ETV Bharat / state

'ନୋଟା ବଟନ' ଭୋଟରଙ୍କ ପସନ୍ଦ

ଗଣତନ୍ତ୍ରର ସବୁଠୁ ବଡ ପର୍ବ ନିର୍ବାଚନ ଲାଗି ଯୁବପିଢିଙ୍କ ମଧ୍ୟରେ ଉତ୍ସାହ । କିଏ ଭୋଟ ବର୍ଜନ କରିବେ ତ କିଏ ନୋଟାରେ ଭୋଟ ଦେବେ । ଆଉ କେତେକ ପୁଣି ଶାସକ ସରକାରକୁ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

author img

By

Published : Apr 3, 2019, 3:10 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ପଲ୍ଲୀରୁ ଦିଲ୍ଲୀ, ସବୁଆଡ଼େ ସପ୍ତଦଶ ନିର୍ବାଚନକୁ ନେଇ ଉତ୍କଣ୍ଠା । 19 ମହାସମରକୁ ନେଇ ସାହିଠୁ ସହର, ଚା ଖଟିରୁ ଚାରମିନାର ସବୁଆଡେ ନିର୍ବାଚନୀ ଚର୍ଚ୍ଚା । ପାଞ୍ଚ ବର୍ଷ ପାଇଁ କିଏ କାହାକୁ ଭୋଟ ଦେବେ ସେ ନେଇ ବୃଦ୍ଧଙ୍କ ଠାରୁ ଆରମ୍ଭ କରି ବିଶାରଦ ସମସ୍ତେ ଉତ୍ସାହିତ । ଏଥର ଭୋଟରଙ୍କ ଭିତରେ ଯୁବ ଭୋଟରଙ୍କ ପ୍ରତିଶତ ସର୍ବାଧିକ । ହେଲେ ସମସ୍ତଙ୍କ ଚିନ୍ତା, କଳ୍ପନା ଠାରୁ ଭିନ୍ନ ଯୁବପିଢିଙ୍କ ମତ, ମନ୍ତବ୍ୟ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

17ଶ ଲୋକସଭା ନିର୍ବାଚନକୁ ନେଇ 21ତମ ସେଞ୍ଚୁରୀରେ ଯୁବ ଭୋଟରଙ୍କ ନିକଟରେ ଦେଖାଦେଇଛି ଭିନ୍ନ ଜୋସ । ନିର୍ବାଚନରେ ନିଜକୁ ସକ୍ରିୟ ରହିବା ସହ ଦେଖିବାକୁ ମିଳିଛି ଉତ୍ସାହ । ଏଥର ରାଜ୍ୟରେ ମୋଟ ୩ କୋଟି ୧୨ ଲକ୍ଷ ୫୨ ହଜାର ୩୩୩ କୋଟି ଭୋଟର ଥିବା ବେଳେ ୫ ଲକ୍ଷ ୪୫ ହଜାରରୁ ଅଧିକ ଯୁବ ଭୋଟର ରହିଛନ୍ତି । ତେଣୁ ଏଥର ନିର୍ବାଚନରେ ଯୁବପିଢିଙ୍କ ଭୂମିକା ବେଶ ଗୁରୁତ୍ବ ରଖୁଛି ।

ଆର୍ଥିକ ଓ ବିକାଶ କ୍ଷେତ୍ରରେ ରାଜ୍ୟ ପଛୁଆ ରହିଥିବା ବେଳେ ବେକାର ସଂଖ୍ୟା ଦିନକୁଦିନ ବୃଦ୍ଧି ପାଉଛି । ରା ଜ୍ୟ ସରକାରଙ୍କ ଋଣର ଭାର ଏତେ ମାତ୍ରାରେ ବଢିଯାଇଛି, ଯାହା ରାଜ୍ୟବାସୀଙ୍କ ଉପରେ ବୋଝ ହୋଇପଡ଼ିଛି । ଫଳରେ ଏପରି ସରକାରର ପରିବର୍ତ୍ତନ ମନସ୍ଥ କରିଛନ୍ତି ଯୁବପିଢି । ଆଜିକାଲିକା ନେତା ରାଜ୍ୟ ଅପେକ୍ଷା ନିଜର ଉନ୍ନତି କ୍ଷେତ୍ରରେ ବେଶି ଚିନ୍ତା କରୁଛନ୍ତି । ଯେଉଁଥି ପାଇଁ ଲୋକପ୍ରିୟ ହେବା ବଦଳରେ ସମାଲୋଚନାର ଶୀକାର ହେଉଛନ୍ତି ନେତା । ଫଳରେ କିଛି ଯୁବ ଭୋଟର ନୋଟା ବଟନକୁ ଅଧିକ ପସନ୍ଦ କରିବେ ବୋଲି କହିଛନ୍ତି ।

ଚିହ୍ନା ମୁହଁ ନୁହେଁ, କାମଦାର ଲୋକକୁ ଦେବେ ଭୋଟ । ଭୋଟ ହାତେଇବାକୁ ଦଳ ଦେଇଥିବା ନେତାଙ୍କୁ ଭରଷା କରୁନି ଯୁବପିଢି । ତେଣୁ ଭୋଟ ବର୍ଜନ କରିବେ ବୋଲି ସଫାସଫା କହିଦେଇଛନ୍ତି । ଏପରିକି ରାଜନୀତିରେ ଯୁବନେତାକୁ ସୁଯୋଗ ଦିଆଯାଉ ବୋଲି ଡିମାଣ୍ଡ ମଧ୍ୟ କରୁଛନ୍ତି କେତେକ ଯୁବକ ।

ଏପରିକି ଆଉ କେତେକ ପୁଣି ଥରେ ନବୀନ ସରକାରଙ୍କୁ ଭୋଟ ଦେବେ । 19 ବର୍ଷ ଧରି ଶାସନ କରିଆସୁଥିବା ସରକାର ଆଗକୁ ରାଜ୍ୟରେ ବହୁ ଉନ୍ନତି ଆଣିବ ବୋଲି ଭରଷା ରଖିଛନ୍ତି । ଏମିତିକି ନିର୍ବାଚନ ବହୁ ଦିନ ରହିଥିବା ବେଳେ ଦେଖିଚାହିଁ ଭୋଟ ଦେବେ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.