ETV Bharat / state

ମହିଳା ଭୋଟ୍‌ରଙ୍କୁ ନେଇ ବିଜେଡି-ବିଜେପି ଗୋଡ ଟଣାଟଣି

ଗତ 2014 ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ମହିଳାମାନେ ଅଧିକ ସଂଖ୍ୟାରେ ମତଦାନ କରିଛନ୍ତି ବୋଲି ସୂଚନା ରହିଛି । ରାଜ୍ୟରେ ଅଧିକ ସଂଖ୍ୟାକ ମହିଳାଙ୍କ ଭୋଟ ବିଜେଡି ବାକ୍ସରେ ପଡିଛି ବୋଲି ଦଳ ପକ୍ଷରୁ ଦାବି କରାଯାଇଛି । ଏହା କେବଳ ବିଜେପି କହୁଛି । ଏହା ସରକାର ବିରୋଧୀ ହାୱା ।

author img

By

Published : Apr 24, 2019, 8:43 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ବର

ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଜେଡି-ବିଜେପି କଳି । ରାଜ୍ୟରେ ମହିଳା ମତଦାନ ହାରକୁ ନେଇ କଷି ଥିବା ଗଣିତର ଫଳାଫଳକୁ ନେଇ ମୁଣ୍ଡ ଟେକିଛି ବିବାଦ । ରାଜ୍ୟର ପ୍ରମୁଖ ଦୁଇ ରାଜନୈତିକ ଦଳ ଟଣାଟଣି ହୋଇ ଭିନ୍ନଭିନ୍ନ ପରିସଂଖ୍ୟନ ଦେଖାଉଛନ୍ତି । ଗତ 2014 ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ମହିଳାମାନେ ଅଧିକ ସଂଖ୍ୟାରେ ମତଦାନ କରିଛନ୍ତି ବୋଲି ସୂଚନା ରହିଛି । ରାଜ୍ୟରେ ଅଧିକ ସଂଖ୍ୟାକ ମହିଳାଙ୍କ ଭୋଟ ବିଜେଡି ବାକ୍ସରେ ପଡିଛି ବୋଲି ଦଳ ପକ୍ଷରୁ ଦାବି କରାଯାଇଛି । ଏହା ବେଳେ ବିଜେପି କହୁଛି ଏହା ସରକାର ବିରୋଧୀ ହାୱା ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍‌,ଭୁବେଶ୍ବର

ସୂଚନା ଯେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ 21ଲକ୍ଷ 75 ହଜାର 729 ଜଣ ପୁରୁଷ ଭୋଟର ମତଦାନ କରିଥିବା ବେଳେ 22 ଲକ୍ଷ 56 ହଜାର 170ଜଣ ମହିଳା ମତାଧିକାର ସାବ୍ୟସ୍ତ କରିଥିଲେ । ସେହିଭଳି ଦ୍ବିତୀୟ ପର୍ଯ୍ୟାୟରେ 71.43 ପ୍ରତିଶତ ପୁରୁଷ ଏବଂ 73.74 ପ୍ରତିଶତ ମହିଳା ଭୋଟ ଦେଇଥିଲେ । ତୃତୀୟ ପର୍ଯ୍ୟାୟରେ ସେହିଭଳି 71.32 ପ୍ରତିଶତ ପୁରୁଷ ଏବଂ 71.94 ପ୍ରତିଶତ ମହିଳା ମତଦାନ କରିଛନ୍ତି ।

2014ରେ ସେହିଭଳି ସାମଗ୍ରିକ ଭାବେ ପୁରୁଷଙ୍କ ଠାରୁ ଅଧିକ ସଂଖ୍ୟାରେ ମହିଳା ମତଦାନ କରିଥିଲେ । ଗତ ନିର୍ବାଚନରେ ପୁରୁଷଙ୍କ ମତଦାନ ହାର 72.95 ପ୍ରତିଶତ ଥିବା ବେଳେ ମହିଳାଙ୍କ ମତଦାନ ହାର ଥିଲା 74.42 ପ୍ରତିଶତ । ଅଧିକ ସଂଖ୍ୟାରେ ମହିଳା ମତଦାନ କରିବା ଅର୍ଥ ସେମାନେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ସମର୍ଥନ କରି ପୁଣି ଥରେ ବିଜେଡିକୁ ସରକାର ଗଠନର ସୁଯୋଗ ଦେବାକୁ ଚାହୁଁଛନ୍ତି ବୋଲି ଆକଳନ କରୁଛନ୍ତି ବିଜେଡିର ବରିଷ୍ଠ ନେତାମାନେ ।

ମହିଳାଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ 10 ଲକ୍ଷ ପର୍ଯ୍ୟନ୍ତ ସହାୟତା, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ମିଶନ ଶକ୍ତି ଆଦି କାର୍ଯ୍ୟକ୍ରମ ମହିଳାଙ୍କୁ ଉତ୍ସାହିତ କରିଛି । ଏପିରିକି ମହିଳାଙ୍କୁ ରାଜନୀତିରେ ଏକ ତୃତୀୟାଂଶ ସଂରକ୍ଷଣ ଦେବାକୁ ନବୀନ ପଟ୍ଟନାୟକଙ୍କ ଅଭିଯାନକୁ ମଧ୍ୟ ମହିଳାମାନେ ସମର୍ଥନ ଜଣାଇଥିବା ଦାବି କରିଛନ୍ତି ବିଜେଡି ଆଇଟି ସେଲର ମୁଖ୍ୟ ଅମର ପଟ୍ଟନାୟକ ।

ସେପଟେ ବିଜେପି କିନ୍ତୁ ବିଜେଡିର ଏଭଳି ଆକଳନକୁ ଗ୍ରହଣ କରିପାରୁନି । ରାଜ୍ୟରେ ବଢୁଥିବା ମହିଳା ନିର୍ଯାତନା, ଅପହରଣ, ଧର୍ଷଣ, ନାବାଳିକା ଦୁଷ୍କର୍ମ ଆଦି ଘଟଣା ବିରୋଧରେ ମହିଳାମାନେ ସରକାର ବିରୋଧରେ ମତଦାନ କରିଥିବା କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ।

ଭୁବନେଶ୍ବରରୁ ଅଜିତ ଦାସ, ବ୍ୟୁରୋ ଚିଫ୍‌

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.