ETV Bharat / state

ଚାଷୀଙ୍କ ପାଇଁ ତତ୍ପର ସରକାର: ବଢିବ ଆୟ, ପ୍ରତିଷ୍ଠା ହେବ କୃଷକ ବଜାର - odisha

କୃଷକଙ୍କ ଆୟ ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଆଉ ଏହି ମର୍ମରେ ରାଜ୍ୟ କୃଷିନୀତି 2013ର ପରିବର୍ତ୍ତନ କରିବା ପାଇଁ ସବୁ ବିଭାଗକୁ ମତାମତ ଦେବାକୁ କୁହାଯାଇଛି।

ପ୍ରତୀକାତ୍ମକ ଫଟୋ
author img

By

Published : Jun 11, 2019, 1:28 PM IST

ଭୁବନେଶ୍ବର: ରାଜ୍ୟରେ ଚାଷୀଙ୍କ ଆୟ ବୃଦ୍ଧି କରିବାକୁ ନେଇ ସଜାଗ ଅଛନ୍ତି ରାଜ୍ୟ ସରକାର । ଆଉ ଏହି ମର୍ମରେ କୃଷିକ୍ଷେତ୍ରରୁ ଉତ୍ପାଦିତ ଦ୍ରବ୍ୟର ବିକ୍ରୟ ପାଇଁ କୃଷକ ବଜାର ସୃଷ୍ଟି କରିବା ଉପରେ ଦିଆଯାଇଛି ଗୁରୁତ୍ବ । ଆଉ ଏଥିପାଇଁ ରାଜ୍ୟ କୃଷିନୀତିରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି । ରାଜ୍ୟ କୃଷି ବିଭାଗ ପକ୍ଷରୁ ଏନେଇ ଜଣାଇ ଦିଆଯାଇଛି । ଅନ୍ୟପଟେ ଏ ସମ୍ପର୍କିତ ଏକ ବୈଠକ ମଙ୍ଗଳବାର ରାଜ୍ୟ ସଚିବାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କୃଷି ସଚିବ ସୌରଭ ଗର୍ଗ, ସମବାୟ ସଚିବ, ରାଜସ୍ଵ ସଚିବଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ । ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ରାଜ୍ୟ କୃଷିନୀତି ୨୦୧୩କୁ ପରିବର୍ତ୍ତନ କରାଯିବ । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କୃଷି ନୀତିରେ ପରିବର୍ତ୍ତନ କରିବା ଲାଗି ସବୁ ବିଭାଗର ମତାମତ ଲୋଡାଯାଇଛି । ଏଥିପାଇଁ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କୃଷି ସଚିବ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ଚାଷୀ ର ଆୟକୁ ବୃଦ୍ଧି କରିବା   ଏବଂ ଉତ୍ପାଦିତ ଖାଦ୍ୟ ଶଷ୍ୟା ନେଇ ବଜାର ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର ।ଏଥିପାଇଁ କୃଷି ନୀତି ରେ ପରିବର୍ତ୍ତନ ର ଆବଶ୍ୟକତା ଥିବାବେଳେ ଆଜି ସଚିବାଳୟରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି ।ମୁଖ୍ୟ ଶାଷନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କୃଷି ସଚିବ ସୈରଭ ଗର୍ଗ ,ସମବାୟ ସଚିବ,ରାଜସ୍ଵ ସଚିବ ଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ବୈଠକରେ ଯୋଗ ଦେଇଥିଲେ । ରାଜ୍ୟରେ ୨୦୧୩ କୃଷି ନୀତି କାର୍ଯ୍ୟକାରୀ ହେଉଥିବା ବେଳେ ବର୍ତ୍ତମାନ ଏଥିରେ ପରିବର୍ତ୍ତନ ର ଆବଶ୍ୟକତା ରହିଛି ।ବିଶେଷ କରି ଚାଷୀ ମାନଙ୍କ ଆୟ କୃଷି ବଜାର ,ଆଦି ଦିଗରେ ଗୁରୁତ୍ୱ ଦିଆଯାଇଛି ।ସେଥିପାଇଁ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କୃଷି ନିତୀରେ ପରିବର୍ତ୍ତନ କରିବା ଲାଗି ସମସ୍ତ ବିଭାଗ ଙ୍କ ମତାମତ ଲୋଡାଯାଇଛି ।ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାପାଇଁ ସମସ୍ତ ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କୃଷି ଓ କୃଷକ ଶଶକ୍ତ ସଚିବ କହିଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.