ETV Bharat / state

ପୋଲିସକୁ ମାଡ଼ ଘଟଣା: ଆଉ ଜଣେ ଗିରଫ

ସହିଦନଗର ଥାନାରେ ପଶି ପୋଲିସକୁ ମାଡ ଘଟଣାରେ ଆଉ ଜଣେ ଗିରଫ । ରବିବାର ଗିରଫ ହୋଇଥିବା ଲଲାଟେନ୍ଦୁଙ୍କ ନାଁରେ ୪୫୧, ୨୯୪, ୩୩୩, ୩୩୬, ୩୦୭ ଦଫା ଲାଗିଛି। ତେବେ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଛି କମିଶନରେଟ ପୋଲିସ ।

author img

By

Published : Mar 10, 2019, 11:11 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ସହିଦନଗର ଥାନାରେ ପଶି ପୋଲିସକୁ ମାଡ ଘଟଣାରେ ଆଉ ଜଣେ ଗିରଫ। ସିସିଟିଭି ଫୁଟେଜ ଆଧାରରେ ଲଲାଟେନ୍ଦୁ ମଲ୍ଲିକଙ୍କୁ ଗିରଫ କରାଯାଇଛି । ତେବେ ଥାନା ଭିତରେ ପଶି ଭଙ୍ଗାରୁଜା କରିଥିବା ଅଭିଯୋଗରେ ଗିରଫ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଲଲାଟେନ୍ଦୁକୁ ମିଶାଇ ମୋଟ ୯ଜଣଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ, ସହିଦନଗର ଥାନାରେ ଘଟି ଥିଲା ଅଭାବନୀୟ କାଣ୍ଡ । ଯେଉଁଥିରେ ପୋଲିସକୁ ଆକ୍ରମଣ କରାଯାଇଥିଲା । ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ମୁଖ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୪ଜଣ ଏହି ଘଟଣାରେ ସାମିଲି ହୋଇଥିଲେ । ଯାହାକୁ ନେଇ ତନାଘାନା ଆରମ୍ଭ କରିଛି କମିଶନରେଟ ପୋଲିସ।

ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି କମିଶନରେଟ ପୋଲିସ । ରବିବାର ଗିରଫ ହୋଇଥିବା ଲଲାଟେନ୍ଦୁଙ୍କ ନାଁରେ ୪୫୧, ୨୯୪, ୩୩୩, ୩୩୬, ୩୦୭ ଦଫା ଲାଗିଛି। ତେବେ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଛି କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.