ETV Bharat / state

ଲୋକାୟୁକ୍ତ ନିଯୁକ୍ତ ପ୍ରସଙ୍ଗ, ଏପ୍ରିଲ 8ରୁ କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ

ଲୋକାୟୁକ୍ତ ନିଯୁକ୍ତ ନେଇ ସୁପ୍ରିମ୍‌ କୋର୍ଟରେ ଶୁଣାଣି। ମାର୍ଚ୍ଚ 31 ସୁଦ୍ଧା ଶେଷ ହେବ ଲୋକାୟୁକ୍ତ ଚୟନ। ଏପ୍ରିଲ 8ରୁ କାର୍ଯ୍ୟ କରିବେ ଲୋକାୟୁକ୍ତ। ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ସତ୍ୟପାଠ ଦାଖଲ। ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିଛନ୍ତି।

author img

By

Published : Feb 11, 2019, 1:03 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଲୋକାୟୁକ୍ତ ନିଯୁକ୍ତ ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ମାର୍ଚ୍ଚ 31 ସୁଦ୍ଧା ଲୋକାୟୁକ୍ତ ଚୟନ ହେବା ଦରକାର ବୋଲି ଶୁଣାଣିରେ କହିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ଏପ୍ରିଲ 8ରୁ ରାଜ୍ୟରେ ଲୋକାୟୁକ୍ତ କାର୍ଯ୍ୟକାରୀ ହେବା ଦରକାର । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ 3 ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହା କହିଛନ୍ତି।

ଶୁଣାଣି ପୂର୍ବରୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ଲୋକାୟୁକ୍ତ ନିଯୁକ୍ତି ପାଇଁ କି କି ପଦକ୍ଷେପ ନିଆଯାଇଛି ସତ୍ୟପାଠ ଜରିଆରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। ଓଡ଼ିଶାରେ ଲୋକାୟୁକ୍ତ ନିଯୁକ୍ତିରେ ବିଳମ୍ବ ହୋଇଥିବାରୁ ସୁପ୍ରିମକୋର୍ଟ କଡା ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସରକାର ଏଥିପାଇଁ 3 ମାସ ସମୟ ମାଗିଥିଲେ କିନ୍ତୁ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଏହାପରେ ସରକାର 7 ଜଣିଆ ଏକ ଚୟନ କମିଟି ଗଠନ କରିଥିଲେ। କେନ୍ଦ୍ରରେ ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ ହେବା ପରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ 2014 ଫେବ୍ରୁଆରୀ 14 ତାରିଖରେ ଏ ସଂକ୍ରାନ୍ତ ବିଲ୍‌ ପାରିତ କରିଥିଲେ।

Intro:Body:

ଲୋକାୟୁକ୍ତ ନିଯୁକ୍ତ ପ୍ରସଙ୍ଗ, ଏପ୍ରିଲ 8ରୁ କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଲୋକାୟୁକ୍ତ ନିଯୁକ୍ତ ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ମାର୍ଚ୍ଚ 31 ସୁଦ୍ଧା ଲୋକାୟୁକ୍ତ ଚୟନ ହେବା ଦରକାର ବୋଲି ଶୁଣାଣିରେ କହିଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ ।

ଏପ୍ରିଲ 8ରୁ ରାଜ୍ୟରେ ଲୋକାୟୁକ୍ତ କାର୍ଯ୍ୟକାରୀ ହେବା ଦରକାର । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ 3 ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହା କହିଛନ୍ତି ।

ଶୁଣାଣି ପୂର୍ବରୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ଲୋକାୟୁକ୍ତ ନିଯୁକ୍ତି କି କି ପଦକ୍ଷେପ ନିଆଯାଇଛି ସତ୍ୟପାଠ ଜରିଆରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ।

ଓଡ଼ିଶାରେ ଲୋକାୟୁକ୍ତ ନିଯୁକ୍ତିରେ ବିଳମ୍ବ ହୋଇଥିବାରୁ ସୁପ୍ରିମକୋର୍ଟ କଡା ପ୍ରତିକ୍ରିୟା ପ୍ରକାଶ କରିଥିଲେ । ସରକାର ଏଥିପାଇଁ 3 ମାସ ସମୟ ମାଗିଥିଲେ କିନ୍ତୁ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ ।

ଏହାପରେ ସରକାର 7 ଜଣିଆ ଏକ ଚୟନ କମିଟି ଗଠନ କରିଥିଲେ । କେନ୍ଦ୍ରରେ ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ ହେବା ପରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ 2014 ଫେବ୍ରୁଆରୀ 14 ତାରିଖରେ ଏ ସଂକ୍ରାନ୍ତ ବିଲ୍‌ ପାରିତ କରିଥିଲେ ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.