ETV Bharat / state

ଆର୍କିଟେକ୍ଟ ନୁହେଁ କି ସିଭିଲ ଇଞ୍ଜିନିୟର ନୁହେଁ, ଜଣେ ଦିନ ମଜୁରିଆ

ରାଜଧାନୀର ନୟାପଲ୍ଲୀ ରାସ୍ତା ଦେଇ ଯିବା ବେଳେ କିଛି କ୍ଷଣ ପାଇଁ ଆଟକି ଯାଏ ଗାଡି । ଆଉ ଏହି ଘରକୁ ଦେଖି ଲାଖି ଯାଏ ଆଖି । ଲାଗେ ସତେ ଯେମିତି କେହି ବିଦେଶୀ କାରିଗରର ସ୍ପର୍ଶର ଯାଦୁ କିମ୍ବା କୌଣସି ଧନୀ ବ୍ୟକ୍ତିର ଡ୍ରିମ ହୋମ ।

author img

By

Published : Mar 25, 2019, 3:21 PM IST

Updated : Mar 25, 2019, 7:02 PM IST

ଫଟୋ ସୌଜନ୍ୟ: ପ୍ରତିନିିଧି, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀର ନୟାପଲ୍ଲୀ ରାସ୍ତା ଦେଇ ଯିବା ବେଳେ କିଛି କ୍ଷଣ ପାଇଁ ଆଟକି ଯାଏ ଗାଡି । ଆଉ ଏହି ଘରକୁ ଦେଖି ଲାଖି ଯାଏ ଆଖି । ଲାଗେ ସତେ ଯେମିତି କେହି ବିଦେଶୀ କାରିଗରର ସ୍ପର୍ଶର ଯାଦୁ କିମ୍ବା କୌଣସି ଧନୀ ବ୍ୟକ୍ତିର ଡ୍ରିମ ହୋମ । ହେଲେ ଏ ନା କୌଣସି ବିଦେଶୀ କାରିଗରର ଯାଦୁ ନା କୌଣସି ଧନୀ ବ୍ୟକ୍ତିର ଘର । ଏହେଉଛି ଜଣେ ଦିନ ମଜୁରିଆର ଘର । ଯାହାର ପେଶା ଦିନ ମଜୁରିଆ ହେଲେ ନିଶା ସୌଖୀନ ଘର ତିଆରି କରିବା ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ନାଲି ବାଉଁଶରେ ସଜା ହୋଇଛି ଘରର ମୁଖ୍ୟଦ୍ବାର । ଦୁଆର ବନ୍ଧରେ ରହିଛି ନେପାଳ ସ୍ଥାପତ୍ୟ ଶୈଳୀରେ ବିଭିନ୍ନ କଳାକୃତ୍ତି । କେବଳ ଯେ ମୁଖ୍ୟଦ୍ବାରରେ ନେପାଳି କଳାକୃତ୍ତିର ଛିଟା ରହିଛି ତାହା ନୁହେଁ, ଘରର ପ୍ରତିଟି କାନ୍ଥ, ପ୍ରତି ଦୁଆରେ ରହିଛି ସୈଖୀନ କଳା ପ୍ରତି ପ୍ରେମର ଝଲକ ।

ବାଉଁଶ, ସାଇକେଲ ଚକ, ଲୁହା ତାର ଆଦି ଅଦରକାରୀ ପଦାର୍ଥକୁ ସାଉଁଟି ନିଜ ଘରକୁ ସ୍ବପ୍ନର ଘରର ସ୍ପର୍ଶ ଦେଇଛନ୍ତି ପନ୍ଦାରି ମୁଦୁଲି । ସେ କୌଣସି ଧନୀ ଘରର ବ୍ୟକ୍ତି ନୁହେଁ କି କୌଣସି କାରିଗର ନୁହେଁ, ସେ ହେଉଛନ୍ତି ଜଣେ ଦିନମଜୁରିଆ । ଯିଏ ଦିନେ ମଜୁରୀ ନଲାଗିଲେ ଅଚଳ ହୋଇପଡେ ସଂସାର ଚଳିବା । ଆର୍ଥିକ ସ୍ଥିତି ସେତେ ସୁଦୃଢ ନଥିଲେ ମଧ୍ୟ ଦୃଢ ଇଚ୍ଛା ଶକ୍ତି ଯୋଗୁଁ ସମ୍ଭବ ହୋଇପାରିଛି ପନ୍ଦାରିଙ୍କ ସ୍ବପ୍ନର ଘର ।

ନେପାଳର ସ୍ଥାପତ୍ୟ ଶୈଳୀରେ ଅନୁପ୍ରାଣିତ ହୋଇ ବିଭିନ୍ନ ଅଦରକାରୀ ପଦାର୍ଥ ସାଉଁଟି ଏହି ଘରକୁ ସଜାଇଥିବା କହିଛନ୍ତି ପନ୍ଦାରି । ତେବେ ପନ୍ଦାରିଙ୍କ କଳାକୃତ୍ତିରେ ରହିଛି ହେଲିକପ୍ଟର ଓ ଧନୁ ତୀର ଆଦି ଜିନିଷ । ଯେଉଂ ସବୁକୁ ପ୍ରସ୍ତୁତ କରି ଘରଟିକୁ ସଜାଇବାରେ ପନ୍ଦାରିଙ୍କୁ ଲାଗିଯାଇଛି ପ୍ରାୟ 18 ବର୍ଷ ।

ବିଶ୍ବାସ ନହେଲେ ବି ସତ । କୌଣସି ଆର୍କିଟେକ୍ଟ କି ସିଭିଲ ଇଞ୍ଜିନିୟର ନୁହେଁ । ସେ ହେଉଛନ୍ତି ଜଣେ ଦିନ ମଜୁରିଆ । ଯିଏ ନିଜ କଠିନ ପରିଶ୍ରମ ବଳରେ ସଜାଇ ପାରିଛନ୍ତି ନିଜ ସ୍ବପ୍ନର ଘର । ଯାହାକୁ ଦେଖିବା ପାଇଁ ଜମୁଛି ସାଧାରଣ ଲୋକଙ୍କ ଭିଡ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:Conclusion:
Last Updated : Mar 25, 2019, 7:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.