ETV Bharat / state

ରାଜ୍ୟସଭା ଉପନିର୍ବାଚନ: 3 ପ୍ରାର୍ଥୀପତ୍ର କାଏମ, 1 ଖାରଜ

ଆସନ୍ତା ଜୁଲାଇ ମାସରେ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ଦାଖଲ ହୋଇଥିବା ନାମଙ୍କନ ପତ୍ରର ଯାଞ୍ଚ କରାଯାଇଛି। ସେଥିମଧ୍ୟରୁ 3ଟି ପ୍ରାର୍ଥୀପତ୍ର କାଏମ ରହିଥିବା ବେଳେ 1 ଖାରଜ ହୋଇଯାଇଛି।

author img

By

Published : Jun 26, 2019, 3:14 PM IST

Updated : Jun 26, 2019, 5:25 PM IST

ଫାଇଲ ଫଟୋ

ଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ରର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ତିନି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବା ବେଳେ ଜଣଙ୍କର ପ୍ରାର୍ଥୀପତ୍ର ଖାରଜ ହୋଇଯାଇଛି। ସସ୍ମିତ ପାତ୍ର, ଅମର ପଟ୍ଟନାୟକ, ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ସେପଟେ ସ୍ୱାଧିନ ପ୍ରାର୍ଥୀ ନରେନ୍ଦ୍ର ନାଥ ମିଶ୍ରଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏ ସମ୍ପର୍କରେ ମତ ରଖି ରାଜ୍ୟସଭା ପାଇଁ ନିଯୁକ୍ତ ହୋଇଥିବା ରିଟର୍ଣ୍ଣିଂ ଅଫିସର ବିଷ୍ଣୁପ୍ରସାଦ ମିଶ୍ର କହିଛନ୍ତି ଯେ, କେହି ପ୍ରସ୍ତାବକ ନଥିବାରୁ ନରେନ୍ଦ୍ର ନାଥ ମିଶ୍ରଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି। ଏ ପ୍ରସଙ୍ଗରେ କଂଗ୍ରେସ ଓ ସ୍ୱାଧୀନ ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି ନରେନ୍ଦ୍ର। ବିରୋଧି କଂଗ୍ରେସ ଦଳର ବିଧାୟକଙ୍କ ସମର୍ଥନ ମିଳିଥିଲେ ନିର୍ବାଚନ ହେବା ସହ ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ତାର ପରମ୍ପରା ବଜାୟ ରଖିଥାନ୍ତା ବୋଲି ସେ କହିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟସଭା ଉପ ନିର୍ବାଚନ ପାଇଁ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ତିନି ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଛି। ସେମାନେ ହେଲେ ସସ୍ମିତ ପାତ୍ର, ଅମର ପଟ୍ଟନାୟକ, ଅଶ୍ୱିନୀ ବୈଷ୍ଣବ। ନାମାଙ୍କନ କାଏମ ରହିଥିବା ନେଇ ଏମାନଙ୍କୁ ରିଟର୍ଣ୍ଣିଂ ଅଫିସର ଅବଗତ କରିଛନ୍ତି। ସେପଟେ ଅନ୍ୟ ଜଣେ ପ୍ରାର୍ଥୀ ନରେନ୍ଦ୍ର ନାଥ ମିଶ୍ରଙ୍କ ପ୍ରାର୍ଥୀପତ୍ର ନାକଚ ହୋଇ ଯାଇଛି। ତାଙ୍କ ପାଇଁ କେହି ପ୍ରସ୍ତବକ ନଥିବାରୁ ନାକଚ ହୋଇଥିବା ନେଇ କହିଛନ୍ତି ବିଧାନସଭା ରିଟର୍ଣ୍ଣିଂ ଅଫିସର। ଅନ୍ୟପକ୍ଷରେ ନରେନ୍ଦ୍ର ଏନେଇ କଂଗ୍ରେସ ଓ ସ୍ୱାଧୀନ ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କଂଗ୍ରେସ ବିଧାୟକ ସମର୍ଥନ କରିଥିଲେ ନିର୍ବାଚନ ହୋଇଥାନ୍ତା। ଗଣତାନ୍ତ୍ରିକ ବ୍ୟବସ୍ଥା ତାର ପରମ୍ପରା ବଜାୟ ରଖି ଥାନ୍ତା ବୋଲି ସେ କହିଛନ୍ତି।

Body:ବାଇଟ ବିଷ୍ଣୁପ୍ରସାଦ ମିଶ୍ର, ରିଟର୍ଣ୍ଣିଂ ଅଫିସର
ବାଇଟ ନରେନ୍ଦ୍ର ମିଶ୍ର, ଆବେଦନକାରୀ

Conclusion:
Last Updated : Jun 26, 2019, 5:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.