ETV Bharat / state

ସୁଖୀ ସଂସାରରେ ଲାଗିଲା ସମୟର ନଜର, ସହାୟତା ଅପେକ୍ଷାରେ ରାଜେନ୍ଦ୍ର

ଇଲେକ୍ଟ୍ରିକାଲ ମେକାନିକ ଥିବା ରାଜେନ୍ଦ୍ର ଛଅ ମାସ ତଳେ ହଠାତ୍‌ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଥିଲେ । ଆଉ ତା’ପରେ ପରିବାର ଉପରେ ମାଡି ବସିଥିଲା ଦୁଃଖ ।

author img

By

Published : Jun 3, 2019, 11:38 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଦିନ ଥିଲା ନିଜ ହାତରେ ସଜାଡି ସେ ଜୀବନ୍ତ କରୁଥିଲେ ଟିକିନିଖି ଇଲେକ୍ଟ୍ରିକାଲ ପାର୍ଟ । ହେଲେ ସମୟର କରାଳ ଗତିରେ ଆଜି ଅକର୍ମଣ୍ୟ ହୋଇପଡିଛି ସେହି ହାତ ଏବଂ ଅକାମି ହୋଇପଡିଛି ପୁରା ଶରୀର । ଏ ହେଉଛି ସ୍ଥାନୀୟ ପଥରବନ୍ଧ ବସ୍ତିସ୍ଥିତ ରାଜେନ୍ଦ୍ରଙ୍କ କଥା । ଇଲେକ୍ଟ୍ରିକାଲ ମେକାନିକ ଥିବା ରାଜେନ୍ଦ୍ର ଛଅ ମାସ ତଳେ ହଠାତ୍‌ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଥିଲେ । ଆଉ ତା’ପରେ ପରିବାର ଉପରେ ମାଡି ବସିଥିଲା ଦୁଃଖ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ବୁଢୀ ମା’, ସ୍ତ୍ରୀ ଓ ଗୋଟିଏ ପୁଅକୁ ନେଇ 30 ବର୍ଷୀୟ ରାଜେନ୍ଦ୍ରଙ୍କ ପରିବାର । ଅଭାବରେ ହେଉ ପଛେ ଯେଣତେଣ ପ୍ରକାରେ ଚାଲିଥିଲା ତାଙ୍କ ସଂସାର । ହେଲେ ଛଅ ମାସ ତଳେ ଧିରେ ଧିରେ ଅକାମି ହେବାରେ ଲାଗିଥିଲା ତାଙ୍କର ଅଙ୍ଗପ୍ରତ୍ୟେଙ୍ଗ । ଆଉ ସମୟକ୍ରମେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହୋଇଗଲେ ରାଜେନ୍ଦ୍ର । ନିଜର ଏକମାତ୍ର ରୋଜଗାରିଆ ପୁଅର ଏଭଳି ଦୁର୍ଦ୍ଦିନ ଦେଖି ଭାଙ୍ଗି ପଡିଛନ୍ତି ମା’ । ଅନ୍ୟପଟେ ଯାହା ହାତ ଧରି ସୁଖୀ ସଂସାର ଗଢିବାର ସ୍ବପ୍ନ ଦେଖିଥିଲେ ତାଙ୍କର ଏପରି ଅବସ୍ଥାରେ ଅଧୈର୍ଯ୍ୟ ହୋଇପଡିଛନ୍ତି ସହଧର୍ମିଣୀ ।

ପୁଅର ଚିକିତ୍ସା ପାଇଁ ଘରେ ଅର୍ଥାଭାବ । ତେଣେ ତୁରନ୍ତ ଚିକିତ୍ସା ନକଲେ ଜୀବନ ପ୍ରତି ବିପଦ ବୋଲି ଶୁଣାଇ ଦେଇଛନ୍ତି ଡାକ୍ତର । ଏଭଳି ସ୍ଥିତିରେ ବୋଝ ଉପରେ ନଳିତା ବିଡା ସାଜିଥିଲା ବାତ୍ୟା ‘ଫନି’ । ଯେଉଁଥିରେ ଉଡିଯାଇଛି ମୁଣ୍ଡ ଉପରେ ଥିବା ଏକମାତ୍ର ସାହାରା ଛାତ । ରାଜେନ୍ଦ୍ରଙ୍କ ସଂଘର୍ଷ ଦେଖି ସଭିଏଁ ଦୁଃଖିତ । ହେଲେ ଏଯାଏଁ ତାଙ୍କୁ ମିଳିପାରିନି ସରକାରୀ କି ବେସରକାରୀ ସହାୟତା । ଫଳରେ ଅର୍ଥାଭାବ ଯୋଗୁଁ ବିନା ଚିକିତ୍ସାରେ ବିତୁଛି ରାଜେନ୍ଦ୍ରଙ୍କ ଦିନ ।

ସମୟ ବଡ ବଳବାନ । ଏ ଉକ୍ତି ଯେ କେତେ ଯଥାର୍ଥ ତାହା ରାଜେନ୍ଦ୍ରଙ୍କୁ ଦେଖିଲେ ସ୍ପଷ୍ଟ ଜଣା ପଡେ । ଦେଖିବାକୁ ବାକି ରହିଲା କେବେ କେହି ଶୁଣୁଛନ୍ତି ରାଜେନ୍ଦ୍ରଙ୍କ ଡାକ ଓ କେବେ ପଡୁଛି ବସ୍ତିବାସିନ୍ଦାଙ୍କ ଉପରେ ସରକାରଙ୍କ ନଜର ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.