ETV Bharat / state

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପଶ୍ଚିମ ଓଡିଶାର ପ୍ରତିନିଧିତ୍ବକୁ ନେଇ ବିଜେଡି-ବିଜେପି କଥା କଟାକଟି

ପଶ୍ଚିମ ଓଡିଶାରୁ ବିଜେପିର 5ଜଣ ସାଂସଦ ଏଥର ନିର୍ବାଚିତ ହୋଇଥିବା ବେଳେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜଣେ ହେଲେ ସ୍ଥାନ ପାଇନାହାଁନ୍ତି । ଏହା ପଶ୍ଚିମ ଓଡିଶା ପ୍ରତି କେନ୍ଦ୍ରର ଅବହେଳା ବୋଲି ଅଭିଯୋଗ କରିଛନ୍ତି ଭଟଲି ବିଧାୟକ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ବର
author img

By

Published : May 31, 2019, 3:26 PM IST

ଭୁବନେଶ୍ବର: ବିଜେପି ପଶ୍ଚିମ ଓଡିଶା ପ୍ରତି ଅବହେଳା କରିଛି । ପଶ୍ଚିମ ଓଡିଶାରୁ ବିଜେପିର 5ଜଣ ସାଂସଦ ଏଥର ନିର୍ବାଚିତ ହୋଇଥିବା ବେଳେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଜଣେ ହେଲେ ସ୍ଥାନ ପାଇନାହାଁନ୍ତି । ଏହା ପଶ୍ଚିମ ଓଡିଶା ପ୍ରତି କେନ୍ଦ୍ରର ଅବହେଳା ବୋଲି ଅଭିଯୋଗ କରିଛନ୍ତି ଭଟଲି ବିଧାୟକ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ୍‌, ଭୁବନେଶ୍ବର

ସେ ଅଭିଯୋଗ କରିଛନ୍ତି ଯେ, ବିଜେପି ପଶ୍ଚିମ ଓଡିଶାର ବିକାଶର ଡିଣ୍ଡିମ ପିଟୁଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପଶ୍ଚିମ ଓଡିଶାର ପ୍ରତିନିଧିତ୍ବକୁ ଗୁରୁତ୍ବ ଦେଉନାହିଁ । ଅନ୍ୟପକ୍ଷରେ ବିଧାନସଭା ନିର୍ବାଚନରେ ବିଜେଡି ପଶ୍ଚିମ ଓଡିଶାରୁ 35ଜଣ ବିଧାୟକ ନିର୍ବାଚିତ ହୋଇଥିବା ବେଳେ 7ଜଣ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । ପଶ୍ଚିମ ଓଡିଶାରୁ ନିର୍ବାଚିତ ହୋଇଥିବା 5ଜଣ ବିଜେପି ସାଂସଦଙ୍କ ମଧ୍ୟରୁ ଜଣଙ୍କୁ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ମିଳିବା ଉଚିତ ଥିଲା । ଏପରିକି ଗତ ମନ୍ତ୍ରୀମଣ୍ଡଳରେ ପଶ୍ଚିମ ଓଡିଶାର ବିଜେପି ନେତା ଜୁଏଲ ଓରାମଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇନି ।

ସୁଶାନ୍ତ ସିଂହଙ୍କ ଏଭଳି ଅଭିଯୋଗର ଜବାବ ଦେଇଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ସେ କହିଛନ୍ତି ଯେତେବେଳେ ବିଜେପି ପଶ୍ଚିମ ଓଡିଶାର ବିକାଶ କଥା କହୁଥିଲା, ସେତେବେଳେ ବିଜେଡି ଏକ ରାଜ୍ୟ ଏକ ନୀତି କଥା କହୁଥିଲା । ଏବେ ପୁଣି ପଶ୍ଚିମ ଓଡିଶାର ପ୍ରତିନିଧିତ୍ବ କଥା ଉଠାଇ ହୀନ ରାଜନୀତି କରୁଛି । ତେବେ ପଶ୍ଚିମ ଓଡିଶାରୁ ରାଜ୍ୟ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ବ ପ୍ରସଙ୍ଗରେ ବିଜେଡିର ମନ୍ତ୍ରୀମାନେ ମନ୍ତ୍ରୀ ନୁହଁନ୍ତି , ସେମାନେ ଏନଏମଆର ବୋଲି ପାଲଟା ଆକ୍ଷେପ କରିଛନ୍ତି ଜୟନାରାୟଣ ମିଶ୍ର ।

ବ୍ୟୁରୋ ଚିଫ୍‌, ଭୁବନେଶ୍ବର

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପଶ୍ଚିମ ଓଡିଶାର ପ୍ରତିନିଧିତ୍ବକୁ ନେଇ ଘନେଇଲା ବିବାଦ

ଭୁବନେଶ୍ବର () ବିଜେପି ପଶ୍ଚିମ ଓଡିଶା ପ୍ରତି ଅବହେଳା କରିଛି । ପଶ୍ଚିମ ଓଡିଶାରୁ ବିଜେପିର 5ଜଣ ସାଂସଦ ଏଥର ନିର୍ବାଚିତ ହୋଇଥିବା ବେଳେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଜଣେ ହେଲେ ସ୍ଥାନ ପାଇନାହାଁନ୍ତି । ଏହା ପଶ୍ଚିମ ଓଡିଶା ପ୍ରତି କେନ୍ଦ୍ରର ଅବହେଳା ବୋଲି ଅଭିଯୋଗ କରିଛନ୍ତି ଭଟଲି ବିଧାୟକ ତଥା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ।

ସେ ଅଭିଯୋଗ କରିଛନ୍ତି ଯେ, ବିଜେପି ପଶ୍ଚିମ ଓଡିଶାର ବିକାଶର ଡିଣ୍ଡିମ ପିଟୁଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପ୍ରଶ୍ଚିମ ଓଡିଶାର ପ୍ରତିନିଧିତ୍ବକୁ ଗୁରୁତ୍ବ ଦେଉନାହିଁ । ଅନ୍ୟପକ୍ଷରେ ବିଧାନସଭା ନିର୍ବାଚନରେ ବିଜେଡି ପଶ୍ଚିମ ଓଡିଶାରୁ 35ଜଣ ବିଧାୟକ ନିର୍ବାଚିତ ହୋଇଥିବା ବେଳେ 7ଜଣ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି । ପଶ୍ଚିମ ଓଡିଶାରୁ ନିର୍ବାଚିତ ହୋଇଥିବା 5ଜଣ ବିଜେପି ସାଂସଦଙ୍କ ମଧ୍ୟରୁ ଜଣଙ୍କୁ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ମିଳିବା ଉଚିତ ଥିଲା । ଏପରିକି ଗତ ମନ୍ତ୍ରୀମଣ୍ଡଳରେ ପଶ୍ଚିମ ଓଡିଶାର ବିଜେପି ନେତା ଜୁଏଲ ଓରାମଙ୍କୁ ଏଥର ମନ୍ତ୍ରୀମଣ୍ଡଳରେ ସ୍ଥାନ ଦିଆଯାଇନି ।

ସୁଶାନ୍ତ ସିଂହଙ୍କ ଏଭଳି ଅଭିଯୋଗର ଜବାବ ଦେଇଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ସେ କହିଛନ୍ତି ଯେ, ଯେତେବେଳେ ବିଜେପି ପଶ୍ଚିମ ଓଡିଶାର ବିକାଶ କଥା କହୁଥିଲା, ସେତେବେଳେ ବିଜେଡି ଏକ ରାଜ୍ୟ ଏକ ନୀତି କଥା କହୁଥିଲା । ଏବେ ପୁଣି ପଶ୍ଚିମ ଓଡିଶାର ପ୍ରତିନିଧିତ୍ବ କଥା ଉଠାଇ ରାଜନୀତି କରୁଛି । ତେବେ ପଶ୍ଚିମ ଓଡିଶାରୁ ରାଜ୍ୟ ମନ୍ତ୍ରୀମଣ୍ଡଳରେ ପ୍ରତିନିଧିତ୍ବ ପ୍ରସଙ୍ଗରେ ସେ ପାଲଟା ଆକ୍ଷେପ କରିଛନ୍ତି ଯେ, ବିଜେଡିର ମନ୍ତ୍ରୀମାନେ ମନ୍ତ୍ରୀ ନୁହଁନ୍ତି । ସେମାନେ ଏନଏମଆର ।

ବାଇଟ – ସୁଶାନ୍ତ ସିଂହ, ଶ୍ରମ ମନ୍ତ୍ରୀ (Single boom byte)

ବାଇଟ – ଜୟନାରାୟଣ ମିଶ୍ର, ବିଜେପି ନେତା (Mass Boom byte)

Bytes sent in LiveU. 

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.