ETV Bharat / state

ଜାଣନ୍ତୁ ଯୁବପିଢିଙ୍କ ନଜରରେ ନିର୍ବାଚନର ସଂଜ୍ଞା

author img

By

Published : Apr 12, 2019, 12:17 AM IST

ଚର୍ଚ୍ଚାର ପରିସରରେ ଚଳିତବର୍ଷର ସାଧାରଣ ନିର୍ବାଚନ । ଏନେଇ ନିର୍ବାଚନର ଢେର ଆଗରୁ ସମସ୍ତ ଦଳ ତରଫରୁ ଆରମ୍ଭ ହୋଇଛି ଅଙ୍କକଷା । ବିଭିନ୍ନ ମହଲରେ ଚାଲିଛି ଚର୍ଚ୍ଚା । ତେବେ କ’ଣ ରହିଛି ନିର୍ବାଚନକୁ ନେଇ ଯୁବପିଢିଙ୍କ ସଂଜ୍ଞା ଜାଣନ୍ତୁ :

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଚର୍ଚ୍ଚାର ପରିସରରେ ଚଳିତବର୍ଷର ସାଧାରଣ ନିର୍ବାଚନ । ଏନେଇ ନିର୍ବାଚନର ଢେର ଆଗରୁ ସମସ୍ତ ଦଳ ତରଫରୁ ଆରମ୍ଭ ହୋଇଛି ଅଙ୍କକଷା । ବିଭିନ୍ନ ମହଲରେ ଚାଲିଛି ଚର୍ଚ୍ଚା । ସେ ଚା’ ଖଟି ହେଉ କି ମର୍ଣ୍ଣିଂ ୱାକ, ସବୁଠାରେ ବର୍ତ୍ତମାନ କେବଳ ନିର୍ବାଚନ କଥା । କିଏ ହାତେଇବ ଶାସନ ଗାଦି, କିଏ ହେବ ଯୋଗ୍ୟ ପ୍ରାର୍ଥୀ । ଏସବୁ ନେଇ ସରଗରମ ନିର୍ବାଚନୀ ମାହୋଲ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସୂଚନା ମୁତାବକ ଚଳିତ ବର୍ଷ ମୋଟ 3 କୋଟି 12 ଲକ୍ଷ 52 ହଜାର 333 ଜଣ ଭୋଟର ଥିବାବେଳେ ସେଥିରେ ରହିଛନ୍ତି 5 ଲକ୍ଷ 45 ହଜାରରୁ ଉର୍ଦ୍ଧ୍ବ ରହିଛନ୍ତି ଯୁବ ଭୋଟର । ଦେଶରେ ଯୁବପିଢିଙ୍କ ସଂଖ୍ୟା ଅଧିକ ଥିବାରୁ ନିର୍ବାଚନରେ ସେମାନଙ୍କ ମତଦାନ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରେ । ତେବେ କ’ଣ ରହିଛି ନିର୍ବାଚନକୁ ନେଇ ଯୁବପିଢିଙ୍କ ସଂଜ୍ଞା ଜାଣନ୍ତୁ :

ନିର୍ବାଚନକୁ ନେଇ ଆମେ ଭେଟିଥିଲୁ କିଛି ଯୁବ ଭୋଟରଙ୍କୁ । ସେମାନଙ୍କ କହିବା ଅନୁଯାୟୀ ଯେଉଁ ନେତା ପାଖରେ ଜ୍ଞାନ ଥିବ ଏବଂ ଯିଏ ଲୋକଙ୍କ ସୁଖ ଦୁଃଖକୁ ବୁଝି ପାରୁଥିବ ସେ ହିଁ ଜଣେ ଯୋଗ୍ୟ ପ୍ରାର୍ଥୀ । ଯିଏ ବର୍ଷସାରା ଦେଖା ନଦେଇ କେବଳ ନିର୍ବାଚନ ସମୟରେ ନୋଟ୍‌ ସହ ଭୋଟରଙ୍କୁ ଆକୃଷ୍ଟ କରିଥାଏ ସେଭଳି ନେତାଙ୍କୁ ଭୋଟ ଦେବା ଉଚିଟ୍‌ ନୁହେଁ ।

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ନେତାମାନେ ଦୁର୍ନୀତିଗ୍ରସ୍ତ ହୋଇନଥିବା ଦରକାର । ଯାହାକି ବର୍ତ୍ତମାନ ସମୟରେ ନେତାଙ୍କ ପାଖରେ ଦେଖିବାକୁ ମିଳୁ ନାହିଁ । କିନ୍ତୁ ଦେଶସେବାକୁ ଗୁରୁତ୍ବ ଦେଲେ ନେତାମାନେ ନିଜକୁ ଦୁର୍ନୀତିମୁକ୍ତ କରିପାରିବେ ବୋଲି ମତ ଦେଇଛନ୍ତି ଆମ ଯୁବ ଭୋଟର ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.