୁ ଥିବା ବେଳେ ଯେପରି ସେଠାରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେନେଇ ସାଧା ପୋଷାକରେ ମଧ୍ୟ ପୋଲିସଙ୍କୁ ମୁତୟନ କରାଯିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.