ETV Bharat / state

ପାଟକୁରାରେ ବିଭାଗୀୟ ମନ୍ତ୍ରୀ, ଗୃହ କାମ ସମ୍ଭାଳିଲେ ଭାରପ୍ରାପ୍ତ

ଗୃହରେ ମନ୍ତ୍ରୀ ମରୁଡି । ଭାରପ୍ରାପ୍ତ ମନ୍ତ୍ରୀଙ୍କ ଉତ୍ତରରେ ଚାଲିଛି ବିଧାନସଭା । ନିରଞ୍ଜନ କହିଲେ, ବିଧାୟକଙ୍କୁ ଉତ୍ତର ଦରକାର । ଯେଉଁ ମନ୍ତ୍ରୀ ଦେଲେ ଅସୁବିଧା କ’ଣ ।

author img

By

Published : Jul 17, 2019, 2:34 PM IST

Updated : Jul 17, 2019, 3:08 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପ୍ରଶ୍ନ ପୁସ୍ତକ ବଣ୍ଟନକୁ ନେଇ । ଉତ୍ତର ରଖୁଛନ୍ତି ବାଣିଜ୍ୟ ମନ୍ତ୍ରୀ । ପ୍ରଶ୍ନ ଚାଉଳ, ଡାଲି, ଆଳୁ ଓ ପିଆଜ ଉପରେ । ଉତ୍ତର ରଖୁଛନ୍ତି ଅର୍ଥମନ୍ତ୍ରୀ । ମନ୍ତ୍ରୀ ମରୁଡି ଗୃହରେ ଆଜି ଦେଖିବାକୁ ମିଳିଥିଲା ଏପ୍ରକାର ସ୍ଥିତି । ବହୁ ମନ୍ତ୍ରୀ ଓ ବିଧାୟକ ପାଟକୁରା ନିର୍ବାଚନରେ ବ୍ୟସ୍ତ । ଏପଟେ ଟ୍ରାନ୍ସଫରରେ ହିଁ ଚାଲିଥିଲା ବିଧାନସଭା । ନିରଞ୍ଜନ ପୂଜାରୀ ଏବଂ ପଦ୍ମନାଭ ବେହେରା ସମସ୍ତ ପ୍ରଶ୍ନର ଉତ୍ତର ରଖୁଥିଲେ । ଯାହାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି ।

ଆଜି ପ୍ରଶ୍ନକାଳରେ ପୁସ୍ତକ ବଣ୍ଟନ ନେଇ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ହେଲେ ଗଣଶିକ୍ଷା ମନ୍ତ୍ରୀ ଅନୁପସ୍ଥିତ ଥିଲେ । ଫଳସ୍ବରୂପ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉତ୍ତର ରଖିଥିଲେ । ଖାଲି ସାଲୁଜାଙ୍କ ପ୍ରଶ୍ନ କାହିଁକି, ଅନ୍ୟ ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଭାରପ୍ରାପ୍ତ ମନ୍ତ୍ରୀ ଭାବରେ ରଖୁଥିଲେ ନିରଞ୍ଜନ ଓ ପଦ୍ନନାଭ । ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଯୋଗାଣ ଓ ଉଚ୍ଚଶିକ୍ଷା ବିଭାଗର ଉତ୍ତର ରଖିବାକୁ ପଡୁଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଘଟଣାକୁ ନେଇ ସରକାରଙ୍କୁ ଘେରିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ଯଦି 2 ଜଣ ମନ୍ତ୍ରୀରେ କାମ ଚଳିଯାଉଛି, ତେବେ 15 ପ୍ରତିଶତ ମନ୍ତ୍ରୀ ରଖିବାର ଆବଶ୍ୟକ ନାହିଁ ବୋଲି କଟାକ୍ଷ କରିଥିଲେ ସନ୍ତୋଷ । ସମର୍ଥନ ଜଣାଇଥିଲେ ତାରା ପ୍ରସାଦ ବାହିନୀପତି ଓ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। 21ରୁ 13 ଜଣ ମନ୍ତ୍ରୀଙ୍କ ଅନୁପସ୍ଥିତକୁ ନେଇ ଉଠାଇଥିଲେ ପ୍ରଶ୍ନ ।

ସିସିଆର ଠିକ କରିବାକୁ ମନ୍ତ୍ରୀ କାମରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାଟକୁରା ଗସ୍ତରେ ଯାଉଛନ୍ତି। ତେଣୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଏପଟେ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ବିଧାୟକ ଉତ୍ତର ମାଗୁଛନ୍ତି । ଯେଉଁ ମନ୍ତ୍ରୀ ଦେଲେ ଚଳିବ। ସେଥିରେ କୌଣସି ଅସୁବିଧା ନାହିଁ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:Conclusion:
Last Updated : Jul 17, 2019, 3:08 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.