ETV Bharat / state

କୃଷିକୁ ନେଇ ସରକାରଙ୍କୁ ବିରୋଧି ଟାର୍ଗେଟ, ତଥ୍ୟ ରଖିନପାରି ମନ୍ତ୍ରୀ ହଟହଟା

ଦ୍ୱିତୀୟ ଦିନରେ ପହଞ୍ଚିଛି ଷୋଡଶ ବିଧାନସଭାର କାର୍ଯ୍ୟଦିବ। କୃଷି ଏବଂ କୃଷକଙ୍କ ସମସ୍ୟାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧି। ଗୃହରେ ଏ ପ୍ରସଙ୍ଗରେ ଜବାବ ରଖି ନପାରି ହଟହଟା ହୋଇଛନ୍ତି କୃଷିମନ୍ତ୍ରୀ।

author img

By

Published : Jun 26, 2019, 12:29 PM IST

Updated : Jun 26, 2019, 2:06 PM IST

ଫାଇଲ ଫଟୋ

ଭୁବନେଶ୍ୱର: ଦ୍ୱିତୀୟ ଦିନରେ ପହଞ୍ଚିଛି ଷୋଡଶ ବିଧାନସଭାର ଗୃହକାର୍ଯ୍ୟ। ଆଜିର ଏହି କାର୍ଯ୍ୟ ଦିବସ ଆରମ୍ଭରୁ କୃଷି ଏବଂ କୃଷକଙ୍କ ସମସ୍ୟାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧି। ଗୃହରେ ଏ ପ୍ରସଙ୍ଗରେ ତଥ୍ୟ ରଖି ନପାରି ହଟହଟା ହୋଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।

2011 ଜନଗଣନା ଅନୁଯାୟୀ ଓଡ଼ିଶାରେ 57 ଲକ୍ଷ ଚାଷୀ, କୃଷି ଉପରେ ନିର୍ଭରଶୀଳ। ସେମାନଙ୍କ ମଧ୍ୟରୁ 32.8 ଲକ୍ଷ କୃଷକ ଓ 24.20 ଲକ୍ଷ କୃଷିକ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ। 2021 ଜନଗଣନା ପରେ ଅଧିକ ତଥ୍ୟ ଆସିବ। ଚାଷ ପ୍ରତି ଚାଷୀ ବିମୁଖ ହୋଇଥିଲେ ମଧ୍ୟ ଚାଷ ଛାଡିନାହାନ୍ତି ବୋଲି କୃଷିମନ୍ତ୍ରୀ ବିଧାନସଭାର ପ୍ରଶ୍ନକାଳରେ ଗୃହକୁ ଜଣାଇଥିଲେ। ମନ୍ତ୍ରୀଙ୍କ ଏପରି ଉତ୍ତରରେ ଅସନ୍ତୋଷ ପ୍ରକାଶ କରିଥିଲେ କଂଗ୍ରେସ ବିଧାୟକ।

ଭିଡିଓ ସୌଜନ୍ୟ: ବ୍ୟୁରୋଚିଫ୍, ଭୁବନେଶ୍ବର

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଧିଷ୍ଟ ଉତ୍ତର ଦେବାକୁ ନିର୍ଦେଶ ଦେଇଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଥିଲେ ଯେ, ରାଜ୍ୟ ସରକାର କାଳିଆ ଯୋଜନାରେ 50 ଲକ୍ଷଙ୍କୁ ସହାୟତା ଦେଇଥିବା କହୁଥିବା ବେଳେ କୃଷିମନ୍ତ୍ରୀ ଗୃହରେ ତଥ୍ୟ ଲୁଚାଉଛନ୍ତି।

ଏହାର ଉତ୍ତର ଦେବାକୁ କୃଷିମନ୍ତ୍ରୀ କହିଥିଲେ ଯେ କୃଷି ଉଦ୍ୟୋଗରେ 934 ପ୍ରତ୍ୟକ୍ଷ ଏବଂ 3736 ପରୋକ୍ଷ ଆତ୍ମନିଯୁକ୍ତି ପାଇଛନ୍ତି। ସେହିପରି କୃଷିସେବା କେନ୍ଦ୍ର ଜରିଆରେ 2587 ପ୍ରତ୍ୟକ୍ଷ ଓ 10,348 ଜଣଙ୍କୁ ପରୋକ୍ଷ ଭାବେ ନିଯୁକ୍ତି ମିଳିଛି। ଏ ବାବଦରେ ନିର୍ଦ୍ଧିଷ୍ଟ ତଥ୍ୟ ରଖି ପାରିନଥିଲେ କୃଷିମନ୍ତ୍ରୀ।

ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

ଭୁବନେଶ୍ୱର () 2011ଜନଗଣନା ଅନୁଯାୟୀ ଓଡ଼ିଶାରେ 57ଲକ୍ଷ ଚାଷୀ କୃଷି ଉପରେ ନିର୍ଭର କରୁଛନ୍ତି। ଏଥିରୁ 32.8ଲକ୍ଷ ଚାଷୀ କୃଷକ ଓ 24.20 ଲକ୍ଷ ଚାଷୀ କୃଷି ଶ୍ରମିକ। 2021ରେ ପରବର୍ତ୍ତୀ ଜନଗଣନା ପରେ ଅଧିକ ତଥ୍ୟ ଆସିବ। ତେବେ ଚାଷ ପ୍ରତି ଚାଷୀ ବିମୁଖ ହୋଇ ଚାଷ ଛାଡିନାହାନ୍ତି ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ଆଜି ବିଧାନସଭାର ପ୍ରଶ୍ନକାଳରେ ସୂଚନା ଦେଇଛନ୍ତି । 

ତେବେ କୃଷିମନ୍ତ୍ରୀଙ୍କ ଉତ୍ତରରେ ବିରୋଧୀ କଂଗ୍ରେସ ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଧିଷ୍ଟ ଉତ୍ତର ଦେବାକୁ ନିର୍ଦେଶ ଦେଇଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଥିଲେ ଯେ, ରାଜ୍ୟ ସରକାର କାଳିଆ ଯୋଜନାରେ 50 ଲକ୍ଷଙ୍କୁ ସହାୟତା ଦେଇଥିବା କହୁଥିବା ସମୟରେ ମନ୍ତ୍ରୀ ଗୃହରେ ତଥ୍ୟ ଲୁଚାଉଛନ୍ତି । 
 
ବିଭାଗୀୟ ମନ୍ତ୍ରୀ କହିଥିଲେ ଯେ, କୃଷି ଉଦ୍ୟୋଗରେ 934 ପ୍ରତ୍ୟକ୍ଷ 3736 ପରୋକ୍ଷ ଆତ୍ମନିଯୁକ୍ତି ପାଇଛନ୍ତି। କୃଷି ସେବା କେନ୍ଦ୍ର ଜରିଆରେ 2587 ପ୍ରତ୍ୟକ୍ଷ 10,348 ପରୋକ୍ଷ ଆତ୍ମନିଯୁକ୍ତି ପାଇଛନ୍ତି।

ବାଇଟ - ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା
ବାଇଟ - ଅରୁଣ ସାହୁ, କୃଷିମନ୍ତ୍ରୀ
Last Updated : Jun 26, 2019, 2:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.