ETV Bharat / state

ନବରଙ୍ଗପୁର ବିଧାନସଭା ଫଳାଫଳ: 3ଟିରେ ବିଜେଡି ଓ 1ଟିରେ ବିଜେପିକୁ ସଫଳତା - two

ନବରଙ୍ଗପୁରରେ ଝରିଗାଁ ଓ ନବରଙ୍ଗପୁର, ଡାବୁଗାଁ, ବିଧାନସଭା ଆସନରେ ବିଜେଡି ବିଜୟ ଲାଭ କରିଛି । ଅନ୍ୟପଟେ ଉମରକୋଟ ବିଧାନସଭା ଆସନରେ ବିଜେପି ବିଜୟ ଲାଭ କରି ଦଳ ପାଇଁ ଖାତା ଖୋଲିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : May 23, 2019, 2:12 PM IST

Updated : May 23, 2019, 7:40 PM IST

ଭୁବନେଶ୍ବର: ରାଜ୍ୟର ୨୧ଟି ଲୋକସଭା ସମେତ ୧୪୬ଟି ବିଧାନସଭା ପାଇଁ ଭୋଟ ଗଣତି ଚାଲୁରହିଛି । ଏହି ଗଣତିରେ ବିଜେଡି ଶହେରୁ ଅଧିକ ସିଟ୍‌ରେ ଆଗୁଆ ରହିଛି । ଏହି କ୍ରମରେ ବିଜେଡିକୁ ପ୍ରଥମ ବିଧାନସଭା ସିଟ୍‌ରେ ବିଜୟ ମିଳିଛି । ନବରଙ୍ଗପୁରରେ ବିଜେଡି ବିଧାୟକ ପ୍ରାର୍ଥୀ ସଦାଶିବ ପ୍ରଧାନୀ ଓ ଝରିଗାଁରେ ପ୍ରକାଶ ମାଝି, ଡାବୁଗାଁରୁ ମନୋହର ରନ୍ଧାରୀ ବିଜୟ ଲାଭ କରିଛନ୍ତି । ଅନ୍ୟପଟେ ଉମରକୋଟରୁ ବିଜେପି ବିଧାୟକ ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ ବିଜୟ ଲାଭ କରିଛନ୍ତି । ସମସ୍ତ ପ୍ରାର୍ଥୀ ଜିତିବା ପରେ ନିଜନିଜ କର୍ମୀ, ସମର୍ଥକ ଓ ଦଳୀୟ ନେତୃତ୍ୱକୁ ଧନ୍ୟବାଦ ଦେଇଛନ୍ତି । ନିର୍ବାଚତ ହେବା ପରେ ନିଜ ନିଜ ବିଧାନସଭା କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରିବା କଥା କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ଶେଷ ଖବର ସୁଦ୍ଧା ରାଜ୍ୟରେ 109ଟି ବିଧାନସଭା ଆସନରେ ଆଗୁଆ ରହିଛି ବିଜେଡି । 24ଟି ଆସନରେ ବିଜେପି ଓ 1ଟି ଆସନରେ କଂଗ୍ରେସ ଟ୍ରେଣ୍ଡ କରୁଛି । 21ଟି ଲୋକସଭା ଆସନରୁ 16ଟିରେ ବିଜେଡି ଓ 5ଟି ବିଜେପି ଆଗୁଆ ରହିଥିବା ବେଳେ କଂଗ୍ରେସ ଖାତା ଖୋଲିବାରେ ସକ୍ଷମ ହୋଇପାରିନାହିଁ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Body:

BLANK

Conclusion:
Last Updated : May 23, 2019, 7:40 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.