ETV Bharat / state

ଆହୁରି ତିନି ଦିନ ସିଝିବ ଓଡିଶା - ଭୁବନେଶ୍ବର

ରାଜ୍ୟରେ ଅସହ୍ୟ ହେବାରେ ଲାଗିଛି ତାତି । ପ୍ରାୟ 11ଟି ଜିଲ୍ଲାରେ ତାପମାତ୍ରା 40 ଉପରେ ରହିଥିବା ବେଳେ ଆଗାମୀ ତିନିଦିନ ଭିତରେ କେତେକ ଜିଲ୍ଲାରେ ଏହା ଆହୁରି ବଢିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Apr 27, 2019, 8:07 PM IST

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ହେବାରେ ଲାଗିଛି ତାତି । ପ୍ରାୟ 11ଟି ଜିଲ୍ଲାରେ ତାପମାତ୍ରା 40 ଉପରେ ରହିଥିବା ବେଳେ ଆଗାମୀ ତିନି ଦିନ ଭିତରେ କେତେକ ଜିଲ୍ଲାରେ ଏହା ଆହୁରି ବଢିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ମୁଖ୍ୟତଃ ଦିନ 10ଟାରୁ 3ଟା ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଆସନ୍ତା 30 ତାରିଖ ଯାଏଁ ଏହି ଅବସ୍ଥା ଲାଗି ରହିବ ବୋଲି ଜଣା ପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଆଗକୁ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ବି ତାପମାତ୍ରା 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ତେଣୁ ଦିନ 10ଟାରୁ 3ଟା ପର୍ଯ୍ୟନ୍ତ ଖରାକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଅନ୍ୟପଟେ 9 ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି ।

ଏନେଇ ଗଜପତି, ଗଞ୍ଜାମ, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ବାଲେଶ୍ବର, ରାୟଗଡା, ନବରଙ୍ଗପୁର ଓ କେନ୍ଦୁଝର ଆଦି ଜିଲ୍ଲାକୁ କାଳବୈଶାଖୀ ଜନିତ ଝଡ ବର୍ଷା ପାଇଁ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.