ETV Bharat / state

‘ନେତା ସବଜେକଟିଭ, ପ୍ରଶାସକ ଅବଜେକଟିଭ’

ନେତା କେମିତି ଆଉ ପ୍ରଶାସକ କେମିତି ? କିଏ ବସ୍ତୁନିଷ୍ଠ ଆଉ କିଏ ଆତ୍ମନିଷ୍ଠ । ଉଭୟ ନେତା ଓ ପ୍ରଶାସକ ଭିତରେ ତଫାତଟିଏ ବାରିଛନ୍ତି ସମ୍ବଲପୁର ଲୋକସଭାର ବିଜେଡି ପ୍ରାର୍ଥୀ ନଳିନୀ ପ୍ରଧାନ ।

ଫଟୋ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର
author img

By

Published : Mar 30, 2019, 11:25 PM IST

ଭୁବନେଶ୍ବର: ନେତା ଆତ୍ମନିଷ୍ଠ । ହେଲେ ପ୍ରଶାସକ ବସ୍ତୁନିଷ୍ଠ । ନିର୍ଦ୍ଦିଷ୍ଟ କ୍ଷେତ୍ରକୁ ଗୁରୁତ୍ବଦେଇ କାମ କରିବାରେ ସେମାନେ ସିଦ୍ଧହସ୍ତ । ସାମଗ୍ରିକ ଭାବରେ ବିଚାର କରିନଥାଏ ପ୍ରଶାସକଟିଏ । ଏଭଳି କିଛି ମତ ରଖିଛନ୍ତି ସମ୍ବଲପୁର ଲୋକସଭା ପ୍ରାର୍ଥୀ ନଳିନୀ ପ୍ରଧାନ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଚିଫ, ଭୁବନେଶ୍ବର

ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନ । ଏବେ ବିଜେଡି ନେତା । ସମ୍ବଲପୁର ଲୋକସଭା ଆସନ ପାଇଁ ଆଶାୟୀ ପ୍ରାର୍ଥୀ । ଦଳ ତାଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ସେ ନିଜ ପ୍ରଚାର ଆରମ୍ଭ କରିସାରିଛନ୍ତି । ଗମନାଗମନ ଉପରେ ବେଶି ଗୁରୁତ୍ବ ଦେଉଛନ୍ତି ନଳିନୀ । ଜନତାଙ୍କୁ ଦେଉଛନ୍ତି ବିଭିନ୍ନ ପ୍ରତିଶ୍ରୁତି ।

ଓଡିଶା ରାଜନୀତିରେ ଏବେ ଏଣ୍ଟ୍ରି ମାରୁଛନ୍ତି ପ୍ରଶାସକ । ଅପରାଜିତା ମହାନ୍ତି, ଅରୂପ ପଟ୍ଟନାୟକ, ପ୍ରକାଶ ମିଶ୍ର ଏବଂ ନଳିନୀ ପ୍ରଧାନ, ସମସ୍ତେ ଏବେ ରାଜନୀତି ମୂହାଁ । ହେଲେ ରାଜନୀତିରେ ଏମାନେ କେତେ ସଫଳ ହେଉଛନ୍ତି, ସମୟ ହିଁ ତାହା କହିବ ।

ଭୁବନେଶ୍ବରରୁ ଅଜିତ କୁମାର ଦାଶ, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.