ଭୁବନେଶ୍ବର: ଆଜି ମନ୍ତ୍ରିମଣ୍ଡଳ ଓ ମନ୍ତ୍ରିପରିଷଦ ବୈଠକ ବସିବ । ଅପରାହ୍ନରେ ଉଭୟ ବୈଠକ ବସିବ । ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏହି ବୈଠକରେ ତିନୋଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି ।
ସେହିପରି 6ଟାରେ ମନ୍ତ୍ରିପରିଷଦ ବୈଠକ ବସିବ । ଏହି ବୈଠକରେ 48 ହଜାର କୋଟି ଟଙ୍କାର କାମଚଳା ବଜେଟ୍ ପ୍ରସ୍ତାବକୁ ମଞ୍ଜୁରି ମିଳିବ ବୋଲି ସୂଚନା ରହିଛି । ସୋମବାର (ଫେବୃଆରି 4)ରୁ ବଜେଟ ଅଧିବେଶନ । 7 ତାରିଖରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କାମଚଳା ବଜେଟ ଗୃହରେ ଉପସ୍ଥାପନ କରିବେ ।
ଭୁବନେଶ୍ବରରୁ ଅଜିତ୍ ଦାଶ, ଇଟିଭି ଭାରତ