ETV Bharat / state

କାହାପାଇଁ ପ୍ରଚାର କରିବେ ଦାମ ? - Bbsr

ଅଡୁଆରେ ସ୍ବାଭିମାନୀ ନେତା ଦାମ । ପାରାଦ୍ବୀପ ଆସନରୁ ଦାମଙ୍କ ପୁଅ ସମ୍ବିତଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଏପଟେ ଦାମ ଏବେ ପଦ୍ମ ପୋଖରୀରେ । କାହାପାଇଁ କରିବେ ପ୍ରଚାର ଦାମ। ଦଳ ନା ପୁଅ । ଚର୍ଚ୍ଚା ସରଗରମ ।

ଡିଜାଇନ ଫଟୋ
author img

By

Published : Mar 29, 2019, 6:37 PM IST

ଭୁବନେଶ୍ବର: ଚତୁର୍ଥ ପର୍ଯ୍ୟାୟରେ 18 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବହୁ ଚର୍ଚ୍ଚିତ ପାରାଦ୍ବୀପ ଆସନରୁ ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ବିଜେଡି ଟିକେଟ ମିଳିଛି । ଆଉ ନବୀନଙ୍କ ଏହି ମାଷ୍ଟରଷ୍ଟ୍ରୋକ ଦାମଙ୍କୁ ଅଡୁଆରେ ପକାଇଛି । ଏପଟେ ପୁଅ, ସେପଟେ ଦଳ । ସ୍ବାଭିମାନୀ ନେତାଙ୍କ ପକ୍ଷରେ କିଏ ଆଗ, ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

2009 ଆଉ 2014 ନିର୍ବାଚନରେ ଏହି ଆସନରୁ ପ୍ରତିଦ୍ବନ୍ଦିତା କରିଥିଲେ ଦାମୋଦର ରାଉତ । ହେଲେ ସେ ବିଜେଡିରୁ ବହିଷ୍କାର ହେବାପରେ ବିଜେପିରେ ସାମିଲ ହୋଇଛନ୍ତି । ଆଉ ବିଜେପିରେ ସାମିଲ ହେଉହେଉ ବାଲିକୁଦା-ଏରସମା ଆସନରୁ ପ୍ରାର୍ଥୀ ହେବା ପାଇଁ ମନ ବଳାଇଥିଲେ ଦାମ । ତାଙ୍କ ଏହି ନିଷ୍ପତ୍ତି ନିଜ ପୁଅ ପାଇଁ ପଥ ପରିଷ୍କାର କରିଥିବା ଚର୍ଚ୍ଚା ହୋଇଥିଲା । ସେପଟେ ବିଜେପି ମଧ୍ୟ ଦାମଙ୍କ ଇଚ୍ଛା ମୁତାବକ ବାଲିକୁଦା-ଏରସମାରୁ ଦାମଙ୍କୁ ପ୍ରାର୍ଥୀ କରିଛି ।

ହୁଏତ ଚର୍ଚ୍ଚା ମୁତାବକ, ଦାମ ନିଜ ପୁଅ ପାଇଁ ପଥ ପରିଷ୍କାର କରିବାକୁ ଏଭଳି ନିଷ୍ପତ୍ତି ନେଇଥିବେ । ଆଉ ନବୀନ ବି ଦାମଙ୍କ ପ୍ଲାନରେ ହିଁ ତାଙ୍କ ମୁହଁବନ୍ଦ କରିବାକୁ ଖେଳିଛନ୍ତି ମାଷ୍ଟରଷ୍ଟ୍ରୋକ । ପାରାଦ୍ବୀପରୁ ବିଜେଡି ପ୍ରାର୍ଥୀ ସମ୍ବିତ୍ । ଅର୍ଥାତ ଏହି ଆସନରେ ବିଜେଡି ବିରୋଧରେ ଦାମ ଯେପରି ପଦୁଟିଏ ବି କହିପାରିବେ ନାହିଁ । ସ୍ବାଭିମାନୀ ନେତା ବୋଲାଉଥିବା ଦାମଙ୍କ ମୁହଁବନ୍ଦ ପାଇଁ ନବୀନଙ୍କ ଏହା ହେଉଛି ବେଷ୍ଟ ପ୍ଲାନ ।

ଏବେ ବିଜେଡିର ସମ୍ପାଦକ ଅଛନ୍ତି ସମ୍ବିତ । ଡ. ଦାମୋଦର ରାଉତ ଦଳରୁ ବହିଷ୍କାର ହେଲା ପରେ ମଧ୍ୟ ଏକ ଶୃଙ୍ଖଳିତ କର୍ମୀଙ୍କ ଭୂମିକା ନିଭାଇଥିଲେ ସମ୍ବିତ । ଯେଉଁଥିପାଇଁ ସମ୍ବିତଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଦଳ ମୁଖିଆ । କଥା ହେଉଛି ଏବେ ଦାମଙ୍କ ଭୂମିକା କ’ଣ ହେବ । ପାରାଦ୍ବୀପରେ ଦାମଙ୍କ ବହୁ ସମର୍ଥକ । ଦାମ କାହା ପାଇଁ ପ୍ରଚାର କରିବେ । ଉପରେ ଉପରେ ଦଳ, ଅନ୍ଧାରୀ ଘରେ ପୁଅ ପାଇଁ ପ୍ରଚାର ହେବନି ତ ?

କିଛିଦିନ ପୂର୍ବରୁ ସମ୍ବିତଙ୍କ ଏକ ପ୍ରତିକ୍ରିୟାକୁ ବିଚାରକୁ ନିଆଯାଉ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସମ୍ବିତ କହିଥିଲେ, ବାପା ସ୍ରଷ୍ଟା । ମୁଁ ସୃଷ୍ଟି । ସ୍ରଷ୍ଟା କେବେ ବି ସୃଷ୍ଟିକୁ ଧ୍ବଂସ କରିବାକୁ ଚାହିଁବନି । ଅର୍ଥାତ ସମ୍ବିତଙ୍କ କହିବା କଥା ଥିଲା, ଦାମ ରାଉତ ନିଜ ପୁଅ ବିରୋଧରେ କେବେବି ଯିବେନି । କିନ୍ତୁ ଜଣେ ସ୍ବାଭିମାନୀ ନେତା ହିସାବରେ ଦାମ କ’ଣ ଏପରି କରି ପାରିବେ । ପୁଅ ମୋହରେ ନିଜ ସ୍ବାଭିମାନକୁ ବଳି ଦେବେ ତ ? ସ୍ବାଭିମାନର ପ୍ରମାଣ ଦେବାକୁ ଯାଇ ଖୁଲମଖୁଲା ପୁଅ ବିରୋଧରେ ପ୍ରଚାର କରିବେ । ତାହା ହିଁ ଏବେ ସବୁଠୁ ବଡ ପ୍ରଶ୍ନବାଚୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.