ETV Bharat / state

ଫନି ଉଡାଇ ନେଲା ‘ରାସ୍ତାକଡର’ ସଂଗ୍ରହାଳୟ

ଜଣେ ନିଆରା ମଣିଷ ଭୁବନେଶ୍ବରର ସିଆରପି ଛକ ନିକଟରେ ରହୁଥିବା ପନ୍ଦାରି ମୁଦୁଲି । ଅଦରକାରୀ ପଦାର୍ଥରେ ତିଆରି କରିଥିଲେ ଖୁବ ଆକର୍ଷଣୀୟ ବସ୍ତୁ । କିନ୍ତୁ କିଛି କ୍ଷଣ ମଧ୍ୟରେ ଏସବୁକୁ ଉଡେଇ ନେଲା ଫନି ।

author img

By

Published : May 13, 2019, 11:41 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ପେଶାରେ ଜଣେ ଦିନ ମଜୁରିଆ । କିନ୍ତୁ ନିଶା କିଛି ଅଲଗା । ଦିନରାତି ଏକ କରି ନିଜ ଘରେ ତିଆରି କରିଛନ୍ତି କିଛି ଏଭଳି ଜିନିଷ, ଯାହାକୁ ଦେଖିବା ପାଇଁ ଘଡିଏ ଅଟକି ରହୁଛନ୍ତି ପଥଚାରୀ । ଯେତବେଳେ ଲୋକେ କିଛି ବସ୍ତୁକୁ ଅଦରକାରୀ ଭାବି ଡଷ୍ଟବିନରେ ଫୋପାଡି ଦେଇଥାନ୍ତି ସେତବେଳେ ସେ ତାକୁ ସବୁଠୁ ଦରକାରୀ ବୋଲି ଭାବି ଉଠାଇ ନେଇଥାନ୍ତି ନିଜ ଘରକୁ । ଆଉ ସେହି ବସ୍ତୁରୁ ତିଆରି କରନ୍ତି ବହୁ ଆକର୍ଷଣୀୟ ସାମଗ୍ରୀ । ଯାହା ଅତି ଆକର୍ଷଣୀୟ ଓ ମନୋଲୋଭା ହୋଇଥାଏ ।

ଇଟିଭି ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

କିନ୍ତୁ ସାମୂଦ୍ରିକ ଝଡ 'ଫନି' ତାଙ୍କର ସବୁ ଅକ୍ଲାନ୍ତ ପରିଶ୍ରମକୁ ଭାଙ୍ଗି ଛାରଖାର କରିଦେଇଛି । ତଥାପି ବି ପନ୍ଦାରି ଭାଙ୍ଗି ନପଡି ସେହି ଅସଜଡା ଘରକୁ ସଜାଡିବାରେ ଲାଗିଛନ୍ତି । ପୂର୍ବରୁ ସେହି ବାଟ ଦେଇ ଯାଉଥିବା ପଥଚାରୀ ପନ୍ଦାରି ମୁଦୁଲିଙ୍କ ଘର ସାମନାରେ ଘଡିଏ ଅଟକି ଯାଉଥିବା ବେଳେ ଏବେ କିନ୍ତୁ ଖାଁ ଖାଁ ହୋଇଯାଇଛି ସେହି ରାସ୍ତା ।

ତେବେ ଭୁବନେଶ୍ବରର ସିଆରପି ଛକ ନିକଟରେ ରହୁଛନ୍ତି ପନ୍ଦାରି ମୁଦୁଲି । ପନ୍ଦାରି ପେଶାରେ ଜଣେ ଦିନ ମଜୁରିଆ ହୋଇଥିବାବେଳେ ତାଙ୍କର ନିଶା କିନ୍ତୁ ଭିନ୍ନ । ଦିନରାତି ଅନିଦ୍ରା ହୋଇ ବିଭିନ୍ନ ଅଦରକାରୀ ପଦାର୍ଥ ସାଇକେଲ ଚକ, ଡବା ,ଟିଣ ଆଦିରୁ ସେ ଏକ ଘର ତିଆରି କରିଥିଲେ। ଏନେଇ ପୂର୍ବରୁ ତାଙ୍କୁ ଆମ ପ୍ରତିନିଧି ଭେଟି ପଚାରି ବୁଝିଥିଲେ ତାଙ୍କ ସଫଳତା ପଛର କାହାଣୀ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ପ୍ରବଳ ଖରା ରେ ଅସାମାନ୍ୟ ହୋଇଯାଇଛି ଜନଜୀବନ

ରାଉରକେଲା। ସହରଟି କିଛି ଦିନ ହେଲା ପ୍ରବଳ ଖରା ରେ ତାତି ହୋଇ ଯାଇଛି ତଥା ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ଦେଖିବାକୁ ମିଳିଛି।  ଗ୍ରୀଷ୍ମର ପ୍ରବାହ ସାଙ୍ଗକୁ ମୁଣ୍ଡ ଫଟା ଖରା ଯୋଗୁଁ ଦିନ 10 ଟା ନବାଜୁଣୁ ସହରର ରାସ୍ତା ଘାଟ ସାଙ୍ଗକୁ ବଜାର ଘାଟ ଖାଁ ଖାଁ ଲାଗିଲାଣି। 

ଏଥର ଗ୍ରୀଷ୍ମର ଆରମ୍ଭରୁ ସହରର ପାରଦ 43 ଡିଗ୍ରୀ ଉପରେ ରହିଲାଣି। ଅସଯ୍ୟ ତାତି ସାଙ୍ଗକୁ ଝାଞ୍ଜି ପବନ ଲୋକଙ୍କୁ ଜୀବନ କୁ ଅସ୍ତବ୍ୟସ୍ତ କଲାଣି। ଖରା ବଢିବା ସାଙ୍ଗକୁ ଦିନ 10 ଟା ପରେ ରାସ୍ତା ଘାଟ ବଜାର ଜନଶୂନ୍ୟ ଲାଗୁଛି। ଲୋକମାନେ ଅତି ଆବଶ୍ୟକ ନଥିଲେ ଘରୁ ବାହାରକୁ ବାହାରୁନାହାନ୍ତି। ତାତିରୁ ଅଶୋସ୍ଥ ପାଇଁ ଏବଂ ଲୋକଙ୍କ ଶୋଷ ମେଣ୍ଟାଇବା ପାଇଁ ଆଖୁ ରସ, ଲସି, ସରବତ, ତରୁଭୂଜ ର ଚାହିଦା ବଢ଼ିବାରେ ଲାଗିଛି। ମୃଦୁ ପାନୀୟ ଜଳ ପିଇବା ପାଇଁ ରାସ୍ତା କଡରେ ବସି ଥିବା ଏହି ବେପାରୀ ମାନଙ୍କ ପାଖରେ ବେଶ ଭିଡ ଜମିବାରେ ଲାଗିଛି। ଖରାରୁ ବଞ୍ଚିବା ପାଇଁ ଲୋକମାନେ ମୁଁହରେ ଧଳା କପଡା ଛତା, ଜୋତା, କଳା ଚଷମା ବ୍ୟବହାର କରୁଛନ୍ତି। ଏପଟେ ବିଭିନ୍ନ ବେସରକାରୀ ସଂସ୍ଥା ମାନଙ୍କ ପକ୍ଷରୁ ବିଭିନ୍ନ ଜାଗାରେ ଜଳଛତ୍ର ଖୋଲା ଯାଇଥିବା ବେଳେ ମହାନଗର ନିଗମ ତରଫରୁ 20 ଟି ଜାଗାରେ ଜଳଛତ୍ର ଖୋଲା ଯାଇଛି।
ରାଉରକେଲା ସରକାରୀ ହସ୍ପିଟାଲ ରେ  ଅଂଶୁଘାତରେ ଅସୁସ୍ଥ ହେଉଥିବା ଲୋକଙ୍କ ପାଇଁ ଏକ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମର ମଧ୍ୟ ବ୍ୟବସ୍ଥା କରାଯାଇଛି। ଅଂଶୁଘାତ ର ବହୁତ ସମ୍ଭାବନା ରହିଥିବାରୁ ଲୋକ ମାନେ ମଧ୍ୟ ସତର୍କ ରହୁଛନ୍ତି। ରାଉରକେଲା ସରକାରୀ ହସ୍ପିଟାଲ ରେ ଆଂଶୁଘାତ ର ମୁକାବିଲା ପାଇଁ ଖାସ ବ୍ୟବସ୍ଥା ରହିଛି। ଆଜି ଆଂଶୁଘାତ ରୁ ପିଡିଟା ଜଣେ ମହିଳା ମାତ୍ର ଚିକିତ୍ସାଧୀନ ଦେଖା ଯାଇଛି।
Byte : ଲୋକେଶ ସିଂ, ରାଉରକେଲା ବାସିନ୍ଦା। 
Byte_ ଅଭିଷେକ ଶର୍ମା ରାଉରକେଲା ବାସିନ୍ଦା

–----

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.