ETV Bharat / state

ପ୍ରକାଶ ପାଇଲା ଯୁକ୍ତ 2 କଳା-ବାଣିଜ୍ୟ ପରୀକ୍ଷା ଫଳ, ଆଗରେ ଛାତ୍ରୀ

ପ୍ରକାଶ ପାଇଛି ଯୁକ୍ତ 2 କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଛାତ୍ର ପାସ ହାର 67.91 ପ୍ରତିଶତ ଥିବାବେଳେ ଛାତ୍ରୀଙ୍କ ପାସ ହାର 74.52 ପ୍ରତିଶତ ରହିଛି ।

author img

By

Published : Jun 21, 2019, 4:26 PM IST

Updated : Jun 21, 2019, 5:14 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ 2 କଳା, ବାଣିଜ୍ୟ ଧନ୍ଦାମୂଳକ ପରୀକ୍ଷା ଫଳ । ପୁସ୍ତିକା ଉନ୍ମୋଚନ କରିଛନ୍ତି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ । ଭୁବନେଶ୍ବର ଗୀତ ଗୋବିନ୍ଦ ସଦନରେ ପରୀକ୍ଷା ଫଳ ପ୍ରକାଶ ପାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କଳାରେ ପାସ ହାର 65.89 ପ୍ରତିଶତ ଥିବାବେଳେ ବାଣିଜ୍ୟରେ 70.26 ପ୍ରତିଶତ ପାସ ହାର ରହିଛି । ପରୀକ୍ଷା ଫଳ ଉଚ୍ଚଶିକ୍ଷା ବିଭାଗ ଓ୍ବେବସାଇଟ www.chseodisha.in ଏବଂ chse.odisha.nic.in ରେ ଉପଲବ୍ଧ ରହିଛି ।

ଛାତ୍ର ପାସ ହାର 67.91 ପ୍ରତିଶତ ଥିବା ବେଳେ ଛାତ୍ରୀଙ୍କ ପାସ ହାର 74.52 ପ୍ରତିଶତ ରହିଛି । ବାଣିଜ୍ୟରେ 5ହଜାର 629 ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବା ବେଳେ , ଦ୍ବିତୀୟ ଶ୍ରେଣୀରେ 3 ହଜାର 746 ଓ ତୃତୀୟ ଶ୍ରେଣୀରେ 9 ହଜାର 622 ଜଣ ପାସ କରିଛନ୍ତି । ପରୀକ୍ଷାରେ ସର୍ବମୋଟ 1 ଲକ୍ଷ 92 ହଜାର 323 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ସେହିପରି କଳାରେ 18 ହଜାର 773 ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ବିତୀୟ ଶ୍ରେଣୀରେ 22 ହଜାର 944 ଓ ତୃତୀୟ ଶ୍ରେଣୀରେ 1 ଲକ୍ଷ 10 ହଜାର 451 ଜଣ ପାସ କରିଛନ୍ତି ।

ଅନ୍ୟ ପକ୍ଷରେ କଳାରେ 2ଟି କଲେଜ ଓ ବାଣିଜ୍ୟରେ 4 କଲେଜରେ ପରୀକ୍ଷା ଫଳ ଶୂନ ଥିବା ନେଇ ଜଣା ପଡିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:

asda

Conclusion:
Last Updated : Jun 21, 2019, 5:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.