ETV Bharat / state

ଓଡିଶାରେ ଭୋଟ ଗଣତିରେ କିଏ ରହିଛି ଟ୍ରେଣ୍ଡରେ, ସୂଚନା ଦେଲେ ଇସିଓ - Tranding

ରାଜ୍ୟର ୧୪୬ଟି ବିଧାନସଭା ଆସନ ଓ ୨୧ଟି ଲୋକସଭା ଆସନରେ ଏକାଧିକ ରାଉଣ୍ଡ୍‌ରେ ଗଣତି ଶେଷ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର । ଭୋଟ ଗଣତି ଆରମ୍ଭ ସମୟ, କିଏ ଆଗରେ କିଏ ପଛରେ, କିଏ ରହିଛି ଟ୍ରେଣ୍ଡ ଟପ୍‌ରେ ସେ ସମସ୍ତ ତଥ୍ୟକୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁରେନ୍ଦ୍ର କୁମାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 23, 2019, 12:35 PM IST

ଭୁବନେଶ୍ବର: ଚାଲିଛି ଭୋଟ ଗଣତି । ରାଜ୍ୟର ୧୪୬ଟି ବିଧାନସଭା ଆସନ ଓ ୨୧ଟି ଲୋକସଭା ଆସନରେ ଏକାଧିକ ରାଉଣ୍ଡ୍‌ରେ ଗଣତି ଶେଷ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର । ଭୋଟ ଗଣତି ଆରମ୍ଭ ସମୟ, କିଏ ଆଗରେ କିଏ ପଛରେ ସେ ସମସ୍ତ ତଥ୍ୟକୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁରେନ୍ଦ୍ର କୁମାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସିଇଓଙ୍କ ସୂଚନା ଅନୁଯାୟୀ ଆଜି ସକାଳ ୮ ଟାରେ ପୋଷ୍ଟାଲ ବାଲଟ୍ ଓ ୮.୩୦ରେ ଭିଭିପାଟ୍ ଗଣତି ଆରମ୍ଭ ହୋଇଥିଲା । କେନ୍ଦ୍ରାପଡା ଓ କଟକ ଲୋକସଭା ଆସନରେ କିଏ ଟ୍ରେଣ୍ଡରେ ଅଛି ସେ ସୂଚନାକୁ ବାଦ ଦେଇ ଅନ୍ୟ ସମସ୍ତ 19ଟି ଲୋକସଭାରେ କିଏ ଟ୍ରେଣ୍ଡରେ ରହିଛି ସେ ନେଇ ସୂଚନା ଦେଇଛନ୍ତି ଇସିଓ । ରାଜ୍ୟରେ 19ଟି ଲୋକସଭା ଆସନରୁ ୧୨ଟି ଲୋକସଭା ଆସନରେ ବିଜେଡି ଲିଡ୍ ଓ ୭ଟି ଆସନରେ ବିଜେପି ଆଗୁଆ ରହିଥିବା ସୂଚନା ଦେଇଛନ୍ତି ସିଇଓ ।

ସିଇଓ ସୁରେନ୍ଦ୍ର କୁମାରଙ୍କ ସୂଚନାରୁ ପ୍ରାଥମିକ ଟ୍ରେଣ୍ଡ୍‌ ଅନୁସାରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ଅଧିକାଂଶ ସ୍ଥାନରେ ପ୍ରତିଦ୍ବନ୍ଦ୍ବିତା ଜାରି ରହିଥିବା ଦେଖିବାକୁ ମିଳିଛି । ବିଧାନସଭା କ୍ଷେତ୍ରରେ ୬୧ ଆସନ ମଧ୍ୟରୁ ବିଜେପି ୧୩ଟିରେ ଟ୍ରେଣ୍ଡ କରୁଛି । ସେହିଭଳି ବିଜେଡି ୪୬ଟି ଓ କଂଗ୍ରେସ ୨ଟି ଆସନରେ ଆଗୁଆ ରହିଥିବା ସୂଚନା ଦେଇଛନ୍ତି ଇସିଓ ।

ଆସିକାରେ ଲୋକସଭା ଆସନରେ ବିଜେଡି ଆଗୁଆ । ବାଲେଶ୍ବରରେ ବିଜେଡି ୨୭୬ ଖଣ୍ଡ ଭୋଟରେ, ବରଗଡରେ ସୁରେଶ ପୁଜାରେ ୧୯୨୧ ଖଣ୍ଡ ଭୋଟ, ବ୍ରହ୍ମପୁରରେ ବିଜେଡି ୩୦୦୯ ଭୋଟ, ଭଦ୍ରକରେ ବିଜେପି ୧୦୫ ଖଣ୍ଡ ଭୋଟରେ ଆଗୁଆ ରହିଥିବା ସୂଚନା ଦେଇଛନ୍ତି ଇସିଓ ।

ଅନ୍ୟପଟେଭୁବନେଶ୍ବରେ ବିଜେଡ ଆଗୁଆ, ବଲାଙ୍ଗୀର, ଢେଙ୍କାନାଳରେ ବିଜେପି ଆଗୁଆ ରହିଥିବା ସୂଚନା ଦେଇଛନ୍ତି ଇସିଓ । ଜଗତସିଂହପୁର ବିଜେଡି ୭୦୦ ଖଣ୍ଡ ଭୋଟରେ, ଯାଜପୁରରେ ବିଜେଡି ୯୦୦୦ ଖଣ୍ଡ ଭୋଟରେ ଆଗୁଆ ରହିଛି । କନ୍ଧମାଳ ବିଜେଡି ଆଗୁଆ ୪୩୪୫ ଖଣ୍ଡ ଭୋଟରେ ଆଗୁଆ ରହିଛି । ସେହିଭଳି କେନ୍ଦୁଝରରେ ବିଜେଡି ୯୨୫ ଭୋଟରେ ଆଗୁଆ ରହିଥିବା ବେଳେ କୋରାପୁଟରେ ବିଜେଡି ୧୩୦୦ ଭୋଟ ଖଣ୍ଡ ଭୋଟରେ କଂଗ୍ରେସ ଠାରୁ ଆଗୁଆ ରହିଥିବା ସୂଚନା ଦେଇଛନ୍ତି ସୁରେନ୍ଦ୍ର କୁମାର ।

ପୁରୀ ଲୋକସଭା ଆସନରେ ବିଜେଡି ୧୧୦୦ ଖଣ୍ଡ ଭୋଟରେ ଆଗୁଆ ରହିଛି । ସମ୍ବଲପୁରରେ ବିଜେପି ୪୫୦ ଖଣ୍ଡ ଭୋଟରେ ଆଗୁଆ ରହିଛି । ଅନ୍ୟପଟେ ସୁନ୍ଦରଗଡରେ ୯୩୯ ଖଣ୍ଡ ଭୋଟରେ ବିଜେପି ଜୁଏଲ ଓରାମ ଆଗୁଆ ଅଛନ୍ତି । ମୟୂରଭଞ୍ଜ,ନବରଙ୍ଗପୁରରେ ବିଜେଡି ଆଗୁଆ ରହିଥିବା ସୂଚନା ରହିଛି ।

ରାଜ୍ୟରେ ସମସ୍ତ ଭୋଟ ଗଣତି କେନ୍ଦ୍ରରେ ଶୃଙ୍ଖଳିତ ଢଙ୍ଗରେ ଭୋଟ ଗଣତି ଚାଲିଛି ।
ଅନ୍ୟପଟେ ଆନନ୍ଦପୁରରେ ଇଭିଏମ କାମ କରୁନଥିବା ବେଳେ , ପଛରେ ଭିଭିପାଟ୍ ମେସିନ ଗଣା ଯିବା ନେଇ ସୂଚନା ଦେଇଛନ୍ତି ଇସିଓ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.