ETV Bharat / state

ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ: ବଢିଛି ବିକାଶ ଦର, କମିଛି ଗରିବି

କାଗଜ କଲମରେ ସରକାର ଆଙ୍କିଲେ ଗୋଲାପୀ ଚିତ୍ର। ବଢିଛି ରାଜ୍ୟ ଅଭିବୃଦ୍ଧି ହାର। କମିଛି ଗରିବି। ମୁଣ୍ଡ ପିଛା ଆୟ ଲିଷ୍ଟରେ ଭାରତର ସ୍ଥାନ 16 ଛୁଇଁଛି। ବିଧାନସଭାରେ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

author img

By

Published : Jun 28, 2019, 10:49 AM IST

Updated : Jun 29, 2019, 3:26 PM IST

ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: ଆଜି ବିଧାନସଭାରେ ଉପସ୍ଥାପିତ ହେବ 2019-20 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ । ଏହା ପୂର୍ବରୁ ପ୍ରକାଶ ପାଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଜାତୀୟ ଅଭିବୃଦ୍ଧି ତୁଳନାରେ ବୃଦ୍ଧି ପାଇଛି ରାଜ୍ୟ ବିକାଶ ଦର। 2017-18 ତୁଳନାରେ 2018-19 ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ପ୍ରାୟ 1 ପ୍ରତିଶତ ବୃଦ୍ଧି ପାଇଛି ।

2017-18ରେ ଅଭିବୃଦ୍ଧି 7.4 ପ୍ରତିଶତ ରହିଥିଲା ବେଳେ 2018-19ରେ ଏହା 8.4 ପ୍ରତିଶତକୁ ବଢିଛି । ଓଡିଶାର ଅଭିବୃଦ୍ଧି ହରିୟାନା, ପଞ୍ଜାବ, କେରଳ, ଛତିଶଗଡ ସହ ସମକକ୍ଷ ହୋଇପାରିଛି । ଅର୍ଥନୈତିକ ଅଭିବୃଦ୍ଧି ମୁଣ୍ଡପିଛା ଆୟ ବୃଦ୍ଧିରେ ମଧ୍ୟ ସହାୟକ ହୋଇଛି । 1996-97ରେ ମୁଣ୍ଡପିଛା ଆୟ ରାଙ୍କିରେ 25 ନମ୍ବର ଥିଲାବେଳେ 2016-17ରେ ଏହା ଉପରକୁ ଉଠି 16 ନମ୍ବରେ ପହଞ୍ଚିଛି ।

କୃଷି ଏବେ ବି ରାଜ୍ୟର ମୁଖ୍ୟ ଜୀବନ ଜୀବିକାର ମାନଦଣ୍ଡ ରହିଛି । କୃଷି କ୍ଷେତ୍ରରେ ପରିବାର ପିଛା ମାସିକ ଆୟ 2012-13 ରେ 4,976 ଟଙ୍କା ଥିଲା ବେଳେ 2016-17ରେ ଏହା 7731 ଟଙ୍କାକୁ ବୃଦ୍ଧି ପାଇଛି । ଯାହାକି ରାଜ୍ୟର ଦାରିଦ୍ର୍ୟ ଦୂରୀକରଣରେ ଏକ ସକରାତ୍ମକ ସଙ୍କେତ ବୋଲି ଜଣାପଡିଛି ।

ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ରାଜ୍ୟର ପ୍ରଦର୍ଶନ ଭଲ ରହିଥିବା କୁହାଯାଇଛି। 1998-99 ତୁଳନାରେ 2015-16ରେ ଶିଶୁ ମୃତ୍ୟୁ ହାର 41 ପ୍ରତିଶତ ହ୍ରାସ ପାଇଛି। ଏପଟେ ଓଡିଶାର ସ୍ୱାକ୍ଷତତା ହାର 72.9 ପ୍ରତିଶତକୁ ବୃଦ୍ଧି ପାଇଛି । ନୀତି ଆୟୋଗଙ୍କ ବେସଲାଇନ ରିପୋର୍ଟ 2018ରେ ମଧ୍ୟ ଓଡିଶାକୁ ଏକ ଉତ୍ତମ ପ୍ରଦର୍ଶନକାରୀ ରାଜ୍ୟ ଭାବେ ଚିହ୍ନଟ କରାଯାଇଛି । ଉତ୍ପାଦନ ଓ ମାଇନିଙ୍ଗ କ୍ଷେତ୍ରରେ ରାଜ୍ୟର ଅଭିବୃଦ୍ଧି ଯଥାକ୍ରମେ 15.8 ଓ 4.3 ପ୍ରତିଶତ ରହିଛି । ଆର୍ଥିକ ପରିଚାଳନାରେ ମଧ୍ୟ ରାଜ୍ୟର ପ୍ରଦର୍ଶନୀ ଗତ କିଛି ବର୍ଷକୁ ଦେଖିବାକୁ ଗଲେ ଭଲ ରହିଥିବା ନେଇ ରିପୋର୍ଟରେ ରହିଛି ।

ତେବେ 2005-06 ପର୍ଯ୍ୟନ୍ତ ରାଜସ୍ବ ନିଅଣ୍ଟ ବଜେଟ ପ୍ରସ୍ତୁତ ହେଉଥିଲା । କିନ୍ତୁ ଧୀରେ ଧୀରେ ଏଥିରେ ଉନ୍ନତି ହୋଇ 2018-19ରେ ମୋଟ ଜିଏସଡିପିର(ରାଜ୍ୟର ମୋଟ ଘରୋଇ ଉତ୍ପାଦ) 2.2 ପ୍ରତିଶତ ବଳକା ହୋଇଛି।

ଭୁବନେଶ୍ୱରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:Conclusion:
Last Updated : Jun 29, 2019, 3:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.